ସ୍ବତନ୍ତ୍ର କ୍ୟାଡର ଦାବି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରାଜ୍ୟର ବିକାଶ ପାଇଁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଫିସରଙ୍କର ସ୍ବତନ୍ତ୍ର କ୍ୟାଡର ଲାଗି ସ୍ବର ଉଠାଇଛନ୍ତି। ରାଜ୍ୟ ଭାଜପା ମଧ୍ୟ ଖଣ୍ଡୁଙ୍କ ଏହି ଦାବିକୁ ସମର୍ଥନ କରିଛି। ତଥ୍ୟରୁ ଜଣାପଡିଛି ଯେ, ଅନେକ ଆଇଏଏସ୍‌ ବାବୁ ଉତ୍ତର-ପୂର୍ବ ରାଜ୍ୟରେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ପ୍ରଶାସନିକ ମାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ଖଣ୍ଡୁଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଅରୁଣାଚଳ ପ୍ରଦେଶକୁ କେନ୍ଦ୍ର ପଠାଉଥିବା ବାବୁମାନେ କମ୍‌ ସମୟ ଲାଗି ନିଯୁକ୍ତି ପାଉଛନ୍ତି। ଏହି ସମୟ ମଧ୍ୟରେ ସେମାନେ ରାଜ୍ୟର ଶାସନ ବ୍ୟବସ୍ଥାକୁ ବୁଝି ଆସିଲା ବେଳକୁ ବଦଳି ହୋଇଯାଉଛନ୍ତି। ରାଜ୍ୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିବା ବାବୁମାନେ ବଦଳି ହୋଇ ରାଜ୍ୟରୁ ଚାଲିଯାଉଛନ୍ତି। ଫଳରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟ ଧିମେଇ ଯାଉଛି। ଉଚ୍ଚସ୍ତରରେ ରାଜ୍ୟର ସ୍ବତନ୍ତ୍ର ପ୍ରଶାସନିକ ସେବା କ୍ୟାଡର ରହିଲେ ସେମାନଙ୍କର ନିଜତ୍ୱ ଭାବ ଓ ଦାୟିତ୍ୱଜ୍ଞାନ ବୃଦ୍ଧି ପାଇପାରନ୍ତା ଏବଂ ରାଜ୍ୟର ଆବଶ୍ୟକତା ପ୍ରତି ସେମାନେ ଅଧିକ ଉତ୍ତରଦାୟୀ ହୋଇପାରନ୍ତେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବେ କି ନାହିଁ ଜଣା ନାହିଁ। ତଥାପି ଉତ୍ତର-ପୂର୍ବାଞ୍ଚଳ ଆଡକୁ ୟୁଟି କ୍ୟାଡର ବାବୁମାନଙ୍କୁ ଆକର୍ଷିତ କରିବା ପାଇଁ ସରକାର ସର୍ଭିସ୍‌ ରୁଲ୍‌କୁ କୋହଳ କରିଛନ୍ତି। ଅରୁଣାଚଳ ପ୍ରଦେଶ ସହ ଉତ୍ତର-ପୂର୍ବାଞ୍ଚଳର ଅନ୍ୟ ରାଜ୍ୟଗୁଡିକରେ ଯେଉଁ ବାବୁମାନେ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ ଏହି କୋହଳ ନୀତି ଲାଗୁ ହେବ।
ଭ୍ରଷ୍ଟାଚାରର ଉନ୍ମୂଳନ
ଜୁନ୍‌ ଓ ଅଗଷ୍ଟ ମାସରେ ମୋଦି ସରକାର ଦୁର୍ନୀତି ତଥା ବିଭିନ୍ନ ଅଭିଯୋଗରେ କମିଶନର ପାହ୍ୟା ସମେତ ୬୪ ଜଣ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ବାବୁଗିରିରେ କେବଳ ଆୟକର ଅଧିକାରୀଙ୍କ ଭିତରେ ସୀମିତ ରହିନାହିଁ, ଯାହା ପୂର୍ବରୁ ଏହି ସ୍ତମ୍ଭରେ ପ୍ରକାଶ ପାଇଛି। ସରକାର ସମସ୍ତ କର୍ମଚାରୀଙ୍କର, ବିଶେଷତଃ ଯେଉଁ କର୍ମଚାରୀମାନେ ଅପରାଧ କିମ୍ବା ଦୁର୍ନୀତି ଅଭିଯୋଗର ସାମ୍‌ନା କରୁଛନ୍ତି, ସେମାନଙ୍କର ବାର୍ଷିକ ଗୋପନୀୟ ରିପୋର୍ଟକୁ ସମୀକ୍ଷା କରୁଥିବା ବିଶ୍ୱାସ କରାଯାଉଛି। ଏଭଳି ଅଧିକାରୀମାନଙ୍କୁ ଚିହ୍ନଟ କରିବା ଲାଗି ଏକ ପଦ୍ଧତିର ବିକାଶ କରିବା ଏବଂ ଚିହ୍ନଟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ଲାଗି ସବୁ କ୍ୟାଡର ନିୟନ୍ତ୍ରଣକାରୀ ଅଧିକାରୀମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିବା ଅଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ରାଜ୍ୟଗୁଡିକୁ କୁହାଯାଇଛି। ସେହିପରି ଆଇଏଏସ୍‌ କ୍ୟାଡରଙ୍କୁ ନିୟନ୍ତ୍ରଣ କରୁଥିବା କାର୍ମିକ ମନ୍ତ୍ରଣାଳୟ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ପର୍ଯ୍ୟାୟକ୍ରମେ ଚାକିରିରୁ ବହିଷ୍କାର କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରୁଥିବା ବିଶ୍ୱାସ କରାଯାଉଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଯଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଚିହ୍ନଟ କରିବା କାର୍ଯ୍ୟରେ ଲାଗିପଡିଛି। ଦୁର୍ନୀତି ବିରୋଧରେ କେନ୍ଦ୍ରର ଦୃଢ଼ସଂକଳ୍ପଯୁକ୍ତ ଯୁଦ୍ଧ ବାବୁମହଲକୁ ପୂରା ଦୋହଲେଇ ଦେଇଛିି। ଯଦି ସରକାରୀ କଳରୁ ବାସ୍ତବରେ ଏଭଳି ଅଳିଆ ସଫା ହୋଇଯିବେ ତେବେ ଏହାକୁ ଜନସାଧାରଣ ନିଶ୍ଚୟ ପ୍ରଶଂସା କରିବେ।
ଏକ ନୋବେଲ ସଂଯୋଗ
ଅର୍ଥନୀତିରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ତିନିଜଣ ବିଜେତାଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ। ଏଥିପାଇଁ ଦେଶ ଉତ୍ସବ ମନାଉଥିବାବେଳେ ନୋବେଲ ବିଜେତାଙ୍କ ସହ ମିଶି ଦୁଇଟି ଗବେଷଣାମତ୍କ ସନ୍ଦର୍ଭ ଲେଖିବା ପାଇଁ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ନୀନା ସିଂଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି। ନୀନା ସିଂ ହେଉଛନ୍ତି ୧୯୮୯ ବ୍ୟାଚ୍‌ ରାଜସ୍ଥାନ କ୍ୟାଡର୍‌ ଆଇପିଏସ୍‌ ଅଫିସର। ଦୁଇ ନୋବେଲ ବିଜେତା ଅଭିଜିତ୍‌ ବାନାର୍ଜୀ ଓ ଏସ୍ଥର ଡୁଫ୍ଲୋଙ୍କ ସହ ମିଶି ସେ ଲେଖିଥିବା ‘ଦି ଏଫିସିଏଣ୍ଟ୍‌ ଡିପ୍ଲୟମେଣ୍ଟ ଅଫ୍‌ ପୋଲିସ ରିସୋର୍ସେସ୍‌: ଥିଓରି ଆଣ୍ଡ୍‌ ନ୍ୟୁ ଏଭିଡେନ୍ସ ଫ୍ରମ୍‌ ଏ ରାଣ୍ଡୋମାଇଜ୍‌ଡ ଡ୍ରଙ୍କ୍‌ ଡ୍ରାଇଭିଂ କ୍ରାକ୍‌ଡାଉନ୍‌ ଇନ୍‌୍‌ ଇଣ୍ଡିଆ’ ଶୀର୍ଷକ ଗାବେଷଣାମତ୍କ ସନ୍ଦର୍ଭ ଗତମାସରେ ପ୍ରକାଶ ପାଇଛି। ପ୍ରଚଣ୍ଡ ‘ହଟ୍‌ ସ୍ପଟ୍‌’ ମଡେଲ ପରିବର୍ତ୍ତେ ପୋଲିସ ପରିନିୟୋଜନର ଏକ ବିକ୍ଷିପ୍ତ ମଡେଲର ଆବଶ୍ୟକତା ଅଛି ବୋଲି ଏଥିରେ କୁହାଯାଇଛି। ପୋଲିସ ଚେକ୍‌ ପଏଣ୍ଟ ବଦଳାଇବା ଦ୍ୱାରା ରାତିରେ ଦୁର୍ଘଟଣା ୧୭ ପ୍ରତିଶତ ଓ ମୃତ୍ୟୁହାର ୨୫ ପ୍ରତିଶତ ହ୍ରାସ ପାଏ ଏବଂ ଚେକ୍‌ପଏଣ୍ଟ୍‌ଗୁଡ଼ିକ ନ ବଦଳାଇ ଗୋଟିଏ ସ୍ଥାନରେ ସ୍ଥିର ରଖିଲେ ସେଥିରୁ ବିଶେଷ କୌଣସି ସୁଫଳ ମିଳେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri