ଘରକୁ ବାହୁଡ଼ିଲେ ତୁଫାନୀ

ଢେଙ୍କାନାଳ ଅଫିସ, ୨।୧୧

ନିଖୋଜର ଦୀର୍ଘ ୯ମାସ ପରେ ପରିବାର ଲୋକଙ୍କ ସହ ଘରକୁ ଫେରିଛନ୍ତି ବୃଦ୍ଧ ତୁଫାନୀ। ଏଥିପାଇଁ ସେ ମହର୍ଷି ଦୟାନନ୍ଦ ମିଶନ ଆଶ୍ରମ ଜରାଶ୍ରମର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ତୁଫାନୀଙ୍କ ପୈତୃକ ଗ୍ରାମ ବିହାରର ସୋହା ଜିଲାରେ। ଦୀର୍ଘ ୯ମାସ ତଳେ ସେ ନିଖୋଜ ହୋଇଯାଇଥିଲେ। ଗତ ଦୀପାବଳିରେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ସହାୟତାରେ ତାଙ୍କୁ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ମିଶନ ଆଶ୍ରମ ଜରାଶ୍ରମରେ ଥଇଥାନ କରାଯାଇଥିଲା। ସୂଚନା ପାଇ ତୁଫାନୀଙ୍କ ପୁଅ ମହମ୍ମଦ ଜାହିର, ସ୍ତ୍ରୀ ସୁବେଦା ଏବଂ ଅନ୍ୟ ପରିବାର ସଦସ୍ୟ ଶୁକ୍ରବାର ଜରାଶ୍ରମରେ ପହଞ୍ଚତ୍ଥିଲେ। ଅପରାହ୍ନ ୨ଟାରେ ଟ୍ରେନ୍‌ରେ ସମସ୍ତେ ଘର ଅଭିମୁଖେ ବାହୁଡ଼ିଛନ୍ତି।
ମହମ୍ମଦଙ୍କ କହିବା କଥା, ବାପା ତୁଫାନୀ ହେଉଛନ୍ତି ସୋହାର ଜଣେ ଓ୍ବାର୍ଡ ସଦସ୍ୟ। ଗତ ଫେବୃୟାରୀରେ ନୂଆଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ଥାନା ଏବଂ ଜରାଶ୍ରମକୁ ଯୋଗାଯୋଗ କରାଯାଇଥିଲା। ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ସମ୍ପାଦକ ପ୍ରଦୀପ ସାହୁଙ୍କ ଉଦ୍ୟମରେ ବାପାଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ପରିବାର ଲୋକଙ୍କ ସହ ମିଶିବା ପରେ ତୁଫାନୀ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି…

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

ବରଗଡ଼ରେ ଚାଞ୍ଚଲ୍ୟ, ଅଭାବରେ ପଡ଼ି ଶିଶୁକନ୍ୟାଙ୍କୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଭାବ ଅନଟନରେ ପଡ଼ି ଏକ ନବଜାତ ଶିଶୁକନ୍ୟାକୁ ଅନ୍ୟ ଦମ୍ପତିଙ୍କ ହାତରେ ଟେକି ଦେବା ଭଳି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି…

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ, ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରି…

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଚିସ୍ମିତା ବେହେରାଙ୍କ ଉପସ୍ଥିତିରେ ଏକ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର,…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଯିବ ପାଣି: ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି କରି…

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ପ୍ରବଳ ପବନ ଓ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଗିଡ଼ିପାବାଲି, ଡାଙ୍ଗେଶିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ଆହୁରି ୧୧ ଜଣଙ୍କ ପତ୍ତା ଏବେ ବି ମିଳୁନି

ଭଞ୍ଜନଗର,୧ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଘଟିଥିବା ଭୂସ୍ଖଳନ ଘଟଣାରେ ରବିବାର ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଗିଡ଼ିପାବାଲି…

ଭଉଣୀ ଘରେ ଛାଡ଼ି ଦେବାକୁ କହି ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ୨ ଅଭିଯୁକ୍ତଙ୍କୁ ଗିରଫ କରି…

ମାର୍ଶାଘାଇ,୧ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମାନସିକ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?