Posted inଖେଳ

ସ୍ମିଥ୍‌ କ୍ରିକେଟ ସାଉଥ୍‌ ଆଫ୍ରିକାର ସ୍ଥାୟୀ ନିର୍ଦ୍ଦେଶକ

ଜୋହାନ୍ସବର୍ଗ, ୧୭।୪(ପି.ଟି.): ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ସ୍ଥାୟୀ ନିର୍ଦ୍ଦେଶକ ରୂପେ ନିଯୁକ୍ତ ପ୍ରଦାନ କରାଯାଇଛି। ତାଙ୍କୁ ଆଗାମୀ ୨ ବର୍ଷ ପାଇଁ ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଗତବର୍ଷ ଡିସେମ୍ବରରୁ ମଧ୍ୟବର୍ତ୍ତୀକାଳୀନ ଭାବେ ଏହି ସ୍ଥାୟୀ ନିର୍ଦ୍ଦେଶକ ପଦ ସୃଷ୍ଟି କରାଯାଇଛି।
ଦକ୍ଷିଣ ଆଫ୍ରିକା କ୍ରିକେଟର ପୂର୍ବ ଗୌରବ ଫେରାଇଆଣିବା ପାଇଁ ୩୯ ବର୍ଷୀୟ ସ୍ମିଥ୍‌ଙ୍କ ଉପରେ ବୋର୍ଡ ଭରସା କରିଛି। ସ୍ମିଥ୍‌ ମଧ୍ୟ ନିଜ ଅଭିଜ୍ଞତା, ଉତ୍ସାହ, କଠିନ ପରିଶ୍ରମ ଓ କ୍ରିକେଟ ପ୍ରତି ଥିବା ଅଙ୍ଗୀକାରବଦ୍ଧତା ପାଇଁ ଏହି ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରି ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଆଗକୁ ବଢାଇଛନ୍ତି ବୋଲି ସିଏସ୍‌ଏର କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ୟାକ କାଲିସ୍‌ କହିଛନ୍ତି। କେତେକ ସ୍ଥଳରେ ଆହୁରି ବହୁ ପରିମାଣରେ କାର୍ଯ୍ୟ କରିବା ବାକି ରହିଛି। ସ୍ମିଥ୍‌ ତାଙ୍କ ଦାୟିତ୍ୱ ତୁଲାଇବାରେ ସକ୍ଷମ ହେବେ ଓ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଆଗକୁ ନେବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କାଲିସ୍‌ ଦୃଢତାର ସହ କହିଛନ୍ତି।
ଉଲ୍ଲେଖଥାଉ କି, ୨୦୦୩ରୁ ୨୦୧୪ ମଧ୍ୟରେ ସ୍ମିଥ୍‌ ୧୦୮ଟି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଇଛନ୍ତି। ସେ ୧୧୭ଟି ଟେଷ୍ଟ, ୧୯୭ ଦିନିକିଆ ଓ ୩୩ଟି ଟି୨୦ ଖେଳିଛନ୍ତି। ନିର୍ଦ୍ଦେଶକ ପଦରେ ସ୍ଥାୟୀ ଭାବେ ନିଯୁକ୍ତି ପାଇଥିବାରୁ ସ୍ମିଥ୍‌ ମଧ୍ୟ ଖୁସି ଜାହିର କରିଛନ୍ତି। ଏବେ କ୍ରିକେଟର ଉନ୍ନତି ପାଇଁ ଯୋଜନା ଅନୁଯାୟୀ କିଛି କରିବାକୁ ହେବ ଓ ଯଦି ସବୁକିଛି ଠିକ୍‌ଠାକ ଚାଲେ ଆମେ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଟ୍ରାକ୍‌କୁ ଆଣିବାରେ ସକ୍ଷମ ହେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri