ସ୍ନାତକ ବିଭାଗ ଟପ୍ପରଙ୍କୁ ବ୍ୟାସକବି ଶିକ୍ଷା ସମ୍ମାନ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସ୍ନାତକ ବିଭାଗରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବ୍ୟାସକବି ସମ୍ମାନ ପ୍ରଦାନ କରାଯାଇଛି। ଗୁରୁବାର ଅପରାହ୍ନରେ ଏକ ଘରୋଇ ହଟେଲ ସମ୍ମିଳନୀ କକ୍ଷରେ ତୃତୀୟ ବ୍ୟାସକବି ଶିକ୍ଷାସମ୍ମାନ ଉତ୍ସବ ଆୟୋଜନ କରାଯାଇଥିଲା ା ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ସିମନ ଦାସ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାମାଜିକ କର୍ମୀ ସୁବାସିନୀ ଜେନା, ପୂର୍ବତନ ବ୍ରିଟ୍‌ ଚେୟାରମ୍ୟାନ୍‌ ଗୌରୀ କୁମାର ରାଉତ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ବିସିଜେଡି ଉତ୍ତର ଓଡିଶା ଜୋନାଲ ସଭାପତି ତାପସ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରୀଛାତ୍ରମାନଙ୍କର ଉତ୍ତରୋତ୍ତର କାମନା କରି ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ା
ଶ୍ରେଷ୍ଠ ସ୍ନାତକ ଭାବେ ସଂସ୍କୃତ ବିଭାଗର ସସ୍ମିତା ନାୟକ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଅର୍ଥନୀତିରେ ରଶ୍ମିତା ବେହେରା, ଶିକ୍ଷାରେ ସ୍ବରୂପ ତ୍ରିପାଠୀ, ଇଂରାଜୀରେ ମୋନିକା ସାନ୍ନା, ଇତିହାସରେ ଆଶିଷ କୁମାର, ଓଡିଆରେ ଜୟଦେବ ଗିରି, ଦର୍ଶନ ବିଭାଗରେ ଲୋପାମୁଦ୍ରା ପତି, ରାଜନୀତି ବିଜ୍ଞାନରେ ମାସୁମ୍‌ ପ୍ରିୟଦର୍ଶନୀ ବେହେରା, ସଂସ୍କୃତରେ ସସ୍ମିତା ନାୟକ, ହିନ୍ଦୀରେ ମକସୁନା ବାନୋ ବେଗାମ୍‌, ମନସ୍ତତ୍ତ୍ୱରେ ଶତାବ୍ଦି ଦାସ ଅଧିକାରୀ, ସମାଜ ଶାସ୍ତ୍ରରେ ମୁବାସିରା ରୁକ୍‌ସାନ୍‌, ଉର୍ଦ୍ଧୂରେ ଫରଜାନା ଖାତୁନ୍‌, ମୃତିତ୍ତ୍ୱରେ ଆରତୀ ସ୍ବାଇଁ, ଭୂଗୋଳରେ ସତ୍ୟପ୍ରକାଶ ଭାନଜା, ଉଦ୍ଭିଦ ବିଜ୍ଞାନରେ ପ୍ରୀତିସୁଧା ମହାପାତ୍ର, ରସାାୟନ ବିଜ୍ଞାନରେ ଶ୍ୱେତା ମହାପାତ୍ର, ଗଣିତରେ ଅକ୍ଷୟ କୁମାର ଜେନା, ପଦାର୍ଥ ବିଜ୍ଞାନରେ ଅସୀନା ବାରିକ, ଜୀବ ବିଜ୍ଞାନରେ ପ୍ରଜ୍ଞା ପରମିତା ଦାଶ, ଭୂତତ୍ତ୍ୱ ବିଜ୍ଞାନରେ ସୃତି ରଞ୍ଜନ ପ୍ରହରାଜ, ବାଣିଜ୍ୟରେ ଆନନ୍ଦ ଦେ, ଏବଂ ବିବିଏରେ ଇନ୍ଦିରା ମହାପାତ୍ରଙ୍କୁ ବ୍ୟାସକବି ଶିକ୍ଷା ସମ୍ମାନରେ ସମ୍ମାନିତ କରାଯାଇଛି ା କାର୍ଯ୍ୟକ୍ରମ ପରିଚାଳନାରେ ବିସିଜେଡି ଜିଲା ମହାସଚିବ କୁଶଲ ଚାଟାର୍ଜୀ, ଉପସଭାପତି ଓମ୍‌ ପ୍ରକାଶ ମହାପାତ୍ର, ଟାଉନ ସଭାପତି ବ୍ରଜକିଶୋର ପ୍ରଧାନ, ସଦର ସଭାପତି ଭବାନୀ ଶଙ୍କର ପଣ୍ଡା, ରେମୁଣା କାର୍ଯ୍ୟକାରୀ ସଭାପତି ଚନ୍ଦନ ମଲ୍ଲିକ, ସାଧାରଣ ସମ୍ପାଦକ କିରଣ ନାଥ, ଫ୍ରାନ୍‌ରିସ୍‌ ବେକନ ସ, ବିଶ୍ୱଜିତ୍‌ ମହାନ୍ତି, ଶିବଶଙ୍କର ଦାସ, ତନୱିର କାଦ୍ରୀ, ଚନ୍ଦନ ଦାସ, ହରେକୃଷ୍ଣ ପ୍ରଧାନ, ବିକ୍ରମ କେଶରୀ ସାମଲ, ଅମିତ୍‌ ମହାପାତ୍ର ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ା ଶେଷରେ ସାଧାରଣ ସମ୍ପାଦିକା ଦେବଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri