ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ ଅଧିକ ବୃହତ୍‌ କୌଣସି ଅମୂଲ୍ୟ ସମ୍ପଦ ସମାଜକୁ ଭେଟି ଦେଇପାରିବ। ଅଙ୍ଗୀକାରବଦ୍ଧ ମଣିଷ ଜଣେ ସଫଳ ସ୍ରଷ୍ଟା।
ସୃଷ୍ଟି ପାଇଁ ଆନନ୍ଦଦାୟକ ଏହି ଯେ, ଆଜି ସାରସ୍ବତ ସ୍ରଷ୍ଟାଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ଘଟିଛି। ସମାଜ ତଥା ଭାଷା ସାହିତ୍ୟ ପାଇଁ ଏହା ସୁଖଦାୟକ ବିଷୟ। ତେବେ କାଳଜୟୀ ସୃଷ୍ଟି କେତେ, ତାହା କେବଳ ସମୟ ସ୍ଥିର କରିପାରିବ। ଅନେକ ଦିନ ଏହି ବ୍ୟବସ୍ଥାର ଗତିଶୀଳତା ଦିଗହରା ପରି ମନେହେଉଛି। ପୁରାତନ ସମୟର ଲେଖକ ଓ ଆଜିର ଲେଖକଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଆଜିକାର ଲେଖକଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ; ଲିଖନ ସାମଗ୍ରୀ ଠାରୁ ଆରମ୍ଭକରି ସୂଚନା ପାଇବାର ସୁଯୋଗ ପର୍ଯ୍ୟନ୍ତ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ପର୍ଯ୍ୟାପ୍ତ କାଗଜ , କଲମ, ବୈଦ୍ୟୁତିକ ଯନ୍ତ୍ର ଉପଲବ୍ଧ ରହିଥିଲେ ବି ଆମ୍ଭେମାନେ ମାତ୍ର କେତେ ପୃଷ୍ଠା ଲେଖିବାରେ କ୍ଳାନ୍ତ ହୋଇପଡୁଛେ। ଆମର ପୂର୍ବ ସୁରୀମାନେ ତାଳପତ୍ର, ଭୁଜପତ୍ର ଓ ଧାତୁପତ୍ର ଲେଖନୀ ସାହାଯ୍ୟରେ ଦିନରାତି ଅବିରତ ବସିରହି କେତେ କଷ୍ଟରେ ଲେଖାମାନ ପ୍ରସ୍ତୁତ କରୁଥିଲେ। ଜଣେ ସାରସ୍ବତ ସ୍ରଷ୍ଟାଙ୍କୁ ସମାଜ କାହିଁକି ଏତେ ସମ୍ମାନ ଅଜାଡ଼ିଦିଏ ? କାରଣ ତାଙ୍କ ସାଧନା ଓ ସୃଷ୍ଟିରେ ସମାଜ ଗଠନ, ନିୟନ୍ତ୍ରଣ, ସମାଜ ପରିବର୍ତ୍ତନ ଓ କୁସଂସ୍କାର ବିରୋଧୀ ତଥା ସଂସ୍କାରର ବାର୍ତ୍ତା ଦିଆଯାଇଥାଏ। ସେହି ସାଧକମାନେ , କିଏ ଶୁଣିଲା ନ ଶୁଣିଲା , କିଏ ନିନ୍ଦାକଲା କିଏ ପ୍ରଶଂସାକଲା କିମ୍ବା ବାହାବା ନେବାକୁ ଆଦୌ ଅପେକ୍ଷା କରୁ ନ ଥିଲେ। ଏସବୁ ଦିଗ ପ୍ରତି ସେମାନଙ୍କ ନିଘା ନ ଥିଲା। ନିରନ୍ତର ଲେଖି ଚାଲିବା ସେମାନଙ୍କ ଲକ୍ଷ୍ୟ ଥିଲା। ପାଠକ ଜଣେ ହେଉ ବା ଲକ୍ଷେ, ସବୁ ଋତୁରେ ନିରନ୍ତର ଭାବେ ସେମାନଙ୍କ ଲେଖନୀ ଅବିଚଳିତ ନ ହୋଇ ଦୃଢ଼ ହେଉଥିଲା।
ଆଜି ଏକବିଂଶ ଶତାବ୍ଦୀରେ ଏପରି ମନୋଭାବର ଦ୍ରୁତ ପରିବର୍ତ୍ତନ ଘଟିଛି। ସାଧକଟିଏ ତା’ର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଥିବା ମନେହେଉଛି। ସାହିତ୍ୟ ସାଧକ ଯଦି ତାଙ୍କ ଲକ୍ଷ୍ୟ ଭୁଲିଯାଏ, ତେବେ ଜୀବନ ନିରର୍ଥକ ହୋଇଉଠେ। ଏହି ତତ୍ତ୍ୱକୁ ଗ୍ରହଣ କରିବା ଆଜିର ସ୍ରଷ୍ଟାଙ୍କ ପାଇଁ କାଠିକର ପାଠ। ଆମର ପୂର୍ବସୁରୀମାନେ ଯେଉଁ କାବ୍ୟ, କବିତା, ଗଳ୍ପ ଓ ନାଟକ ଆଦି ଭେଟି ଦେଇଛନ୍ତି, ତାହା କାଳଜୟୀ ହୋଇପାରିଛି। ଅଳ୍ପ ଶିକ୍ଷିତ ତଥା ଆଦୌ ପାଠ ପଢ଼ି ନ ଥିବା ଭୀମ ଭୋଇଙ୍କଠାରୁ ଗଙ୍ଗାଧରଙ୍କ ପର୍ଯ୍ୟନ୍ତ, ଇତିହାସ ପୃଷ୍ଠାରେ ଅମର ହୋଇ ରହିଛନ୍ତି। ଶସ୍ତା ଲେଖା ସମାଜକୁ ପୁସ୍ତକ ବିମୁଖ କରାଇଛି। ସାହିତ୍ୟରେ ଶସ୍ତା ଲେଖାଗୁଡ଼ିକ ସମୟ ଗର୍ଭରେ ଦିନେ ବିଲୀନ ହୋଇଯିବ। କେବେ ତାହା କାଳଜୟୀ ହୋଇପାରିବ ନାହିଁ। ବ୍ୟାସକବି ଫକୀର ମୋହନ ସେନାପତି ମାତ୍ର ୨୦ଟି ଗଳ୍ପରେ ସାରା ଉତ୍କଳ ଭୂଖଣ୍ଡରେ ସାହିତ୍ୟ ଜଗତକୁ ଚକିତ କରିଥିଲେ। ବିଗତ କିଛି ବର୍ଷ ହେଲା ଅନେକ ଶହ ଲେଖକ ଲେଖୁଛନ୍ତି ସତ, ହେଲେ ସେଥିରେ ସେହି ଭାବ ଓ ସମାଜ ପରିବର୍ତ୍ତନର ଅଙ୍ଗୀକାରବଦ୍ଧତା ରହୁନାହିଁ। ସ୍ବଳ୍ପ କେତୋଟି ହାତଗଣତି ପୁସ୍ତକକୁ ବାଦ୍‌ଦେଲେ ପ୍ରାୟ ଶସ୍ତା ଲେଖାଗୁଡ଼ିକ ଲୋକଲୋଚନରୁ ଦୂରେଇଯାଉଛି। ଲେଖକଟିଏ କେବଳ ନିଜର ନାମକୁ ପ୍ରତିଷ୍ଠିତ କରିବାର ପ୍ରୟାସରେ ସର୍ବଦା ବ୍ୟସ୍ତ ରହୁଛି। ସାହିତ୍ୟରେ ଚାଟୁକାରିତା ଅଧିକ ବଢ଼ିଚାଲିଛି। କଳୁଷିତ ରାଜନୈତିକ ବ୍ୟବସ୍ଥା ପରି ସାହିତ୍ୟରେ ଖୋସାମଦିଆଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଗୋଟିଏ ବି କାଳଜୟୀ ପୁସ୍ତକ ଲେଖି ନ ଥିବା ବ୍ୟକ୍ତି ସାହିତ୍ୟରେ ବିଭିନ୍ନ ବିଭାଗର ସର୍ବୋଚ୍ଚ ଶିଖରରେ ପଦ ମଣ୍ଡନ କରିଛନ୍ତି। ସେଥିପାଇଁ ସାହିତ୍ୟରେ ପ୍ରକୃତି ସ୍ରଷ୍ଟାମାନେ ସମ୍ମାନିତ ନ ହେବା, ନିକୃଷ୍ଟ ସାହିତ୍ୟ ସୃଷ୍ଟିହେବା ଭଳି ଅଘଟଣ ଘଟିଚାଲିଛି।
ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ସାହିତ୍ୟର ଏହି ଧାରାରେ କେତେକ ଗୋଷ୍ଠୀ ମଧ୍ୟ ସୃଷ୍ଟି ହୋଇଛନ୍ତି। ସାହିତ୍ୟ ଭଳି ଗୋଟିଏ ସରଳ ବିଷୟକୁ ଗୋଷ୍ଠୀବଦ୍ଧ କରିବା କେତେ ଯୁକ୍ତିଯୁକ୍ତ ତାହା ଆପଣମାନେ ବିଚାରକରିବେ। ସେଥିପାଇଁ ସାହିତି୍ୟକ ବର୍ଣ୍ଣନା କରିଛନ୍ତି – ‘କବି ଯା କରେ ମୂର୍ଖକୁ ସ୍ତୁତି, ତହିଁରୁ ବଡ଼ ନାହିଁ ବିପତ୍ତି, ଏଥିକି ପ୍ରତି ଛାତିରେ କାତି, ମାରିବା ଭଲ ଯେ।’ଶସ୍ତା ଲୋକପ୍ରିୟତା, ଚାଟୁକରିତା, ଖୋସାମତି, ଗୋଷ୍ଠୀ ଗଠନ ଏସବୁ ଜଣେ ସାରସ୍ବତ ସାଧକଙ୍କ ନିକଟରେ ଆଦୌ ଗ୍ରହଣୀୟ ନୁହେଁ। ସାହିତି୍ୟକଙ୍କ ମଧ୍ୟରୁ ଯେଉଁମାନେ ଗହଣା ଉପରେ ଗହଣା ଲଦି ଦେଇ ସାହିତ୍ୟର ଅସଲ ଆତ୍ମା ଓ ସ୍ପନ୍ଦନକୁ ପୋତି ପକାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ ସାହିତ୍ୟର ଅସଲ ତତ୍ତ୍ୱକୁ ବୁଝି ନିଜକୁ ସଜାଡ଼ିନେବା ଆବଶ୍ୟକ।
ଏ ଜଗତର ମଙ୍ଗଳ କାମନା ପାଇଁ ସାହିତି୍ୟକର ସୃଷ୍ଟି । ସମାଜକୁ ପରିବର୍ତ୍ତନକରି ମାନବିକତାର ରଜ୍ଜୁରେ ସମସ୍ତ ଜଗତକୁ ବାନ୍ଧି ରଖିବା ଏକମାତ୍ର ଲକ୍ଷ୍ୟ।
ସାରସ୍ବତ ସାଧକଟିଏ ତା’ର ଚାରିକାନ୍ଥ ଭିତରୁ ଦେଖେ ଅସରନ୍ତି ଜୀବନର ବୈଚିତ୍ର୍ୟ। ତା’ ପାଇଁ ସାହିତ୍ୟ ଓ ସଂସାର ଛଡ଼ା କୌଣସି ଆକର୍ଷଣ ନ ଥାଏ। ସାହିତି୍ୟକ ଯଦି ଯଥେଚ୍ଛାଚାର କରନ୍ତି, ତେବେ ତା’ର ଅଧିକାର ଭଙ୍ଗହୁଏ। ଲେଖକଟିଏ ଭାବିବା ଉଚିତ, ତା’ର ଲେଖାର ମୂଲ୍ୟ ଅଛି ଏବଂ ସମାଜ ପାଖରେ ତା’ର ଦାୟବଦ୍ଧତା ରହିଛି। ସାହିତି୍ୟକର କାମ ହେଉଛି ଉତ୍ତରଣର ବାଟ ଦେଖାଇବା। ଅସଲରେ ସାହିତି୍ୟକର କାମ ହେଉଛି ନିଜକୁ ପ୍ରକାଶ କରିବା। ପ୍ରତିକାରର ଚିନ୍ତା ସାହିତି୍ୟକର ଆଦୌ ନ ଥାଏ। ସେ କାମ କେବଳ ସମାଜ ସଂସ୍କାରକମାନଙ୍କର। ସାହିତି୍ୟକ ନିଜକୁ ଠିକ୍‌ ଭାବେ ପ୍ରକାଶ ନ କଲେ, ବାସ୍ତବରେ ସେ ଯନ୍ତ୍ରଣା ପାଏ। ସୃଷ୍ଟି ପାଇଁ ନିଜ ପାଖରେ ସେ ନିଜକୁ ଜବାବ ଦେବାକୁ ପଡ଼େ।
ସମୟ ଧାରାରେ ଅନେକ ପରିବର୍ତ୍ତନ ହୋଇଛି। ସାହିତି୍ୟକ ସ୍ରଷ୍ଟାଟିଏ କିନ୍ତୁ ସମାଜ ପାଇଁ ନିଜର ନିରନ୍ତର ଅଙ୍ଗୀକାରବଦ୍ଧତା ରଖିବା ଏକାନ୍ତ ଆବଶ୍ୟକ। ଶହେଟି ପୁସ୍ତକ ଲେଖିବା ଅପେକ୍ଷା ଖଣ୍ଡିଏ କାଳଜୟୀ ସୃଷ୍ଟି ଶ୍ରେୟସ୍କର। ଔପନାସିକ ଉପେନ୍ଦ୍ର କିଶୋର ଦାସଙ୍କ ଏକମାତ୍ର ଉପନ୍ୟାସ ‘ମଲାଜହ୍ନ’ ଆଜି ଚିର ଉଜ୍ଜ୍ୱଳମୟ ହୋଇ ସାହିତ୍ୟ ଆକାଶରେ ବିରାଜମାନ କରିଛି। ସେହିପରି ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାରେ ଚନ୍ଦ୍ର’ ପୁସ୍ତକ ପାଠକଙ୍କ ପ୍ରିୟ ହୋଇ ରହିଛି। ଏପରି ଅନେକ ଉଦାହରଣ ଓଡ଼ିଆ ସାହିତ୍ୟରେ ରହିଛି। ଜୀବନର ପ୍ରକୃତ ଉଦ୍ଦେଶ୍ୟ ସେତେବେଳେ ପୂରଣ ହେବ, ଯେତେବେଳେ ଜଣେ ସାହିତି୍ୟକ ଶସ୍ତା ଲୋକପ୍ରିୟତାଠାରୁ ନିଜକୁ ଦୂରେଇରଖିବ। ଖୋସାମତିକୁ ପରିହାରକରି ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିଲେ, ସମାଜରେ ଉପଯୁକ୍ତ ସମ୍ମାନ ଲାଭ କରିପାରିବ। ସାହିତ୍ୟକୁ ସବୁରି ଊର୍ଦ୍ଧ୍ୱରେ ରଖି ସ୍ରଷ୍ଟାଟିଏ ନିଜକୁ ସମର୍ପଣକଲେ ତାହା ତାକୁ ସଦାସର୍ବଦା ଅମର କରି ରଖିବ। ଅଯଥା ସମ୍ବର୍ଦ୍ଧନା, ମାନପତ୍ର ପଛରେ ନ ଦୌଡ଼ି ନିଜର ନିରବଚ୍ଛିନ୍ନ ସାହିତ୍ୟ ସର୍ଜନାରେ ମନୋନିବେଶ କଲେ ନିଶ୍ଚୟ ଆତ୍ମତୃପ୍ତି ଲାଭହେବ। ନାଟକ, ପ୍ରବନ୍ଧ, କବିତା, ଗଳ୍ପ ମାଧ୍ୟମରେ ସାହିତି୍ୟକଟିଏ ଉଭୟ ବ୍ୟକ୍ତି ଓ ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇବାର ସଫଳ ପ୍ରୟାସ କରିଥାଏ। ଏହି ସକାରାତ୍ମକ ପ୍ରଭାବ କେବଳ ଶାନ୍ତି ମୈତ୍ରୀ, ପ୍ରେମ, ପାରସ୍ପରିକ ସଦ୍‌ଭାବ, ଭାଇଚାରା ପରି ମାନବିକତାର ମନ୍ତ୍ର ପ୍ରସାର କରିଥାଏ। ଯୁଗେ ଯୁଗେ ସମାଜ ପାଇଁ ସଫଳ ସାହିତ୍ୟ ସ୍ରଷ୍ଟା ଅତ୍ୟାବଶ୍ୟକ। ସଫଳ ସାହିତ୍ୟ ସୃଷ୍ଟିଟିଏ ସ୍ରଷ୍ଟାକୁ ଯୁଗ ଯୁଗ ଧରି ସ୍ମରଣୀୟ ଓ ଗୌରବାନ୍ବିତକରି ରଖିବ।
ଅଧ୍ୟାପିକା, ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ,
ଛତିଆ, ଯାଜପୁର
ମୋ: ୯୪୩୭୯୫୭୬୧୭

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?