ହରିଚନ୍ଦନଙ୍କୁ ବାଲେଶ୍ୱରରେ ଭବ୍ୟ ‘ନାଗରିକ ସମ୍ବର୍ଦ୍ଧନା’: ‘ବରପୁତ୍ରଙ୍କୁ ସମ୍ମାନ ଦେବାର ବେଳ ଆସିଛି’

ବାଲେଶ୍ୱର ଅଫିସ, ୧୧।୧-ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶୁକ୍ରବାର ବାଲେଶ୍ୱର ପ୍ରତିଭା ବିକାଶ ମଞ୍ଚ ତରଫରୁ ଆୟୋଜିତ ସଭାରେ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ଏକ ସମାରୋହରେ ସ୍ବାଗତ କମିଟି ଅଧ୍ୟକ୍ଷ ହରେକୃଷ୍ଣ ଦାସ ସଭାପତିତ୍ୱ କରିଥିଲେ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ବର୍ଦ୍ଧନାର ଉତ୍ତର ଦେଇ ହରିଚନ୍ଦନ କହିଥିଲେ, ବାଲେଶ୍ୱର ମାଟିର ଐତିହ୍ୟ ଗୌରବାବହ। ଏ ମାଟିରେ ଜନ୍ମ ନେଇଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ସ୍ମରଣ କରି ସ୍ବାଧୀନତା ଆନ୍ଦୋଳନ ସମେତ ଭାଷା ସାହିତ୍ୟ ସୁରକ୍ଷା ଆନ୍ଦୋଳନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଓଡ଼ିଶା ମାଟିର ଐତିହ୍ୟ ଓ ସଂସ୍କୃତିର ପଟାନ୍ତର ନାହିଁ। ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧରେ ହୋଇଥିବା ପାଇକ ବିଦ୍ରୋହକୁ କେନ୍ଦ୍ରସରକାର ଜାତୀୟ ମାନ୍ୟତା ଦେଇଛନ୍ତି। ଏହି ମାଟି ମା’ର ବର ଓ ବୀର ପୁତ୍ରମାନଙ୍କୁ ସମ୍ମାନ ଦେବାର ସମୟ ଆସିଛି। ଏହି ଅବସରରେ ସେ ବାଲେଶ୍ୱର ମାଟିର ଐତିହ୍ୟ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଜିଇ ଥିବା ଯାଏଁ ମାଟି-ମା’-ମଣିଷଙ୍କ ସେବା କରିବା ସହିତ ଐତିହ୍ୟ, ସଂସ୍କୃତିର ଉନ୍ନତି କରିବା ପାଇଁ ସଦାସର୍ବଦା ଚେଷ୍ଟିତ ରହିବେ ବୋଲି କହିଥିଲେ। ମାଟି ମା’ ଉପରେ କେହି ଆକ୍ରମଣ କଲେ ଜାତି, ଧର୍ମ, ରାଜନୀତି ଉର୍ଦ୍ଧ୍ୱରେ ରହି ତାହାର ସୁରକ୍ଷା କରିବା ନେଇ ସମସ୍ତେ ପ୍ରତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ।
ମଞ୍ଚର ବରିଷ୍ଠ ସଦସ୍ୟ କିଶୋର ଦାସ ସଭା ପରିଚାଳନା କରିଥିଲେ। ଆଇନଜୀବୀ ଅରବିନ୍ଦ ବାରିକ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଉପେନ୍ଦ୍ର ପାତ୍ର ବାର୍ଷିକ ବିବରଣୀ ପାଠ କରି ବିକାଶ ମଞ୍ଚ ଗଠନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପକ୍ଷରୁ ଡ. ବେଣୁମାଧବ ପଣ୍ଡା, ଲାୟନ୍ସ କ୍ଲବର ପ୍ରଶାନ୍ତ ପଣ୍ଡା, ଚାନ୍ଦିପୁର ବିକାଶ ମଞ୍ଚର ଗୟାଧର ଦାସ, ରାଷ୍ଟ୍ରାୟତ୍ତ ସାଧାରଣ ବୀମା କର୍ମଚାରୀ ସଂଘ ଯଶୋଦା ନନ୍ଦନ ଆଶ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କାଞ୍ଚନବାଳା ପାତ୍ର, ନାଗରିକ ସୁରକ୍ଷା ମଞ୍ଚର ଦୀପ୍ତିକାନ୍ତ ମିଶ୍ର, ସ୍ବଦେଶୀ ଜାଗରଣ ମଞ୍ଚର ବିଭୂତି ଭୂଷଣ ବିଶ୍ୱାଳ, ରାଧାନାଥ ସାହିତ୍ୟ ପରିଷଦର ପ୍ରଭାକର ଦାସ, ଜିଲା ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପ୍ରଫେସର ଅନନ୍ତ ପ୍ରଧାନ ଓ ପ୍ରଭାକର ସାହୁ, ମୋହରିର ସଂଘ ନିରାକର ରାଉତ, ବାର୍‌ ଆସୋସିଏଶନ, ଆଇନ୍‌ ମହାବିଦ୍ୟାଳୟ, ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ସମେତ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶିଳ୍ପୀ କେଶୁ ଦାସଙ୍କ ପକ୍ଷରୁ ଜଉକଣ୍ଢେଇ ଏବଂ ବାଲେଶ୍ୱର ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ରାଜ୍ୟପାଳ ହରିଚନ୍ଦନଙ୍କୁ ତୈଳଚିତ୍ର ପ୍ରଦାନ କରାଯାଇଥିଲା। ଶିଳ୍ପପତି ହିମାଂଶୁ ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ମଞ୍ଚର ସଭାପତି ଡ. ସୁଧାଂଶୁ ପରିଡ଼ା, ବୈଦ୍ୟନାଥ ଷଡ଼ଙ୍ଗୀ, ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଆଇନଜୀବୀ ରଘୁନାଥ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଦୀପ କୁମାର ପତି, ଭାବଗ୍ରାହୀ ମହାନ୍ତି, ଅରବିନ୍ଦ ପାଲ, ନବକୃଷ୍ଣ ପୋଥାଳ, ପ୍ରଶାନ୍ତ କୁମାର ପଣ୍ଡା, ଲମ୍ବୋଧର ନାୟକ, ଜ୍ୟୋତିର୍ମୟ ସାଲ, ପ୍ରଦୀପ୍ତ କୁମାର ପଣ୍ଡା, ଆରତୀ ଦାସ, ସବିତା ପାଣିଗ୍ରାହୀ, ସମରେନ୍ଦ୍ର ଦାସ, ଜୟନ୍ତୀ ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri