ସ୍ବାଧୀନତାର ୭୨ ବର୍ଷ ବିତିଗଲା, ଗ୍ରାମକୁ ନାହିଁ ରାସ୍ତା

ମାଲକାନଗିରି,୧୫।୧(ଡି.ଏନ୍‌.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ ଗ୍ରାମ, କତାମାଟେରୁ। ଆଦିବାସୀ କୋୟା ସମ୍ପ୍ରଦାୟର ୧୫୦ ପରିବାର ବସବାସ କରୁଥିବା ଏହି ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଏଠାରେ ୧୯୫୯ରୁ ପ୍ରତିଷ୍ଠା ହୋଇଥିବା ଆଶ୍ରମ ବିଦ୍ୟାଳୟରେ ପଢୁଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ୨୦ ବର୍ଷ ହେଲା ମାଟାପାକା ସରପଞ୍ଚ ଏବଂ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ମାତ୍ର ସେମାନଙ୍କ କଥା କେହି ଶୁଣୁନାହାନ୍ତି। ପଞ୍ଚାୟତ ବୈଠକରେ ରେଜୁଲେଶନ ଗୃହୀତ ହୋଇ ପ୍ରଶାସନ ନିକଟରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ କିଛି ସୁଫଳ ଏଯାଏଁ ମିଳିନାହିଁ। ମାଲକାନଗିରି ସଦର ବ୍ଲକଠାରୁ ୬ କିଲୋମିଟର ଦୂର ସାବେରୀ ନଦୀକୂଳରେ ରହିଛି କତାମାଟେରୁ ଗ୍ରାମ। ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ। ଛାତ୍ରୀଛାତ୍ର ଓ ଗ୍ରାମବାସୀ ମାଲକାନଗିରିରୁ ଘର ପାଇଁ ବିଭିନ୍ନ ସାମଗ୍ରୀ କାନ୍ଧରେ ବୋହି ନେଇଥାନ୍ତି। ଗତ ଜୁଲାଇ ମାସରେ ଗ୍ରାମବାସୀ ଏହି ରାସ୍ତାରେ କାଦୁଅରେ ଧାନ ରୋଇ ଏକ ଅଭିନବ ପ୍ରତିବାଦ ଜଣାଇଥିଲେ। ଆଶା ଥିଲା, ଏହା ପରେ ପ୍ରଶାସନର ନିଦ ଭାଙ୍ଗିବ; ମାତ୍ର କିଛି ହେଲାନି। ପୁରୁଣାକାଳିଆ ମାଟି ରାସ୍ତାରେ ୫ଟି କଲ୍‌ଭର୍ଟ ନିର୍ମାଣ ହୋଇ ସେତିକିରେ ଅଟକିଛି ରାସ୍ତା ନିର୍ମାଣ। ଫଳରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସହ ମାଲକାନଗିରିକୁ ବିଭିନ୍ନ କାର୍ଯ୍ୟରେ ଯିବାକୁ ବର୍ଷବର୍ଷ ଧରି ଅସୁବିଧା ଭୋଗୁଛନ୍ତି। ଗ୍ରାମଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ଛତିଶଗଡ଼ ସୀମାନ୍ତ। ଗ୍ରାମଠାରୁ ପଡ଼ୋଶୀ ଛତିଶଗଡ଼ ସୁକୁମା ଜିଲା ସଦର ମହକୁମାର ଦୂରତା ହେଉଛି ୮ କିଲୋମିଟର ା ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ସୁକୁମା ଜିଲା ସଦର ମହକୁମା ଉପରେ ନିର୍ଭର କରନ୍ତି। ଗୁରୁତର ଅବସ୍ଥାରେ ଗର୍ଭବତୀ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖଟରେ ୬ କିଲୋମିଟର ବୋହି ମାଟାପାକା ପଞ୍ଚାୟତକୁ ଅଣାଗଲେ ସେଠାରୁ ଡାକ୍ତରଖାନା ଯାଇଥାଉ ବୋଲି କହିଛନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚତ୍ତ ଏହି ଗ୍ରାମବାସୀ ମଙ୍ଗଳବାର ଏକ ବୈଠକ କରି ଛତିଶଗଡ଼ରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସୋମବାର ସେମାନେ ସୁକୁମା ଯାଇ ଜିଲାପାଳଙ୍କୁ ଭେଟି ସେମାନଙ୍କୁ ଛତିଶଗଡ଼ରେ ମିଶାଇବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି ଗ୍ରାମର ଭିମା ମାଡ଼କାମି, ଦେବା ବେଟି, ଜଗା ମାଡ଼କାମି, ଜଗା କଞ୍ଜାମି, ରାଜା ମାଡି, ଭଇମା ମାଡି, ଭିମା କାର୍ତ୍ତାମି, ଇର୍ମା ସୋଡି, କେଶା ସୋଡି, ଆଡମା ପଡିଆମି, କାନା ପଡିଆମି, କଶା ମାଡକାମି, ଆଇତା ପଡିଆମି, ରାମା ମାଢ଼ି, ଦୁଲା ସୋଡି ଓ କଶା କବାସୀ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri