Odisha Elections 2024
Posted inଭଦ୍ରକ

ସରୁନି ଅଙ୍ଗନୱାଡି ଗୃହ ନିର୍ମାଣ

ଭଦ୍ରକ ଅଫିସ,୯।୨- ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୩ ରୁ ୬ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଶିକ୍ଷା ପ୍ରତି ମନୋନିବେଶ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆଣିବା ପାଇଁ ହୋଇଥିବା ଉଦ୍ୟମ ଏକପ୍ରକାର ଫସର ଫାଟିଛି। ପ୍ରାୟତଃ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ କେଉଁଠି କର୍ମୀଙ୍କ ଘରେ ପାଠପଢ଼ା ଚାଲିଛି ତ ଆଉ କେଉଁଠି ଗଁ। କୋଠଘରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା କାରଣରୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ହୋଇପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜସ୍ବ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିପାରୁ ନାହିଁ।
ମିଳିଥିବା ସୂଚନା ଅନୁସାରେ, ୨୦୧୭-୧୮ ଓ ୨୦୧୮-୧୯ରେ ଜିଲାରେ ଦିଆଯାଇଥିବା କାର୍ଯ୍ୟାଦେଶ କେବଳ କାର୍ଯ୍ୟାଦେଶରେ ହିଁ ଅଟକି ରହିଛି। ମୋଟ ୬୫୯ ଗୃହ ମଧ୍ୟରୁ ମାତ୍ର ୪୫ଟି ନିର୍ମାଣ ସରିଛି। ୧୮୬ ଗୃହ ନିର୍ମାଣାଧୀନ ରହିଥିବାବେଳେ ୪୨୮ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ନେଇ ପ୍ରତି ୩ ମାସରେ ଥରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ ବସୁଛି। ହେଲେ ସୁଫଳ ମିଳୁ ନ ଥିବା ପରିତାପର ବିଷୟ ପାଲଟିଛି। ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ତଥ୍ୟ ମୁତାବକ ବାସୁଦେବପୁର ବ୍ଲକରେ ୨୦୧୭-୧୮ ଓ ୨୦୧୮-୧୯ରେ ୯୦ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା ଓ ଏଥିପାଇଁ ଅର୍ଥ ଅନୁମୋଦନ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୪ଟି ଗୃହ ନିର୍ମାଣ ସରିଛି। ସେହିଭଳି ଭଦ୍ରକ ବ୍ଲକରେ ୮୧ଟି ଘର ମଧ୍ୟରୁ ମାତ୍ର ୩ ଓ ଭଣ୍ଡାରିପୋଖରୀରେ ୭୨ଟି ଗୃହ ମଧ୍ୟରୁ ୧୨ଟିର ନିର୍ମାଣ ଶେଷ ହୋଇଛି। ବନ୍ତରେ ୮୨ ଗୃହ ମଧ୍ୟରୁ ୬, ଚାନ୍ଦବାଲିରେ ୧୫୯ରୁ ୪, ଧାମନଗରରେ ୯୪ରୁ ୮ ଏବଂ ତିହିଡ଼ିରେ ୮୧ଟି ଗୃହ ମଧ୍ୟରୁ ୮ଟି ନିର୍ମାଣ ସରିଛି। ଏ ସମ୍ପର୍କରେ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ ଉପଯୁକ୍ତ ସମୟ ବ୍ୟବଧାନରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ହେଉଛି ଏବଂ ଶୀଘ୍ର ସାରିବା ପାଇଁ ଅଧିକାରୀଙ୍କୁ ତାଗିଦ୍‌ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

୨ ପ୍ରାର୍ଥୀ କୋଟିପତି

ଭଦ୍ରକ,୧୭।୫(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ୩ ପ୍ରମୁଖ ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅସିତ୍‌ ପଟ୍ଟନାୟକ ସବୁଠୁ ଧନୀ। ପ୍ରାର୍ଥତ୍ପତ୍ର ଦାଖଲ...

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା...

ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ

ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri