ସ୍ବତନ୍ତ୍ର କ୍ୟାଡର ଦାବି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରାଜ୍ୟର ବିକାଶ ପାଇଁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଫିସରଙ୍କର ସ୍ବତନ୍ତ୍ର କ୍ୟାଡର ଲାଗି ସ୍ବର ଉଠାଇଛନ୍ତି। ରାଜ୍ୟ ଭାଜପା ମଧ୍ୟ ଖଣ୍ଡୁଙ୍କ ଏହି ଦାବିକୁ ସମର୍ଥନ କରିଛି। ତଥ୍ୟରୁ ଜଣାପଡିଛି ଯେ, ଅନେକ ଆଇଏଏସ୍‌ ବାବୁ ଉତ୍ତର-ପୂର୍ବ ରାଜ୍ୟରେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ପ୍ରଶାସନିକ ମାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ଖଣ୍ଡୁଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଅରୁଣାଚଳ ପ୍ରଦେଶକୁ କେନ୍ଦ୍ର ପଠାଉଥିବା ବାବୁମାନେ କମ୍‌ ସମୟ ଲାଗି ନିଯୁକ୍ତି ପାଉଛନ୍ତି। ଏହି ସମୟ ମଧ୍ୟରେ ସେମାନେ ରାଜ୍ୟର ଶାସନ ବ୍ୟବସ୍ଥାକୁ ବୁଝି ଆସିଲା ବେଳକୁ ବଦଳି ହୋଇଯାଉଛନ୍ତି। ରାଜ୍ୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିବା ବାବୁମାନେ ବଦଳି ହୋଇ ରାଜ୍ୟରୁ ଚାଲିଯାଉଛନ୍ତି। ଫଳରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟ ଧିମେଇ ଯାଉଛି। ଉଚ୍ଚସ୍ତରରେ ରାଜ୍ୟର ସ୍ବତନ୍ତ୍ର ପ୍ରଶାସନିକ ସେବା କ୍ୟାଡର ରହିଲେ ସେମାନଙ୍କର ନିଜତ୍ୱ ଭାବ ଓ ଦାୟିତ୍ୱଜ୍ଞାନ ବୃଦ୍ଧି ପାଇପାରନ୍ତା ଏବଂ ରାଜ୍ୟର ଆବଶ୍ୟକତା ପ୍ରତି ସେମାନେ ଅଧିକ ଉତ୍ତରଦାୟୀ ହୋଇପାରନ୍ତେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବେ କି ନାହିଁ ଜଣା ନାହିଁ। ତଥାପି ଉତ୍ତର-ପୂର୍ବାଞ୍ଚଳ ଆଡକୁ ୟୁଟି କ୍ୟାଡର ବାବୁମାନଙ୍କୁ ଆକର୍ଷିତ କରିବା ପାଇଁ ସରକାର ସର୍ଭିସ୍‌ ରୁଲ୍‌କୁ କୋହଳ କରିଛନ୍ତି। ଅରୁଣାଚଳ ପ୍ରଦେଶ ସହ ଉତ୍ତର-ପୂର୍ବାଞ୍ଚଳର ଅନ୍ୟ ରାଜ୍ୟଗୁଡିକରେ ଯେଉଁ ବାବୁମାନେ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ ଏହି କୋହଳ ନୀତି ଲାଗୁ ହେବ।
ଭ୍ରଷ୍ଟାଚାରର ଉନ୍ମୂଳନ
ଜୁନ୍‌ ଓ ଅଗଷ୍ଟ ମାସରେ ମୋଦି ସରକାର ଦୁର୍ନୀତି ତଥା ବିଭିନ୍ନ ଅଭିଯୋଗରେ କମିଶନର ପାହ୍ୟା ସମେତ ୬୪ ଜଣ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ବାବୁଗିରିରେ କେବଳ ଆୟକର ଅଧିକାରୀଙ୍କ ଭିତରେ ସୀମିତ ରହିନାହିଁ, ଯାହା ପୂର୍ବରୁ ଏହି ସ୍ତମ୍ଭରେ ପ୍ରକାଶ ପାଇଛି। ସରକାର ସମସ୍ତ କର୍ମଚାରୀଙ୍କର, ବିଶେଷତଃ ଯେଉଁ କର୍ମଚାରୀମାନେ ଅପରାଧ କିମ୍ବା ଦୁର୍ନୀତି ଅଭିଯୋଗର ସାମ୍‌ନା କରୁଛନ୍ତି, ସେମାନଙ୍କର ବାର୍ଷିକ ଗୋପନୀୟ ରିପୋର୍ଟକୁ ସମୀକ୍ଷା କରୁଥିବା ବିଶ୍ୱାସ କରାଯାଉଛି। ଏଭଳି ଅଧିକାରୀମାନଙ୍କୁ ଚିହ୍ନଟ କରିବା ଲାଗି ଏକ ପଦ୍ଧତିର ବିକାଶ କରିବା ଏବଂ ଚିହ୍ନଟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ଲାଗି ସବୁ କ୍ୟାଡର ନିୟନ୍ତ୍ରଣକାରୀ ଅଧିକାରୀମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିବା ଅଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ରାଜ୍ୟଗୁଡିକୁ କୁହାଯାଇଛି। ସେହିପରି ଆଇଏଏସ୍‌ କ୍ୟାଡରଙ୍କୁ ନିୟନ୍ତ୍ରଣ କରୁଥିବା କାର୍ମିକ ମନ୍ତ୍ରଣାଳୟ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ପର୍ଯ୍ୟାୟକ୍ରମେ ଚାକିରିରୁ ବହିଷ୍କାର କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରୁଥିବା ବିଶ୍ୱାସ କରାଯାଉଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଯଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଚିହ୍ନଟ କରିବା କାର୍ଯ୍ୟରେ ଲାଗିପଡିଛି। ଦୁର୍ନୀତି ବିରୋଧରେ କେନ୍ଦ୍ରର ଦୃଢ଼ସଂକଳ୍ପଯୁକ୍ତ ଯୁଦ୍ଧ ବାବୁମହଲକୁ ପୂରା ଦୋହଲେଇ ଦେଇଛିି। ଯଦି ସରକାରୀ କଳରୁ ବାସ୍ତବରେ ଏଭଳି ଅଳିଆ ସଫା ହୋଇଯିବେ ତେବେ ଏହାକୁ ଜନସାଧାରଣ ନିଶ୍ଚୟ ପ୍ରଶଂସା କରିବେ।
ଏକ ନୋବେଲ ସଂଯୋଗ
ଅର୍ଥନୀତିରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ତିନିଜଣ ବିଜେତାଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ। ଏଥିପାଇଁ ଦେଶ ଉତ୍ସବ ମନାଉଥିବାବେଳେ ନୋବେଲ ବିଜେତାଙ୍କ ସହ ମିଶି ଦୁଇଟି ଗବେଷଣାମତ୍କ ସନ୍ଦର୍ଭ ଲେଖିବା ପାଇଁ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ନୀନା ସିଂଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି। ନୀନା ସିଂ ହେଉଛନ୍ତି ୧୯୮୯ ବ୍ୟାଚ୍‌ ରାଜସ୍ଥାନ କ୍ୟାଡର୍‌ ଆଇପିଏସ୍‌ ଅଫିସର। ଦୁଇ ନୋବେଲ ବିଜେତା ଅଭିଜିତ୍‌ ବାନାର୍ଜୀ ଓ ଏସ୍ଥର ଡୁଫ୍ଲୋଙ୍କ ସହ ମିଶି ସେ ଲେଖିଥିବା ‘ଦି ଏଫିସିଏଣ୍ଟ୍‌ ଡିପ୍ଲୟମେଣ୍ଟ ଅଫ୍‌ ପୋଲିସ ରିସୋର୍ସେସ୍‌: ଥିଓରି ଆଣ୍ଡ୍‌ ନ୍ୟୁ ଏଭିଡେନ୍ସ ଫ୍ରମ୍‌ ଏ ରାଣ୍ଡୋମାଇଜ୍‌ଡ ଡ୍ରଙ୍କ୍‌ ଡ୍ରାଇଭିଂ କ୍ରାକ୍‌ଡାଉନ୍‌ ଇନ୍‌୍‌ ଇଣ୍ଡିଆ’ ଶୀର୍ଷକ ଗାବେଷଣାମତ୍କ ସନ୍ଦର୍ଭ ଗତମାସରେ ପ୍ରକାଶ ପାଇଛି। ପ୍ରଚଣ୍ଡ ‘ହଟ୍‌ ସ୍ପଟ୍‌’ ମଡେଲ ପରିବର୍ତ୍ତେ ପୋଲିସ ପରିନିୟୋଜନର ଏକ ବିକ୍ଷିପ୍ତ ମଡେଲର ଆବଶ୍ୟକତା ଅଛି ବୋଲି ଏଥିରେ କୁହାଯାଇଛି। ପୋଲିସ ଚେକ୍‌ ପଏଣ୍ଟ ବଦଳାଇବା ଦ୍ୱାରା ରାତିରେ ଦୁର୍ଘଟଣା ୧୭ ପ୍ରତିଶତ ଓ ମୃତ୍ୟୁହାର ୨୫ ପ୍ରତିଶତ ହ୍ରାସ ପାଏ ଏବଂ ଚେକ୍‌ପଏଣ୍ଟ୍‌ଗୁଡ଼ିକ ନ ବଦଳାଇ ଗୋଟିଏ ସ୍ଥାନରେ ସ୍ଥିର ରଖିଲେ ସେଥିରୁ ବିଶେଷ କୌଣସି ସୁଫଳ ମିଳେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?