ସୁଇସ୍‌ ବ୍ୟାଙ୍କରେ ଧନ ସ୍ଥିତି: ଭାରତର ର଼୍ୟାଙ୍କ ଖସିଲା

ନୂଆଦିଲ୍ଲୀ,୧-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କଳାଧନ ପ୍ରତି କଡ଼ା ମନୋଭାବ ଆପଣାଇଛନ୍ତି। ଫଳରେ ଭାରତୀୟମାନେ ଭୟଭୀତ ହୋଇ ସୁଇସ୍‌ ବ୍ୟାଙ୍କରୁ ଅର୍ଥ ଉଠାଇବା ଆରମ୍ଭ କଲେଣି। ସୁଇସ୍‌ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଜାରି ଧନ ସଂକ୍ରାନ୍ତ ସଦ୍ୟତମ ସ୍ଥିତି ରିପୋର୍ଟ ଅନୁଯାୟୀ, କଳାଧନ ଜମା କରିବାରେ ଭାରତ ୭୪ ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୭୩ ତମ ସ୍ଥାନରେ ଥିଲା ବେଳେ ଚଳିତବର୍ଷ ଆଉ ପାଦେ ଖସିଛି।
କଳାଧନ ସମ୍ପର୍କରେ ତଥ୍ୟ ପ୍ରଦାନ ନେଇ ମୋଦି ଓ ସୁଇସ୍‌ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବା ପରେ ଭାରତୀୟମାନେ ଭୟଭୀତ ହୋଇଛନ୍ତି। ଗତବର୍ଷ ଭାରତ ୧୫ ପାଦ ଉପରକୁ ଉଠି ୭୩ତମ ସ୍ଥାନରେ ପହଞ୍ଚତ୍ୟାଇଥିଲା। ଅର୍ଥାତ୍‌ ଭାରତୀୟଙ୍କ କଳାଧନ ପରିମାଣ ଯଥେଷ୍ଟ ହ୍ରାସ ପାଇଥିଲା। ସଦ୍ୟତମ ର଼୍ୟାଙ୍କିଙ୍ଗ ବିଶ୍ଲେଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ସୁଇସ୍‌ ବ୍ୟାଙ୍କରେ କଳାଧନ ଜମା କରିବାରେ ବର୍ତ୍ତମାନ ଭାରତ ପଛରେ ପଡିଯାଇଛି। ଏହି ବ୍ୟାଙ୍କଗୁଡ଼ିକରେ ବିଦେଶୀଙ୍କ ଦ୍ୱାରା ଜମା କରାଯାଇଥିବା ମୋଟ କଳାଧନର ମାତ୍ର ୦.୦୭ ପ୍ରତିଶତ ଭାରତୀୟଙ୍କର ବୋଲି ଜଣାପଡିଛି। ଏହି ମାମଲାରେ ବ୍ରିଟେନ ସର୍ବାଗ୍ରେ ରହିଛି। ୨୦୧୮ ଶେଷ ସୁଦ୍ଧା ସୁଇସ୍‌ ବ୍ୟାଙ୍କରେ ବ୍ରିଟେନବାସୀଙ୍କ କଳାଧନ ଜମା ପରିମାଣ ୨୬% ରହିଥିଲା। ସୁଇସ୍‌ ବ୍ୟାଙ୍କରେ କଳାଧନ ଜମା କରିବାରେ ଦ୍ୱିତୀୟ ସ୍ଥାନରେ ଆମେରିକା ରହିଥିବା ବେଳେ ତୃତୀୟ ସ୍ଥାନରେ ଓ୍ବେଷ୍ଟ ଇଣ୍ଡିଜ, ଚତୁର୍ଥରେ ଫ୍ରାନ୍ସ ଏବଂ ପଞ୍ଚମରେ ହଂକଂ ରହିଛି। ଏହି ବ୍ୟାଙ୍କରେ ଜମା ପରିମାଣର ୫୦%ରୁ ଅଧିକ ଅର୍ଥ ଉକ୍ତ ୫ ଦେଶର ଲୋକଙ୍କର ବୋଲି ଜଣାପଡିଛି। ଶୀର୍ଷ ୧୦ ଦେଶର ଲୋକଙ୍କ ଦ୍ୱାରା ଏହି ବ୍ୟାଙ୍କରେ ଦୁଇ ତୃତୀୟାଂଶ ଅର୍ଥ ଜମା କରାଯାଇଛି। ଶ୍ରେଷ୍ଠ୧୦ ଦେଶ ମଧ୍ୟରେ ଥିବା ପ୍ରମୁଖ ରାଷ୍ଟ୍ର ହେଲେ ବାହାମାସ୍‌, ଜର୍ମାନୀ, ଲକଜମବର୍ଗ, କାୟମାନ ଆଇଲାଣ୍ଡ ଓ ସିଙ୍ଗାପୁର। ସେହିପରି ଏହି ବ୍ୟାଙ୍କରେ ଜମା ରାଶିର ୭୫% ଶୀର୍ଷ ୧୫ ଦେଶର ଲୋକଙ୍କର ହୋଇଥିବା ବେଳେ ଶୀର୍ଷ ୩୦ ଦେଶର ଲୋକଙ୍କର ୯୦ ପ୍ରତିଶତ ଜମା ଏଠାରେ ରହିଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଭାରତ ସର୍ବନିମ୍ନ ର଼୍ୟାଙ୍କରେ ରହିଛି। ଏହି ର଼୍ୟାଙ୍କରେ ରୁଷ୍‌ ସର୍ବାଗ୍ରେ ରହିଥିବା ବେଳେ ଚାଇନା(୨୨ତମ),ଦକ୍ଷିଣ ଆଫ୍ରିକା(୬୦ତମ), ବ୍ରାଜିଲ(୬୫ ତମ) ରହିଛି। ତାଲିକାରେ ମରିସସ୍‌(୭୧ତମ), ନ୍ୟୁଜିଲାଣ୍ଡ(୫୯), ଫିଲିପାଇନ୍ସ(୫୪ତମ), ଭେନେଜୁଏଲା(୫୩ତମ), ସିସେଲ୍ସ(୫୨ତମ), ଥାଇଲାଣ୍ଡ(୩୯ତମ), କାନାଡା(୩୬ତମ), ତୁର୍କି(୩୦ତମ), ଇସ୍ରାଏଲ୍‌(୨୮ତମ), ସୌଦି ଆରବ(୨୧ତମ), ପାନାମା(୧୮ତମ), ଜାପାନ(୧୬ତମ), ଇଟାଲୀ(୧୫ତମ), ଅଷ୍ଟ୍ରେଲିଆ(୧୩ତମ), ସଂଯୁକ୍ତ ଆରବ ଏମିରାଟ(୧୨ତମ) ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ମୋଦି ସରକାର ୨୦୧୪ ରେ ପ୍ରଥମେ କ୍ଷମତାକୁ ଆସିବା ପରେ କଳାଧନ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ। ସୁଇସ୍‌ ନ୍ୟାଶନାଲ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୪ରେ ପ୍ରଥମେ ଭାରତର ସ୍ଥାନ ୬୧ରେ ଥିବା ବେଳେ ୨୦୧୫ରେ ଏଥିରେ ଉନ୍ନତି ଆସି ୭୫ତମ ଥିଲା। ୨୦୦୭ ସୁଦ୍ଧା କଳାଧନ ଜମା କରିବାରେ ଭାରତ ଶୀର୍ଷ ୫୦ ଦେଶ ଭିତରେ ଥିଲା। ୨୦୦୪ରେ ଦେଶର ର଼୍ୟାଙ୍କ ୩୭ ତମ ରହିଥିଲା। ଇତିମଧ୍ୟରେ ସୁଇଜରଲାଣ୍ଡ ସରକାରଙ୍କ ପକ୍ଷରୁ ୫୦ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଛି। ନିୟମ ଅନୁଯାୟୀ ଭାରତକୁ ତଥ୍ୟ ପ୍ରଦାନ ପୂର୍ବରୁ ସେମାନଙ୍କୁ ଗୋଟିଏ ଥର ଅପିଲ୍‌ କରିବାକୁ ସୁଯୋଗ ଦିଆଯାଇଛି। ସେମାନଙ୍କ ତଥ୍ୟ ଯଥେଷ୍ଟ ଭରସାଯୋଗ୍ୟ ନ ହେଲେ ଭାରତକୁ ସୁଇସ୍‌ ସରକାର ତଥ୍ୟ ପ୍ରଦାନ କରିବେ। ଏଥିପୂର୍ବରୁ ସେ ଦେଶ ସରକାରଙ୍କ ପକ୍ଷରୁ ଭାରତକୁ ୧୦୦ ଜଣ ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ଦିଆଯାଇସାରିଛି। ତେବେ ଏହା ଅନୌପଚାରିକ ଭାବେ ପ୍ରଦାନ କରାଯାଉଛି। ଚୁକ୍ତି ଅନୁଯାୟୀ ସୁଇସ୍‌ ସରକାର ଚଳିତବର୍ଷ ଠାରୁ ଔପଚାରକ ଭାବେ ଭାରତକୁ ବ୍ୟାଙ୍କ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିବେ। ଇତିମଧ୍ୟରେ କେତେଜଣଙ୍କ ନାମ ମଧ୍ୟ ପ୍ରକାଶ ହୋଇସାରିଛି। ଆଗକୁ ମଧ୍ୟ ଗେଜେଟ ମାଧ୍ୟମରେ ବ୍ୟକ୍ତିବିଶେଷଙ୍କ ନାମ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯିବ ବୋଲି ସୁଇଜରଲାଣ୍ଡ ସରକାର କହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?