ସୁଧୁରୁନି ବଉଳିଗଡ଼ ବିଦ୍ୟାଳୟ ସମସ୍ୟା:୮ ଶ୍ରେଣୀକୁ ୩ କୋଠରି

ବଅଁରପାଳ, ୨ା୧୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବଉଳିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସମସ୍ୟା ଲାଗି ରହିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠପଢୁଥିବାବେଳେ ସ୍କୁଲରେ ଶିକ୍ଷାର ଗୁଣବତ୍ତା, ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି ଆଦି ଦିଗରେ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଫଳରେ ଏଠାରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଉତ୍ତମ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସ୍କୁଲରେ ଶିକ୍ଷକ ଏବଂ ଶ୍ରେଣୀ ଗୃହ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଏଠାରେ ୮ଟି ଶ୍ରେଣୀର ପିଲାଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ବିଦ୍ୟାଳୟରେ ଶ୍ରେଣୀଗୃହ ଭାବେ ମାତ୍ର ୩ଟି କୋଠରି ରହିଛି। ଫଳରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସିବାକୁ ପଡୁଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ଗୋଟିଏ କୋଠରିରେ ବସୁଥିବାବେଳେ ୪ର୍ଥ ଓ ୫ମ ଶ୍ରେଣୀର ପିଲାମାନେ ଗୋଟିଏ ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଗୋଟିଏ କୋଠରିରେ ବସି ପାଠ ପଢୁଛନ୍ତି। ୧୯୬୫ରେ ସ୍ଥାପିତ ଏହି ବିଦ୍ୟାଳୟ ଚାରିପାଖରେ ପାଚେରିଟିଏ ମଧ୍ୟ ନିର୍ମାଣ କରାଯାଇପାରିନାହିଁ। ଫଳରେ ବିଦ୍ୟାଳୟ ମଧ୍ୟରେ ଗୋରୁ, କୁକୁର ପଶି ଗଛପତ୍ର ନଷ୍ଟ କରୁଛନ୍ତି। ତୁରନ୍ତ ଏହି ସବୁ ସମସ୍ୟା ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri