ସହରରୁ ଅଳିଆ ସଫା କରା ନ ଯିବା ଘଟଣା : ଏନ୍‌ଏସି କର୍ମଚାରୀଙ୍କୁ ତାଗିଦ୍‌ କଲେ ଉପଜିଲାପାଳ

ଭଞ୍ଜନଗର,୪।୬(ଡି.ଏନ.ଏ)-କିଛିଦିନ ପୂର୍ବେ ସହରଗୁଡ଼ିକର ପରିମଳ ସେବାକୁ ସୁଧାରିବା ପାଇଁ ଜିଲାସ୍ତରୀୟ ଏକ ସମୀକ୍ଷା ହୋଇଥିଲା। ମାତ୍ର ଭଞ୍ଜନଗର ସହରରେ ୪ ମାସ ହେବ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାକୁ ସୁଧାରିବା ପାଇଁ ଧ୍ୟାନ ଦିଆଯାଉନାହିଁ। ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ କାରଣରୁ ସମନ୍ବୟର ଅଭାବ ରହୁଛି । ଯେଉଁଥିପାଇଁ ସହରରେ ସଫେଇ କାର୍ଯ୍ୟ ଠିକ୍‌ ଭାବେ ହୋଇ ପାରୁନାହିଁ । ସହରରେ ବିପର୍ଯ୍ୟପ୍ତ ପରିମଳ ସେବା ନେଇ ସୋମବାର ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୋମବାର ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଅଚାନକ ବିଭିନ୍ନ ଅଞ୍ଚଳ ବୁଲି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଖିଛନ୍ତି। ସହରର ଶ୍ରୀରାମସାହି, ଆରସିରୋଡ଼, ପୁରୁଣାବଜାରସାହି, ଏଲଆଇସି କଲୋନୀ, ରାଜସ୍ବ ବିଭାଗ କଲୋନୀ ଆଦି ଅଞ୍ଚଳରେ ବିପର୍ଯ୍ୟପ୍ତ ପରିମଳ ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏକ ସପ୍ତାହ ମଧ୍ୟରେ ଏହାକୁ ସୁଧାରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ ସୂଚାଇ ଦେଇଥିଲେ । ଯେଉଁଠି ଲୋକେ ଡ଼୍ରେନକୁ ଅବରୋଧ କରି ରଖିଛନ୍ତି ସେଠାରେ ୭ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି । ଉପ ଜିଲାପାଳଙ୍କ ଗସ୍ତ ସମୟରେ ଏନଏସି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ନିର୍ବାହୀ ଅଧିକାରୀ କୈଣସି କାରଣରୁ ଅନୁପସ୍ଥିତ ଥିଲେ। ଏ ନେଇ ଏନଏସି ଯନ୍ତ୍ରୀ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସୁନ୍ଦର ସହର ଗଢ଼ି ତୋଳିବା ପାଇଁ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ସହରର ସମସ୍ତ ଘରକୁ ୨ଟି ଲେଖାଏ ଡ଼ବା ଯୋଗାଇ ଦିଆଯିବ। ଉକ୍ତ ଡ଼ବାରେ ଲୋକେ ମଇଳା ରଖିବେ । ଉକ୍ତ ମଇଳା ସଂଗ୍ରହ ପାଇଁ ଏନଏସିର ୨ଟି ଗାଡ଼ି ଘର ଘର ବୁଲିବ। ଏଥିସହ ଆଗାମୀ ଦିନରେ ବଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। କମ୍‌ ଦିନ ମଧ୍ୟରେ ସହରର ବିପର୍ଯ୍ୟସ୍ତ ପରିମଳ ସେବାକୁ ସୁଧାରି ଦିଆଯିବ ବୋଲି ସାହୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri