ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାର ସର୍ବୋଚ୍ଚ ଅଧିକାର, ନିର୍ଦ୍ଦେଶନା ଏବଂ ନିୟନ୍ତ୍ରଣର କ୍ଷମତା କେବଳ ଭାରତୀୟ ନିର୍ବାଚନ କମିଶନଙ୍କଠାରେ ନ୍ୟସ୍ତ କରାଯାଇଛି। ଜନ ପ୍ରତିନିଧି ଅଧିନିୟମ, ଧାରା ୨୧(୩) ୧୯୫୦ ଅନୁଯାୟୀ- ନିର୍ବାଚନ କମିଶନ ଯେକୌଣସି ସମୟରେ ଲିଖିତ କାରଣ ଦର୍ଶାଇ ଯେକୌଣସି ନିର୍ବାଚନମଣ୍ଡଳୀ କିମ୍ବା ନିର୍ବାଚନମଣ୍ଡଳୀର କୌଣସି ଅଂଶ ବିଶେଷ ପାଇଁ ସେମାନଙ୍କ ଅନୁମୋଦିତ ପଦ୍ଧତିରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କରାଇବାକୁ ନିର୍ଦ୍ଦେଶ ଦେଇପାରିବ। ଭୋଟର ପଞ୍ଜୀକରଣ ନିୟମାବଳୀ ୧୯୬୦ ନିୟମ ୨୨(୧) ଅନୁଯାୟୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାକୁ ଧାରା ୨୧ର ଉପ-ଧାରା(୧୨) ଅଧୀନରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସଘନ ଭାବରେ କିମ୍ବା ସଂକ୍ଷେପରେ/ ସାଧାରଣ ଭାବରେ, ଅଥବା ଆଂଶିକ ସଘନ କିମ୍ବା ଆଂଶିକ ସଂକ୍ଷେପରେ ସଂଶୋଧନ କରାଯିବ।
ନିର୍ବାଚନ ପରିଚାଳନା ଦୃଷ୍ଟିକୋଣରୁ ସାଧାରଣ ବା ସଂକ୍ଷେପ ସଂଶୋଧନ ଏବଂ ସଘନ ସଂଶୋଧନ ମଧ୍ୟରେ ପାର୍ଥକ୍ୟ ଅଛି। ସାଧାରଣ ସଂଶୋଧନ ହେଉଛି ଏକ ବାର୍ଷିକ ନିୟମିତ ପ୍ରକ୍ରିୟା, ଯେଉଁଠି ପୂର୍ବ ଭୋଟର ତାଲିକାକୁ ଆଧାର କରି କେବଳ ଜନସାଧାରଣଙ୍କ ଆବେଦନ (ଫର୍ମ ୬, ୭, ୮) ଓ କ୍ଷେତ୍ର ଯାଞ୍ଚ ଭିତ୍ତିରେ ନାମ ଯୋଡ଼ା ବା କଟା ଯାଇଥାଏ। ଅପରପକ୍ଷରେ, ସଘନ ସଂଶୋଧନରେ ପୁରୁଣା ତାଲିକାକୁ ବାଦ୍‌ ଦେଇ, ନିୟମାବଳୀ ୨୨(୧) ଅନୁଯାୟୀ ସଂପୂର୍ଣ୍ଣ ନୂତନ ଭୋଟର ତାଲିକା ପ୍ରସ୍ତୁତ କରାଯାଏ। ଯେଉଁଥିରେ ପ୍ରଶାସନ ପକ୍ଷରୁ ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ନାଗରିକଙ୍କ ନାଗରିକତା ଯାଞ୍ଚ କରନ୍ତି।
ଦେଶର ନିର୍ବାଚନ ଇତିହାସରେ ୨୦୦୨ରେ ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍‌) ହୋଇଥିଲା। ସେହି ସମୟର କାଗଜପତ୍ର ଆଧାରିତ ପାରମ୍ପରିକ ପ୍ରକ୍ରିୟା ତୁଳନାରେ ବ୍ୟାପକ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବା ଆଜିର ସ୍ବତନ୍ତ୍ର ସଘନ ସଂଶୋଧନ (୨୦୨୫) ଏକ ଭିନ୍ନ ପ୍ରକ୍ରିୟା। ଏହି ଅଭିଯାନରେ ନକଲି ଭୋଟର ଚିହ୍ନଟ ପାଇଁ ଜନସାଂଖି୍ୟକ ଓ ଫଟୋ ସଦୃଶ ପ୍ରବିଷ୍ଟି (ଡିଏସ୍‌ଇ/ପିଏସ୍‌ଇ) ଭଳି ଅତ୍ୟାଧୁନିକ ସଫ୍ଟୱେର ଆଲଗୋରିଦମ୍‌ ବ୍ୟବହାର କରାଯାଉଛି। ଯାହା ସମଗ୍ର ଏହି ଜ୍ଞାନକୌଶଳ ଡାଟାବେସ୍‌ରେ ଥିବା ସମାନ ନାମ, ଫଟୋ ଓ ବୟସର ସନ୍ଦେହଜନକ ଭୋଟରଙ୍କୁ ମାତ୍ର କିଛି କ୍ଷଣରେ ଚିହ୍ନଟ କରିଦିଏ। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି- ଏହା କେବଳ ସନ୍ଦେହଜନକ ଡାଟା ଚିହ୍ନଟ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ପ୍ରଶାସନ ଦ୍ୱାରା ଶାରୀରିକ ଯାଞ୍ଚ କରାଯାଏ। ଏହା ଭୋଟର ତାଲିକାର ଶୁଦ୍ଧତାକୁ ସୁନିଶ୍ଚିତ କରୁଛି।
ଏଥିସହ ‘ଭୋଟର ହେଲ୍ପଲାଇନ’ ଓ ‘ବିଏଲ୍‌ଓ ଆପ୍‌’ ମାଧ୍ୟମରେ କ୍ଷେତ୍ରସ୍ତରରୁ ସିଧାସଳଖ ଡାଟା ଅପଲୋଡ୍‌ କରାଯାଉଛି ଏବଂ ସିଇଓ/ ଇସିଆଇ ନେଟ୍‌ ଭଳି ୱେବ୍‌ସାଇଟ୍‌ ଏହି ଡିଜିଟାଲ ବିପ୍ଳବକୁ ସୁଦୃଢ଼ କରୁଛି। ଏହି ପରିପ୍ରେକ୍ଷୀରେ, ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ୩.୩୪ କୋଟି ଭୋଟରଙ୍କ ବିରାଟ ଡାଟାବେସକୁ ତ୍ରୁଟିଶୂନ୍ୟ କରିବା ପ୍ରଶାସନ ପାଇଁ ଏକ ଅଗ୍ନି ପରୀକ୍ଷା। ଦ୍ରୁତ ନଗରୀକରଣ ଏବଂ ଆଭ୍ୟନ୍ତରୀଣ ସ୍ଥାନାନ୍ତରଣ ଏହି ପ୍ରକ୍ରିୟାକୁ ଆହୁରି ଜଟିଳ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରାୟ ୪୫,୨୫୫ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କୁ ନିଯୁକ୍ତ କରାଯାଇଛି। ବିଏଲ୍‌ଓମାନେ ଏହି ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ କ୍ଷେତ୍ର ରକ୍ଷକ ହିସାବରେ କାମ କରୁଛନ୍ତି। ଏତଦ୍‌ବ୍ୟତୀତ, ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁକ୍ରମେ, ଏହାକୁ ସୁଦୃଢ଼ କରିବା ପାଇଁ ପ୍ରତିଟି ରାଜନୈତିକ ଦଳ ପକ୍ଷରୁ ‘ବୁଥ୍‌ସ୍ତରୀୟ ଏଜେଣ୍ଟ’ (ବିଏଲ୍‌ଏ)ଙ୍କୁ ନିଯୁକ୍ତ କରାଯାଇଛି, ଯେଉଁମାନେ ବିଏଲ୍‌ଓଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି।
ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ‘ସ୍ବତନ୍ତ୍ର ସଘନ ସଂଶୋଧନ’ ଚାଲିଛି, ଯେଉଁଥିରେ ଓଡ଼ିଶା ସାମିଲ ହୋଇଛି। ସମ୍ପ୍ରତି ଏହି ସଂଶୋଧନ ପାଇଁ ୦୧.୦୭.୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ, ୩୦ ମେ’ରୁ ୨୮ ଜୁନ୍‌ ମଧ୍ୟରେ ବିଏଲ୍‌ଓମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ ଓ ମାର୍ଗଦର୍ଶନ କରିବେ ଏବଂ ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୫ ଜୁଲାଇରୁ ୪ ଅଗଷ୍ଟ ଯାଏଁ ଦାବି ଓ ଆପତ୍ତି ଦାଖଲ ହେବ ଏବଂ ୨ ସେପ୍ଟେମ୍ବର ସୁଦ୍ଧା ନୋଟିସ୍‌ ଜାରି ସହ ଇଆର୍‌ଓ/ଏଇଆର୍‌ଓ ସ୍ତରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପରିଶେଷରେ, ୬ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପରିଗଣନା ଫର୍ମ ପୂରଣ କରିବା ପରେ ଏକ ସ୍ବୀକୃତି ପତ୍ର ପ୍ରଦାନ କରାଯିବ ଏବଂ ଅଧିକ ସହାୟତା ପାଇଁ ନାଗରିକମାନେ ଟୋଲ୍‌ ଫ୍ରି ନଂ.୧୯୫୦, ‘voter.eci.gov.in’,‘ECI Net’ ଭଳି ଡିଜିଟାଲ ଜ୍ଞାନକୌଶଳର ବ୍ୟବହାର କରିପାରିବେ।
ସମାଲୋଚକଙ୍କ ମତରେ, ଏହି ଡିଜିଟାଲ ଯାଞ୍ଚ ପ୍ରକ୍ରିୟା ଯୋଗୁ ପଛୁଆ ବର୍ଗ, ସ୍ଥାନାନ୍ତରିତ ଶ୍ରମିକ ଓ ମହିଳାମାନେ ଭୋଟର ତାଲିକାରୁ ବାଦ୍‌ ପଡ଼ିବାର ଆଶଙ୍କା ରହିଛି। ତେବେ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ରାୟ ଏହି ଆଶଙ୍କାର ଅବସାନ ଘଟାଇଛି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଭୋଟର ତାଲିକାର ଶୁଦ୍ଧତା ପାଇଁ ନାଗରିକତ୍ୱର ପ୍ରାଥମିକ ସତ୍ୟାପନ କରିବା ନିର୍ବାଚନ କମିଶନଙ୍କ ସଂପୂର୍ଣ୍ଣ ଆଇନଗତ ଅଧିକାର। ବର୍ତ୍ତମାନ ପରିଗଣନା ଫର୍ମ ବଣ୍ଟନ ଚାଲିଥିବାବେଳେ, ପୂର୍ବରୁ ମ୍ୟାପ୍‌ ହୋଇଥିବା ଭୋଟରଙ୍କଠାରୁ ପରିଚୟ ପତ୍ର ନ ମାଗିବାକୁ କମିଶନଙ୍କ ନିର୍ଦ୍ଦେଶ ରହିଛି। ତେବେ ତାଲିକାର ଶୁଦ୍ଧତା ଓ ଆଇନଗତ ସାର୍ବଭୌମତ୍ୱ ରକ୍ଷା ପାଇଁ ଏକ କଠୋର ଦଲିଲ୍‌ ସତ୍ୟାପନ ପ୍ରକ୍ରିୟା ଆପଣାଯାଇଛି। ଏଥିରେ ସନ୍ଦେହଜନକ ଭୋଟରଙ୍କ ନାଗରିକତ୍ୱ ଓ ବୟସ ଯାଞ୍ଚ ପାଇଁ ଜନ୍ମ ସମୟ ସୀମାକୁ ୩ଟି ଭାଗରେ (୧.୭.୧୯୮୭ ପୂର୍ବରୁ, ୧.୭.୧୭ରୁ ୨.୧୨.୨୦୦୪ ଏବଂ ୩.୧୨.୨୦୦୪ ପରବର୍ତ୍ତୀ) ବିଭକ୍ତ କରାଯାଇଛି, ଯେଉଁଠି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପିତାମାତାଙ୍କ ନାଗରିକତ୍ୱ ପ୍ରମାଣ ବାଧ୍ୟତାମୂଳକ। ଜାଲିଆତି ରୋକିବାକୁ ପ୍ରଶାସନ ପକ୍ଷରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌, ପାସ୍‌ପୋର୍ଟ, ଏନ୍‌ଆର୍‌ସି ନକଲ ଓ ଆଧାର କାର୍ଡ ସମେତ ୧୨ଟି ସରକାରୀ ଦଲିଲକୁ ପ୍ରମାଣ ଭାବେ ଗ୍ରହଣ କରାଯାଉଛି, ଯାହା ଏକ ସୁଦୃଢ଼ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରୁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?