ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସି ପହଞ୍ଚିଥିଲେ। ମେଳାରେ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲୋକମାନେ ଧାଡ଼ିରେ ଯାଇ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରଜ ସଂକ୍ରାନ୍ତୀରେ ସୀତାବିଞ୍ଜ ପାଦ ଦେଶରେ ପ୍ରବାହିତ ସୀତାନଦୀରେ ବୁଡ଼ ପକାଇ ମା’ସୀତାଠାକୁରାଣୀ ଓ ତାଙ୍କ ଜମଜ ପୁତ୍ର ଲବକୁଶଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ମୁଖ୍ୟ ପୂଜକ ନାଥ ଦେହୁରୀ ଭୋର ୫ଟାରୁ ମା’ଙ୍କ ସ୍ନାନାଦି ପୂଜାବିଧି ସମ୍ପନ୍ନ କରିବାପରେ ସକାଳ ୬ଟାରେ ଆଳତୀ କରାଯାଇଥିଲା। ଏହା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ତ୍ରେତୟା ଯୁଗର କିମ୍ବଦନ୍ତୀ ବହନ କରୁଥିବା ସୀତାବିଞ୍ଜରେ ପଡ଼ିଥିବା ରଜମେଳାରେ ବିଭିନ୍ନ ପସରା ଆକର୍ଷଣ ସାଜିଛି। ମେଳାର ପ୍ରଥମ ଦିନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉକ୍ତ ମା’ଙ୍କୁ ଦର୍ଶନ କରିଥିବା କୁହାଯାଇଛି। ସୀତାବିଞ୍ଜ ଗ୍ରାମବାସୀଙ୍କ ସମେତ ଟ୍ରଷ୍ଟି ଏବଂ ଗ୍ରାମର ମହିଳା ମଣ୍ଡଳ ମେଳା ପରିଚାଳନାରେ ସହଯୋଗ କରିଥିଲେ। ଟ୍ରଷ୍ଟି ପକ୍ଷରୁ ମାଘ ଦେହୁରୀ, ନାରଣ ଦେହୁରୀ, ରବୀନ୍ଦ୍ର ଦେହୁରୀ ଏବଂ ବିକାଶ ଦେହୁରୀ କାର୍ଯ୍ୟ ତଦାରଖ କରିଥିବା ସଭାପତି ଦୁଃଶାସନ ନାୟକ ପ୍ରକାଶ କରିଛନ୍ତି। ଢେଙ୍କିକୋଟ ଫାଣ୍ଡି ଓ ଘଟଗାଁ ଥାନା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥିସହ କେନ୍ଦୁଝର ଜିଲା ସଦର ମହକୁମାରୁ ଆସିଥିବା ପୋଲିସ ଫୋର୍ସ ମୁତୟନ ରହିଥିଲେ। ସୀତାବିଞ୍ଜରେ ପୁରାତନ ଯୁଗର ଶିଳାଲିପି, ରାବଣ ଛାୟା ଭଣ୍ଡାରଘର ଓ ଚତୁର୍ମୁଖୀ ବ୍ରହ୍ମା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri