ଭଦ୍ରକ ଅଫିସ, ୨୦।୧୨- ଭଦ୍ରକ ସହର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ। ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି। ସହରର ଚରମ୍ପା ଷ୍ଟେଶନଠାରୁ ଆରମ୍ଭ କରି ଗେଲପୁର ଛକ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଏବେ ବାହାର ରାଜ୍ୟର ବ୍ୟବସାୟୀଙ୍କ ଭିଡ଼। ଭଦ୍ରକ ସହରରେ ଏହି ବେପାରୀମାନେ ଭଡ଼ାରେ ରହି ବ୍ୟବସାୟ କରୁଛନ୍ତି। କିନ୍ତୁ ଏହି ଭଡ଼ାଟିଆମାନଙ୍କ ଠିକଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ପାଖରେ ରହୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସହର ବାସିନ୍ଦା ସେମାନଙ୍କ ସୁରକ୍ଷା ଚିନ୍ତା ପ୍ରକଟ କରିଛନ୍ତି। ଅପରାଧ ଘଟଣା ଘଟିବା ପୂର୍ବରୁ ପୋଲିସ ରାଜ୍ୟ ବାହାରର ବ୍ୟବସାୟୀଙ୍କ ଠିକଣା ଖୋଜି ବାହାର କରିବା ଆବଶ୍ୟକ ବୋଲି ସହରର ସଚେତନ ନାଗରିକମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏଠାରେ ବହୁ କମ୍ ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଭଡ଼ାରେ ରହିଆସୁଛନ୍ତି। କେଉଁ ଘର ମାଲିକଙ୍କ ଘରେ ରାଜ୍ୟ ବାହାରର ଏହିଭଳି ବ୍ୟବସାୟୀମାନେ ରହୁଛନ୍ତି ତାହାର ଠିକ୍ ଠିକଣା ସ୍ଥାନୀୟ ଥାନାରେ ରହିବା କଥା। କିନ୍ତୁ ସେ ସମ୍ପର୍କରେ କୌଣସି ତଥ୍ୟ ଥାନାରେ ନାହିଁ। ଭଡ଼ାଟିଆଙ୍କ ଠିକଣା ପୋଲିସ ପାଖରେ ରହୁ ନ ଥିବାରୁ ଅନେକ ସମୟରେ ଅପରାଧ ଘଟାଇ ଅପରାଧୀମାନେ ଘର ଛାଡ଼ି ଫେରାର ହୋଇଯାଉଥିବା ନଜିର ରହିଛି। ଭଦ୍ରକ ସହରରେ ୨୦୧୬ ଫେବୃୟାରୀ ୨୮ରେ ସିମି ଆତଙ୍କବାଦୀମାନେ ଭଡ଼ାରେ ରହି ସେମାନଙ୍କ ନେଟ୍ୱର୍କ ଚଳାଇଥିବାର ମଧ୍ୟ ପ୍ରମାଣ ମିଳିଛି। ୫ ଆତଙ୍କବାଦୀଙ୍କ ବିଷୟରେ ତିଳେମାତ୍ର ସୁରାକ୍ ପାଇପାରି ନ ଥିଲେ ସାହି ପଡ଼ୋଶୀ। ଗିରଫ ଆତଙ୍କବାଦୀମାନେ ସାର କମ୍ପାନୀରେ ଚାକିରି କରୁଥିବା ଓ କାଠ କାମ କରୁଥିବା ନେଇ ପରିଚୟ ଦେଇ ଭଡ଼ାରେ ରହୁଥିଲେ। ସନ୍ଥିଆ ପୋଲଠାରୁ ମାତ୍ର ୩୦ ମିଟର ଦୂରରେ ସେମାନେ ଦୀର୍ଘ ମାସ ରହି ସେମାନଙ୍କ ନେଟ୍ୱର୍କ ଚଳାଇଥିଲେ। ସେଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଏକ ସ୍ଥାୟୀ ପୋଲିସ କ୍ୟାମ୍ପ ସେମାନଙ୍କ ସମ୍ପର୍କରେ ଜାଣିପାରି ନ ଥିଲା। ଘଟଣା ଘଟିବା ପରେ ପୋଲିସ ଭଡ଼ାଟିଆଙ୍କ ଠିକଣା ଖୋଜିଥିଲା। କିନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ନ ଥିଲା। ଫଳରେ ବହୁ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଏଠାରେ ଭଡ଼ାରେ ରହୁଥିବା ରାଜ୍ୟ ବାହାରର ଅନେକ ଗୁପ୍ଚୁପ୍ ବ୍ୟବସାୟୀ ଗିରଫ ହେଉଥିବା ନଜରକୁ ଆସିଛି। କେତେକ କ୍ଷେତ୍ରରେ ଦିନରେ ଫେରି କରି ରାତିରେ ଚୋରି କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଟାଉନ ଥାନାଧିକାରୀ ସରୋଜିନୀ ସିଂଙ୍କୁ ପଚାରିବାରୁ କହିଛନ୍ତି, କେତେଜଣ ଭଡ଼ାଟିଆଙ୍କ ଠିକଣା ସମ୍ପର୍କରେ ପୋଲିସ ଅବଗତ। ଏଥିପ୍ରତି ଘର ମାଲିକ ଅଧିକ ସଚେତନ ହେବା ସହ ଥାନାରେ ସେମାନଙ୍କ ଠିକଣା ଜଣାଇବା ଉଚିତ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର
ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…
ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ
ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…
ବ୍ଲାକ୍ରୋଜ୍ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ
ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍ଭି ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍ ବୁଡ଼ି ଘଟଣାକୁ…
ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା
ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…
ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି
ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…
କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…
ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍
ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…
ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ
କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…
Archives

