ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି ଇରାନ ଚୁକ୍ତି ଅନୁଯାୟୀ ପ୍ରତିଶ୍ରୁତି ପାଳନ ନ କରେ, ତେବେ ଯାହା କରିବାକୁ ହେବ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଇରାନକୁ ଆର୍ଥତ୍କ ଆଶ୍ୱସ୍ତି ପ୍ରଦାନ ସ୍ବରୂପ ଅଗଷ୍ଟ ୨୧ ପର୍ଯ୍ୟନ୍ତ କଟକଣା ହଟାଯାଇଥିବା ଆମେରିକା ଟ୍ରେଜେରି ବିଭାଗ ଘୋଷଣା କରିଛି। ଫଳରେ ତେହରାନ ଏହାର ତୈଳ ଓ ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କରିବା ସହ ବିକ୍ରି ବାବଦ ଅର୍ଥ ଗ୍ରହଣ କରିବାକୁ ଅନୁମତି ପାଇଛି। ସୋମବାରଠାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଜାହାଜ ଚଳାଚଳ ଆରମ୍ଭ ହୋଇଛି।
ଇରାନ ତୈଳ ବିକ୍ରି ଉପରୁ ଆମେରିକା କଟକଣା ଉଠାଇଦେଇଥିବାରୁ ଭାରତ ପାଇଁ ସବୁଠୁ ବଡ଼ ଲାଭ ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବ। ବିଶ୍ୱ ବଜାରରେ ଇରାନ ତୈଳ ଯୋଗାଣ ବଢ଼ିବ। ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୮ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରିଥାଏ। ଅନ୍ତର୍ଜାତୀୟ ବଜାରରେ ଦର କମିଲେ, ଭାରତ ତୈଳ ଆମଦାନୀ ବାବଦ ବ୍ୟୟ କେବଳ ହ୍ରାସ ପାଇବ ନାହିଁ, ଏଥିସହିତ ତୈଳ ବିପଣନ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ସୁବିଧା ହେବ। ଏହି କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଯେଉଁ କ୍ଷତି ସହିଥିଲେ, ତାହା ଭରଣା ହୋଇପାରିବ।
ଗତ ଏପ୍ରିଲରେ ଆମେରିକା-ଇରାନ ଯୁଦ୍ଧ ଚାଲିଥିବାବେଳେ ତୈଳ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ସମୁଦ୍ରରେ ଥିତ୍ବା ଇରାନୀୟ ତୈଳ ଉପରୁ କଟକଣା ହଟାଇ ଦେଇଥିଲା। ଫଳରେ ବହୁବର୍ଷ ବ୍ୟବଧାନରେ ଭାରତ ପ୍ରଥମ ଥର ପାଇଁ ଇରାନ ତୈଳ କିଣିଥିଲା। ତେବେ ଏଥର ତେଲକିଣାରେ ତୁରନ୍ତ କୌଣସି ବୃଦ୍ଧି ଦେଖିବାକୁ ମିଳି ନ ପାରେ। ଯଦିଓ ଆଲୋଚନା ସକାରାତ୍ମକ ରହିଛି, ତଥାପି ଆମେରିକା କଟକଣା ଲଗାଇବା ବା ହଟାଇବା ନୀତିରେ ବାରମ୍ବାର ପରିବର୍ତ୍ତନ କରୁଥିବାରୁ ଏବଂ ଭୂରାଜନୈତିକ ସ୍ଥିତିରେ ଅସ୍ଥିରତା ଲାଗି ରହିଥିବା ପର୍ଯ୍ୟନ୍ତ ଭାରତ ଇରାନୀୟ ତୈଳ କିଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ନପାରେ ବୋଲି ମଡେଲିଂ ଆଣ୍ଡ ରିଫାଇନିଂର ମୁଖ୍ୟ ବିଶ୍ଳେଷକ ସୁମିତ୍‌ ରିତୋଲିଆ କହିଛନ୍ତି। ସହଯୋଗ ପାଇଁ ଅଧିକ ତର୍କସଙ୍ଗତ କ୍ଷେତ୍ର ହେଲା ଏଲ୍‌ପିଜି, ପେଟ୍ରୋକେମିକାଲ୍ସ, ସାର ଓ ପ୍ରଶସ୍ତ ଶକ୍ତି ସହଯୋଗ। କିନ୍ତୁ ଏହି କ୍ଷେତ୍ରଗୁଡ଼ିକରୁ ଆମେରିକା କଟକଣା ମୁକ୍ତି ଓ ଓ୍ବାଶିଂଟନର ନୀତିଗତ ସ୍ଥିତିକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆମେରିକା ଆଗକୁ କି ପ୍ରକାର ନୀତି ଗ୍ରହଣ କରିବ, ତାହା ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ତେଣୁ ଭାରତୀୟ କମ୍ପାନୀଗୁଡ଼ିକ ଇରାନରୁ ଗ୍ୟାସ୍‌ ଓ ଅନ୍ୟାନ୍ୟ ପେଟ୍ରୋକେମିକାଲ ଆମଦାନୀ କରିବା ଲାଗି ଦୀର୍ଘମିଆଦୀ ପ୍ରତିଶ୍ରୁତି ଦେବା କଷ୍ଟକର ହେବ ବୋଲି ସୁମିତ୍‌ କହିଛନ୍ତି।
ସୁଇଜରଲାଣ୍ଡରେ ଇରାନ ସହ ଶାନ୍ତି ଆଲୋଚନାରେ ଏକ ସଫଳ ଚୂଡ଼ାନ୍ତ ଚୁକ୍ତିନାମା ଲାଗି ଭଲ ମୂଳଦୁଆ ପଡ଼ିଲା ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୋମବାର କହିଥିଲେ। ତେବେ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ଆରମ୍ଭ ହୋଇଥିବା କିମ୍ବା ଅନୁଧ୍ୟାନ ପାଇଁ ଏହା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)କୁ ଡାକିବା ପାଇଁ ରାଜି ହୋଇଥିବା କଥାକୁ ତେହରାନ୍‌ ଖଣ୍ଡନ କରିଛି। ସୁଇଜରଲାଣ୍ଡରେ ଆଇଏଇଏ ମୁଖ୍ୟ ରାଫାଲ ଗ୍ରୋସିଙ୍କ ସହ ଇରାନୀୟ ଅଧିକାରୀମାନଙ୍କର କୌଣସି ବୈଠକ ହୋଇ ନ ଥିବା ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଏସ୍‌ମାଇଲ୍‌ ବାଘାଇ ମଙ୍ଗଳବାର କହିଛନ୍ତି। ଜାତିସଂଘର ଆଣବିକ ତଦାରଖକାରୀ ସଂସ୍ଥାକୁ ଇରାନର କ୍ଷତିଗ୍ରସ୍ତ ଆଣବିକ କେନ୍ଦ୍ରକୁ ଅନୁଧ୍ୟାନ ପାଇଁ ଡାକିବାର କୌଣସି ଯୋଜନା ନ ଥିଲା। ୩ ମାସରୁ ଊର୍ଦ୍ଧ୍ୱ ସମୟ ଯୁଦ୍ଧ ପରେ ଉଭୟ ପକ୍ଷ ଗତ ସପ୍ତାହରେ ସ୍ବାକ୍ଷର ହୋଇଥିବା ଅନ୍ତରୀଣ ଚୁକ୍ତିନାମା ଅନୁଯାୟୀ କାର୍ଯ୍ୟ କରିବାକୁ ଉଦ୍ୟମ କରୁଛନ୍ତି। ସୁଇଜରଲାଣ୍ଡ ଆଲୋଚନାରେ ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚତ୍ବା ନିମନ୍ତେ ଏକ କାର୍ଯ୍ୟଯୋଜନାରେ ଉଭୟ ପକ୍ଷ ସହମତ ହୋଇଥିବା ସୋମବାର ମଧ୍ୟସ୍ଥ ପାକିସ୍ତାନ ଓ କାତାର ପକ୍ଷରୁ କୁହାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଖୋଲା ରଖିବା ଏବଂ ଲେବାନନ୍‌ରେ ଯୁଦ୍ଧ ବନ୍ଦ ପାଇଁ ଇରାନ ଓ ଆମରିକା ମଧ୍ୟରେ ଏକ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା କରିବାକୁ ସହମତ ହୋଇଥିବା ଜଣାପଡ଼ିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?