ସ୍ବାଧୀନତାର ୭୨ ବର୍ଷ ବିତିଗଲା, ଗ୍ରାମକୁ ନାହିଁ ରାସ୍ତା

ମାଲକାନଗିରି,୧୫।୧(ଡି.ଏନ୍‌.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ ଗ୍ରାମ, କତାମାଟେରୁ। ଆଦିବାସୀ କୋୟା ସମ୍ପ୍ରଦାୟର ୧୫୦ ପରିବାର ବସବାସ କରୁଥିବା ଏହି ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଏଠାରେ ୧୯୫୯ରୁ ପ୍ରତିଷ୍ଠା ହୋଇଥିବା ଆଶ୍ରମ ବିଦ୍ୟାଳୟରେ ପଢୁଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ୨୦ ବର୍ଷ ହେଲା ମାଟାପାକା ସରପଞ୍ଚ ଏବଂ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ମାତ୍ର ସେମାନଙ୍କ କଥା କେହି ଶୁଣୁନାହାନ୍ତି। ପଞ୍ଚାୟତ ବୈଠକରେ ରେଜୁଲେଶନ ଗୃହୀତ ହୋଇ ପ୍ରଶାସନ ନିକଟରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ କିଛି ସୁଫଳ ଏଯାଏଁ ମିଳିନାହିଁ। ମାଲକାନଗିରି ସଦର ବ୍ଲକଠାରୁ ୬ କିଲୋମିଟର ଦୂର ସାବେରୀ ନଦୀକୂଳରେ ରହିଛି କତାମାଟେରୁ ଗ୍ରାମ। ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ। ଛାତ୍ରୀଛାତ୍ର ଓ ଗ୍ରାମବାସୀ ମାଲକାନଗିରିରୁ ଘର ପାଇଁ ବିଭିନ୍ନ ସାମଗ୍ରୀ କାନ୍ଧରେ ବୋହି ନେଇଥାନ୍ତି। ଗତ ଜୁଲାଇ ମାସରେ ଗ୍ରାମବାସୀ ଏହି ରାସ୍ତାରେ କାଦୁଅରେ ଧାନ ରୋଇ ଏକ ଅଭିନବ ପ୍ରତିବାଦ ଜଣାଇଥିଲେ। ଆଶା ଥିଲା, ଏହା ପରେ ପ୍ରଶାସନର ନିଦ ଭାଙ୍ଗିବ; ମାତ୍ର କିଛି ହେଲାନି। ପୁରୁଣାକାଳିଆ ମାଟି ରାସ୍ତାରେ ୫ଟି କଲ୍‌ଭର୍ଟ ନିର୍ମାଣ ହୋଇ ସେତିକିରେ ଅଟକିଛି ରାସ୍ତା ନିର୍ମାଣ। ଫଳରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସହ ମାଲକାନଗିରିକୁ ବିଭିନ୍ନ କାର୍ଯ୍ୟରେ ଯିବାକୁ ବର୍ଷବର୍ଷ ଧରି ଅସୁବିଧା ଭୋଗୁଛନ୍ତି। ଗ୍ରାମଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ଛତିଶଗଡ଼ ସୀମାନ୍ତ। ଗ୍ରାମଠାରୁ ପଡ଼ୋଶୀ ଛତିଶଗଡ଼ ସୁକୁମା ଜିଲା ସଦର ମହକୁମାର ଦୂରତା ହେଉଛି ୮ କିଲୋମିଟର ା ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ସୁକୁମା ଜିଲା ସଦର ମହକୁମା ଉପରେ ନିର୍ଭର କରନ୍ତି। ଗୁରୁତର ଅବସ୍ଥାରେ ଗର୍ଭବତୀ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖଟରେ ୬ କିଲୋମିଟର ବୋହି ମାଟାପାକା ପଞ୍ଚାୟତକୁ ଅଣାଗଲେ ସେଠାରୁ ଡାକ୍ତରଖାନା ଯାଇଥାଉ ବୋଲି କହିଛନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚତ୍ତ ଏହି ଗ୍ରାମବାସୀ ମଙ୍ଗଳବାର ଏକ ବୈଠକ କରି ଛତିଶଗଡ଼ରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସୋମବାର ସେମାନେ ସୁକୁମା ଯାଇ ଜିଲାପାଳଙ୍କୁ ଭେଟି ସେମାନଙ୍କୁ ଛତିଶଗଡ଼ରେ ମିଶାଇବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି ଗ୍ରାମର ଭିମା ମାଡ଼କାମି, ଦେବା ବେଟି, ଜଗା ମାଡ଼କାମି, ଜଗା କଞ୍ଜାମି, ରାଜା ମାଡି, ଭଇମା ମାଡି, ଭିମା କାର୍ତ୍ତାମି, ଇର୍ମା ସୋଡି, କେଶା ସୋଡି, ଆଡମା ପଡିଆମି, କାନା ପଡିଆମି, କଶା ମାଡକାମି, ଆଇତା ପଡିଆମି, ରାମା ମାଢ଼ି, ଦୁଲା ସୋଡି ଓ କଶା କବାସୀ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?