Posted inଖେଳ

ସ୍ମିଥ୍‌ କ୍ରିକେଟ ସାଉଥ୍‌ ଆଫ୍ରିକାର ସ୍ଥାୟୀ ନିର୍ଦ୍ଦେଶକ

ଜୋହାନ୍ସବର୍ଗ, ୧୭।୪(ପି.ଟି.): ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ସ୍ଥାୟୀ ନିର୍ଦ୍ଦେଶକ ରୂପେ ନିଯୁକ୍ତ ପ୍ରଦାନ କରାଯାଇଛି। ତାଙ୍କୁ ଆଗାମୀ ୨ ବର୍ଷ ପାଇଁ ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଗତବର୍ଷ ଡିସେମ୍ବରରୁ ମଧ୍ୟବର୍ତ୍ତୀକାଳୀନ ଭାବେ ଏହି ସ୍ଥାୟୀ ନିର୍ଦ୍ଦେଶକ ପଦ ସୃଷ୍ଟି କରାଯାଇଛି।
ଦକ୍ଷିଣ ଆଫ୍ରିକା କ୍ରିକେଟର ପୂର୍ବ ଗୌରବ ଫେରାଇଆଣିବା ପାଇଁ ୩୯ ବର୍ଷୀୟ ସ୍ମିଥ୍‌ଙ୍କ ଉପରେ ବୋର୍ଡ ଭରସା କରିଛି। ସ୍ମିଥ୍‌ ମଧ୍ୟ ନିଜ ଅଭିଜ୍ଞତା, ଉତ୍ସାହ, କଠିନ ପରିଶ୍ରମ ଓ କ୍ରିକେଟ ପ୍ରତି ଥିବା ଅଙ୍ଗୀକାରବଦ୍ଧତା ପାଇଁ ଏହି ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରି ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଆଗକୁ ବଢାଇଛନ୍ତି ବୋଲି ସିଏସ୍‌ଏର କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ୟାକ କାଲିସ୍‌ କହିଛନ୍ତି। କେତେକ ସ୍ଥଳରେ ଆହୁରି ବହୁ ପରିମାଣରେ କାର୍ଯ୍ୟ କରିବା ବାକି ରହିଛି। ସ୍ମିଥ୍‌ ତାଙ୍କ ଦାୟିତ୍ୱ ତୁଲାଇବାରେ ସକ୍ଷମ ହେବେ ଓ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଆଗକୁ ନେବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କାଲିସ୍‌ ଦୃଢତାର ସହ କହିଛନ୍ତି।
ଉଲ୍ଲେଖଥାଉ କି, ୨୦୦୩ରୁ ୨୦୧୪ ମଧ୍ୟରେ ସ୍ମିଥ୍‌ ୧୦୮ଟି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଇଛନ୍ତି। ସେ ୧୧୭ଟି ଟେଷ୍ଟ, ୧୯୭ ଦିନିକିଆ ଓ ୩୩ଟି ଟି୨୦ ଖେଳିଛନ୍ତି। ନିର୍ଦ୍ଦେଶକ ପଦରେ ସ୍ଥାୟୀ ଭାବେ ନିଯୁକ୍ତି ପାଇଥିବାରୁ ସ୍ମିଥ୍‌ ମଧ୍ୟ ଖୁସି ଜାହିର କରିଛନ୍ତି। ଏବେ କ୍ରିକେଟର ଉନ୍ନତି ପାଇଁ ଯୋଜନା ଅନୁଯାୟୀ କିଛି କରିବାକୁ ହେବ ଓ ଯଦି ସବୁକିଛି ଠିକ୍‌ଠାକ ଚାଲେ ଆମେ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଟ୍ରାକ୍‌କୁ ଆଣିବାରେ ସକ୍ଷମ ହେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri