ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଫୁଲବାଣୀ ଅଫିସ, ୪ା୬-କନ୍ଧମାଳ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଜିଲାର ନବ ନିର୍ବାଚିତ ୩ ବିଧାୟକଙ୍କୁ ସ୍ବାଗତ କରାଯାଇଥିଲା ା ଜିଲାପାଳ ଡ.ବୃନ୍ଦା ଡି ଏଥିରେ ସଭାପତିତ୍ୱ କରି ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ ା ଏଥିପାଇଁ ଜିଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ସଜାଗ ରହିବା ଦରକାର ା ବିପର୍ଯ୍ୟୟ ପରେ ଥଇଥାନ ପଦକ୍ଷେପକୁ ଠିକ ଭାବେ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ା
ବନ୍ୟା ମୁକାବିଲା ପାଇଁ ଦୁର୍ବଳ ସ୍ଥିତରେ ଥିବା ସ୍ଥାନ, ଅଞ୍ଚଳ ଆଦି ପରିଦର୍ଶନ କରି ସମ୍ପୃକ୍ତ ବିଭାଗକୁ ବିଡିଓ ଏବଂ ତହସିଲଦାର ରିପୋର୍ଟ ଦେବେ ା ଆବଶ୍ୟକ ସ୍ଥଳେ ତୁରନ୍ତ ମରାମତି ପାଇଁ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ ଏବଂ ପୌର ପରିଷଦର ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ପ୍ଳାବିତ ଅଞ୍ଚଳରେ ଅସ୍ଥାୟୀ ପୋଲିସ୍‌ ଓୟାରଲେସ୍‌ ଷ୍ଟେଶନ୍‌ ସ୍ଥାପନ ଏବଂ ଅସ୍ଥାୟୀ ଟେଲିଫୋନ୍‌ ସଂଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିଭଳି ବିଦ୍ୟୁତ, ଟେଲି ଯୋଗାଯୋଗ ଏବଂ ରାସ୍ତା ମରାମତି, ଆବଶ୍ୟକ ସ୍ଥଳେ ଓଡ୍ରାଫ୍‌, ଏନଡିଆର୍‌ଏଫ୍‌ର ସାହାଯ୍ୟ ନିମନ୍ତେ ଆଗୁଆ ଯୋଜନା କରାଯାଇଛି। ବିଭିନ୍ନ ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ ପାଇଁ ବିଡିଓ ଏବଂ ତହସିଲଦାରମାନଙ୍କୁ ମଧ୍ୟ କୁହାଯାଇଛି ା ଆଗାମୀ ୨ ମାସ ପାଇଁ ଜିଲାର ବିଭିନ୍ନ ସ୍ଥାନ ସମେତ ଦୁର୍ଗମ ଅଞ୍ଚଳଗୁଡିକରେ ଆବଶ୍ୟକ ପରିମାଣର ଚୁଡ଼ା, ଗୁଡ଼ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଯୋଗାଣ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ସେହିପରି ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ସାପକାମୁଡ଼ା ଇଞ୍ଜେକ୍ସନ୍‌ ଏବଂ ଅନ୍ୟାନ୍ୟ ଔଷଧ ମହଜୁଦ ରଖିବାକୁ କୁହାଯାଇଥିଲା। ଡାକ୍ତରଖାନା, ଅଙ୍ଗନୱାଡ଼ି କେନ୍ଦ୍ର, ଆଶାକର୍ମୀ ବିଶେଷକରି ଅପହଂଚ ଇଲାକା ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର୍‌, ହାଲୋଜିନ୍‌ ବଟିକା ଓ ଅନ୍ୟାନ୍ୟ ଦରକାରୀ ଔଷଧ ମହଜୁଦ୍‌ କରିବା ପାଇଁ ଜିଲା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୋ-ଖାଦ୍ୟ ଏବଂ ଔଷଧ ମହଜୁଦ କରି ରଖିବାକୁ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ବିଡିଓମାନେ ପ୍ରତିଦିନ ପୂର୍ବାହ୍ନ ୧୧ଟା ସୁଦ୍ଧା ବୃଷ୍ଟିପାତ ବିବରଣୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବା, ଓଡ଼ିଶା ବୃଷ୍ଟିପାତ ପର୍ଯ୍ୟାଲୋଚନା ପୋର୍ଟାଲ୍‌ରେ ଅପ୍‌ଲୋଡ଼୍‌ କରିବା, ସେମାନଙ୍କ ଅଞ୍ଚଳର ଜଳଉତ୍ସ ଗୁଡ଼ିକ ଦୈନିକ ତଦାରଖ କରି ପିଇବା ପାଣି ବିଶୋଧନ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡ଼ା ଉପ ଜିଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ସମସ୍ତ ତହସିଲଦାର, ବିଡିଓମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri