ସୁଇସ୍‌ ବ୍ୟାଙ୍କରେ ଧନ ସ୍ଥିତି: ଭାରତର ର଼୍ୟାଙ୍କ ଖସିଲା

ନୂଆଦିଲ୍ଲୀ,୧-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କଳାଧନ ପ୍ରତି କଡ଼ା ମନୋଭାବ ଆପଣାଇଛନ୍ତି। ଫଳରେ ଭାରତୀୟମାନେ ଭୟଭୀତ ହୋଇ ସୁଇସ୍‌ ବ୍ୟାଙ୍କରୁ ଅର୍ଥ ଉଠାଇବା ଆରମ୍ଭ କଲେଣି। ସୁଇସ୍‌ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଜାରି ଧନ ସଂକ୍ରାନ୍ତ ସଦ୍ୟତମ ସ୍ଥିତି ରିପୋର୍ଟ ଅନୁଯାୟୀ, କଳାଧନ ଜମା କରିବାରେ ଭାରତ ୭୪ ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୭୩ ତମ ସ୍ଥାନରେ ଥିଲା ବେଳେ ଚଳିତବର୍ଷ ଆଉ ପାଦେ ଖସିଛି।
କଳାଧନ ସମ୍ପର୍କରେ ତଥ୍ୟ ପ୍ରଦାନ ନେଇ ମୋଦି ଓ ସୁଇସ୍‌ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବା ପରେ ଭାରତୀୟମାନେ ଭୟଭୀତ ହୋଇଛନ୍ତି। ଗତବର୍ଷ ଭାରତ ୧୫ ପାଦ ଉପରକୁ ଉଠି ୭୩ତମ ସ୍ଥାନରେ ପହଞ୍ଚତ୍ୟାଇଥିଲା। ଅର୍ଥାତ୍‌ ଭାରତୀୟଙ୍କ କଳାଧନ ପରିମାଣ ଯଥେଷ୍ଟ ହ୍ରାସ ପାଇଥିଲା। ସଦ୍ୟତମ ର଼୍ୟାଙ୍କିଙ୍ଗ ବିଶ୍ଲେଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ସୁଇସ୍‌ ବ୍ୟାଙ୍କରେ କଳାଧନ ଜମା କରିବାରେ ବର୍ତ୍ତମାନ ଭାରତ ପଛରେ ପଡିଯାଇଛି। ଏହି ବ୍ୟାଙ୍କଗୁଡ଼ିକରେ ବିଦେଶୀଙ୍କ ଦ୍ୱାରା ଜମା କରାଯାଇଥିବା ମୋଟ କଳାଧନର ମାତ୍ର ୦.୦୭ ପ୍ରତିଶତ ଭାରତୀୟଙ୍କର ବୋଲି ଜଣାପଡିଛି। ଏହି ମାମଲାରେ ବ୍ରିଟେନ ସର୍ବାଗ୍ରେ ରହିଛି। ୨୦୧୮ ଶେଷ ସୁଦ୍ଧା ସୁଇସ୍‌ ବ୍ୟାଙ୍କରେ ବ୍ରିଟେନବାସୀଙ୍କ କଳାଧନ ଜମା ପରିମାଣ ୨୬% ରହିଥିଲା। ସୁଇସ୍‌ ବ୍ୟାଙ୍କରେ କଳାଧନ ଜମା କରିବାରେ ଦ୍ୱିତୀୟ ସ୍ଥାନରେ ଆମେରିକା ରହିଥିବା ବେଳେ ତୃତୀୟ ସ୍ଥାନରେ ଓ୍ବେଷ୍ଟ ଇଣ୍ଡିଜ, ଚତୁର୍ଥରେ ଫ୍ରାନ୍ସ ଏବଂ ପଞ୍ଚମରେ ହଂକଂ ରହିଛି। ଏହି ବ୍ୟାଙ୍କରେ ଜମା ପରିମାଣର ୫୦%ରୁ ଅଧିକ ଅର୍ଥ ଉକ୍ତ ୫ ଦେଶର ଲୋକଙ୍କର ବୋଲି ଜଣାପଡିଛି। ଶୀର୍ଷ ୧୦ ଦେଶର ଲୋକଙ୍କ ଦ୍ୱାରା ଏହି ବ୍ୟାଙ୍କରେ ଦୁଇ ତୃତୀୟାଂଶ ଅର୍ଥ ଜମା କରାଯାଇଛି। ଶ୍ରେଷ୍ଠ୧୦ ଦେଶ ମଧ୍ୟରେ ଥିବା ପ୍ରମୁଖ ରାଷ୍ଟ୍ର ହେଲେ ବାହାମାସ୍‌, ଜର୍ମାନୀ, ଲକଜମବର୍ଗ, କାୟମାନ ଆଇଲାଣ୍ଡ ଓ ସିଙ୍ଗାପୁର। ସେହିପରି ଏହି ବ୍ୟାଙ୍କରେ ଜମା ରାଶିର ୭୫% ଶୀର୍ଷ ୧୫ ଦେଶର ଲୋକଙ୍କର ହୋଇଥିବା ବେଳେ ଶୀର୍ଷ ୩୦ ଦେଶର ଲୋକଙ୍କର ୯୦ ପ୍ରତିଶତ ଜମା ଏଠାରେ ରହିଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଭାରତ ସର୍ବନିମ୍ନ ର଼୍ୟାଙ୍କରେ ରହିଛି। ଏହି ର଼୍ୟାଙ୍କରେ ରୁଷ୍‌ ସର୍ବାଗ୍ରେ ରହିଥିବା ବେଳେ ଚାଇନା(୨୨ତମ),ଦକ୍ଷିଣ ଆଫ୍ରିକା(୬୦ତମ), ବ୍ରାଜିଲ(୬୫ ତମ) ରହିଛି। ତାଲିକାରେ ମରିସସ୍‌(୭୧ତମ), ନ୍ୟୁଜିଲାଣ୍ଡ(୫୯), ଫିଲିପାଇନ୍ସ(୫୪ତମ), ଭେନେଜୁଏଲା(୫୩ତମ), ସିସେଲ୍ସ(୫୨ତମ), ଥାଇଲାଣ୍ଡ(୩୯ତମ), କାନାଡା(୩୬ତମ), ତୁର୍କି(୩୦ତମ), ଇସ୍ରାଏଲ୍‌(୨୮ତମ), ସୌଦି ଆରବ(୨୧ତମ), ପାନାମା(୧୮ତମ), ଜାପାନ(୧୬ତମ), ଇଟାଲୀ(୧୫ତମ), ଅଷ୍ଟ୍ରେଲିଆ(୧୩ତମ), ସଂଯୁକ୍ତ ଆରବ ଏମିରାଟ(୧୨ତମ) ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ମୋଦି ସରକାର ୨୦୧୪ ରେ ପ୍ରଥମେ କ୍ଷମତାକୁ ଆସିବା ପରେ କଳାଧନ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ। ସୁଇସ୍‌ ନ୍ୟାଶନାଲ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୪ରେ ପ୍ରଥମେ ଭାରତର ସ୍ଥାନ ୬୧ରେ ଥିବା ବେଳେ ୨୦୧୫ରେ ଏଥିରେ ଉନ୍ନତି ଆସି ୭୫ତମ ଥିଲା। ୨୦୦୭ ସୁଦ୍ଧା କଳାଧନ ଜମା କରିବାରେ ଭାରତ ଶୀର୍ଷ ୫୦ ଦେଶ ଭିତରେ ଥିଲା। ୨୦୦୪ରେ ଦେଶର ର଼୍ୟାଙ୍କ ୩୭ ତମ ରହିଥିଲା। ଇତିମଧ୍ୟରେ ସୁଇଜରଲାଣ୍ଡ ସରକାରଙ୍କ ପକ୍ଷରୁ ୫୦ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଛି। ନିୟମ ଅନୁଯାୟୀ ଭାରତକୁ ତଥ୍ୟ ପ୍ରଦାନ ପୂର୍ବରୁ ସେମାନଙ୍କୁ ଗୋଟିଏ ଥର ଅପିଲ୍‌ କରିବାକୁ ସୁଯୋଗ ଦିଆଯାଇଛି। ସେମାନଙ୍କ ତଥ୍ୟ ଯଥେଷ୍ଟ ଭରସାଯୋଗ୍ୟ ନ ହେଲେ ଭାରତକୁ ସୁଇସ୍‌ ସରକାର ତଥ୍ୟ ପ୍ରଦାନ କରିବେ। ଏଥିପୂର୍ବରୁ ସେ ଦେଶ ସରକାରଙ୍କ ପକ୍ଷରୁ ଭାରତକୁ ୧୦୦ ଜଣ ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ଦିଆଯାଇସାରିଛି। ତେବେ ଏହା ଅନୌପଚାରିକ ଭାବେ ପ୍ରଦାନ କରାଯାଉଛି। ଚୁକ୍ତି ଅନୁଯାୟୀ ସୁଇସ୍‌ ସରକାର ଚଳିତବର୍ଷ ଠାରୁ ଔପଚାରକ ଭାବେ ଭାରତକୁ ବ୍ୟାଙ୍କ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିବେ। ଇତିମଧ୍ୟରେ କେତେଜଣଙ୍କ ନାମ ମଧ୍ୟ ପ୍ରକାଶ ହୋଇସାରିଛି। ଆଗକୁ ମଧ୍ୟ ଗେଜେଟ ମାଧ୍ୟମରେ ବ୍ୟକ୍ତିବିଶେଷଙ୍କ ନାମ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯିବ ବୋଲି ସୁଇଜରଲାଣ୍ଡ ସରକାର କହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri