ସୁପ୍ରିମକୋର୍ଟ ଗଲା ମୁସ୍‌ଲିମ ସଂଗଠନ

ନୂଆଦିଲ୍ଲୀ,୪ା୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ସେମାନଙ୍କ ଘରପାଖ ଶ୍ମଶାନରେ କବର ଦିଆଯିବା ଘଟଣାକୁ ମୁମ୍ବାଇର ଜଣେ ବ୍ୟକ୍ତି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ପିଟିଶନକୁ ବିରୋଧ କରି ଜାମିଆତ୍‌ ଉଲମା-ଇ-ହିନ୍ଦ୍‌ ନାମକ ମୁସ୍‌ଲିମ ସଂଗଠନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ମୁମ୍ବାଇ ବାସିନ୍ଦା ପ୍ରଦୀପ ଘାନ୍ଦିଙ୍କ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ ହେବା ପରେ ସେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାନ୍ଦ୍ରା ଓ୍ବେଷ୍ଟ ଶ୍ମଶାନରେ କୋଭିଡ୍‌-୧୯ ରୋଗୀଙ୍କୁ କବର ଦେଲେ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ସୋମବାର ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରିବେ। ମୁସ୍‌ଲିମ ସଂଗଠନ ମଧ୍ୟ ଏହି ମାମଲାରେ ଅଦାଲତଙ୍କ ହସ୍ତକ୍ଷେପ ଦାବି କରିଛି। କବର ଦେବା ଦ୍ୱାରା ଭୂତାଣୁ ସଂକ୍ରମଣର କୌଣସି ପ୍ରମାଣ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଇସ୍‌ଲାମ ଧର୍ମରେ ମୃତଦେହକୁ କବର ଦିଆଯିବା ଜରୁରୀ। ଅନ୍ୟ ଧର୍ମରେ ମଧ୍ୟ ଏହି ବ୍ୟବସ୍ଥା ରହିଛି। ଏହା ବିରୋଧରେ କୋର୍ଟରେ ଆବେଦନ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଥିବା ଧର୍ମୀୟ ଅଧିକାରର ବିରୋଧ ବୋଲି ମୁସ୍‌ଲିମ ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri