ସମ୍ପାଦକୀୟ/ପାଠ ନାହିଁ, ଫି’

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ୧୧ ଅଗଷ୍ଟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି’ ବହୁମାତ୍ରାରେ ବୃଦ୍ଧି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଲାଗି ଫି’ ୨୪ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ସେମାନେ ୫୦ ଟଙ୍କା ଦେଉଥିବା ବେଳେ ଏବେ ୧୨୦୦ ଟଙ୍କା ଦେବେ। ସେହିପରି ସାଧାରଣ ବର୍ଗ ପିଲା ଆଗରୁ ୭୫୦ ଟଙ୍କା ଦେଉଥିବା ବେଳେ ଏଣିକି ୧୫୦୦ ଟଙ୍କା ପଇଠ କରିବେ। ଏହିପରି ଶ୍ରେଣୀରେ ନାମ ପଞ୍ଜୀକରଣଠାରୁ ଆରମ୍ଭ କରି ଅତିରିକ୍ତ ବିଷୟରେ ପରୀକ୍ଷା ଦେବା ଲାଗି ଥିବା ଫି’ ମଧ୍ୟ ବଢ଼ାଇ ଦିଆଯାଇଛି। ଏକାଥରକେ ଏତେ ମାତ୍ରାରେ ଫି’ ବୃଦ୍ଧି କରାଯାଇଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି।
ସିବିଏସ୍‌ଇ ପରିଚାଳିତ ସ୍କୁଲରେ ପିଲାଙ୍କ ପାଠପଢ଼ା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି। ପ୍ରାରମ୍ଭିକ ଶ୍ରେଣୀ ଏଲ୍‌କେଜିରେ ନାମଲେଖା ଓ ମାସିକ ଫି’ ବାବଦରେ ସାଧାରଣ ସ୍କୁଲଗୁଡ଼ିକ ଯେତିକି ଅର୍ଥ ଦାବି କରୁଛନ୍ତି, କର୍ପୋରେଟ୍‌ ଢାଞ୍ଚାରେ ଚାଲୁଥିବା ବିଦ୍ୟାଳୟ ଅତ୍ୟଧିକ ମାତ୍ରାର ଅର୍ଥ ନେଉଥିବା ସମସ୍ତେ ଜାଣନ୍ତି। କେତେ ଲେଖାଏ ଅର୍ଥ ସ୍କୁଲ କର୍ତ୍ତୃପକ୍ଷ ନେବା ଉଚିତ ହେବ, ସେଥିନେଇ କୌଣସି ମାନଦଣ୍ଡ ନ ଥିବାରୁ ଅଭିଭାବକମାନେ ଆର୍ଥିକ ଚାପରେ ପଡ଼ୁଛନ୍ତି। ଅନେକ ସମୟରେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ଯୁକ୍ତିତର୍କ ଘଟି କଥା ଅଦାଲତ ପର୍ଯ୍ୟନ୍ତ ଯାଉଛି। ତଥାପି ପରିସ୍ଥିତିରେ ଉନ୍ନତି ଘଟୁନାହିଁ। ଯେହେତୁ ପିଲାଙ୍କ ଭବିଷ୍ୟତ ସର୍ବାଗ୍ରେ ରହୁଛି, ଅଭିଭାବକମାନେ ଶେଷଯାଏ ଲଢ଼ି କିଛି ସକାରାତ୍ମକ ଆଶ୍ୱାସନା ନ ପାଇ ଚୁପ୍‌ ହୋଇଯାଉଛନ୍ତି। କାରଣ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଅଭିଭାବକମାନେ କିଛି କରିପାରିବେ ନାହିଁ। କେତେକ ସ୍କୁଲରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପାଠପଢ଼ା ହେବ ବୋଲି ପ୍ରଚାର କରାଯାଉଥିଲେ ମଧ୍ୟ ନାମଲେଖା ପରେ ସେହି ମାନ ବଜାୟ ରହୁ ନ ଥିବା ଦେଖିବାକୁ ମିଳୁଛି। ଏପରି କି ଅଭିଭାବକଙ୍କଠାରୁ ଅପର୍ଯ୍ୟାପ୍ତ ଅର୍ଥ ନେଉଥିଲେ ହେଁ ଉଚ୍ଚଶିକ୍ଷିତ ଓ ଅଭିଜ୍ଞ ଶିକ୍ଷୟିତ୍ରୀଶିକ୍ଷକ ରଖୁ ନ ଥିବା ଅନେକ ସ୍କୁଲରେ ପଢ଼ୁଥିବା ପିଲାମାନେ ଅଭିଯୋଗ କରୁଛନ୍ତି। କେବଳ ସେତିକି ନୁହେଁ, ସ୍କୁଲ ପିଲାମାନଙ୍କ ବହିଖାତାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଦୋକାନରୁ ସେସବୁ କିଣିବା ପାଇଁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ସ୍କୁଲ କର୍ତ୍ତୃପକ୍ଷ ଏଭଳି ବ୍ୟବସାୟିକ କ୍ଷେତ୍ରରେ ମୁଣ୍ଡ ନ ପୂରାଇବା ପାଇଁ ଅତୀତରେ ଅଦାଲତ କହିଥିଲେ ମଧ୍ୟ ସେଗୁଡ଼ିକୁ ଅନୁପାଳନ କରାଯାଉ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ, ସୈନିକ ସ୍କୁଲ ଭଳି ସରକାରୀ ପରିଚାଳିତ ଶିକ୍ଷାନୁଷ୍ଠାନରେ ଅର୍ଥ ଲୋଭ ଦେଖାଯାଉ ନ ଥିଲେ ମଧ୍ୟ ଶିକ୍ଷାର ମାନ ବୃଦ୍ଧି ପାଉଥିବାର ଲକ୍ଷଣ ଦେଖିବାକୁ ମିଳୁନାହିଁ। ଏହିଭଳି କେନ୍ଦ୍ର ପରିଚାଳିତ ସ୍କୁଲଗୁଡ଼ିକରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯିବା ପରିବର୍ତ୍ତେ ହିନ୍ଦୀ ଶିଖାଇବା ଫଳରେ ପିଲାମାନଙ୍କୁ ମାତୃଭାଷାରୁ ବଞ୍ଚତ୍ତ କରାଯାଉଛି। ଏହା ଭବିଷ୍ୟତର ଓଡ଼ିଆ ପିଢ଼ିକୁ କ୍ଷତି ପହଞ୍ଚାଇବ।

ସିବିଏସ୍‌ଇ ପରୀକ୍ଷା ଫି’ ଅପର୍ଯ୍ୟାପ୍ତ ବୃଦ୍ଧି କରାଯିବା ଗରିବ ଓ ଅସହାୟ ବର୍ଗକୁ ବାଧିବ। ଯେହେତୁ ସିବିଏସ୍‌ଇରେ ବସିଥିବା ଅଧିକାରୀମାନଙ୍କ ସ୍କୁଲର ମୌଳିକ ସ୍ତର ସହ ସମନ୍ବୟ ରହୁ ନାହିଁ, ସେହେତୁ ମନଇଚ୍ଛା ଫି’ ବୃଦ୍ଧି କରିବାରେ ଦ୍ୱିଧାବୋଧ କରୁନାହାନ୍ତି। ଏହି ଶିକ୍ଷା ବୋର୍ଡ ଏବେ ପରୀକ୍ଷା ଫି’ ବୃଦ୍ଧି କରି କେବଳ ସମାଲୋଚିତ ହୋଇଛି ତାହା ନୁହେଁ, ନିକଟ ଅତୀତରେ ପ୍ରଶ୍ନପତ୍ର ଲିକ୍‌, ଖାତାଦେଖାରେ ଅନିୟମିତତା, ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ଭଳି ଅନେକ ତ୍ରୁଟି ଯୋଗୁ ନିନ୍ଦିତ ହୋଇଥିବା ସମସ୍ତଙ୍କୁ ଜଣା।
ଭାରତରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ଭିତ୍ତିଭୂମି ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚତ୍ଛି। ଶିକ୍ଷା ବିନା ପୃଥିବୀର କୌଣସି ସମାଜର ସ୍ଥାୟୀ ଅଗ୍ରଗତି ଘଟିପାରି ନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକର ଅର୍ଥନୈତିକ ସଫଳତା ପଛରେ ଧର୍ମ କିମ୍ବା ଅନ୍ଧବିଶ୍ୱାସ ରହିନାହିଁ। ସେଠାରେ ପ୍ରାଇମେରି (ପ୍ରାଥମିକ) ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ହେତୁ ଅଳ୍ପ ଶିକ୍ଷିତ ମଧ୍ୟ ଜୀବନରେ ସଫଳତା ହାସଲ କରିପାରୁଛନ୍ତି। କେବଳ ପାଶ୍ଚାତ୍ୟ ଦେଶ ନୁହେଁ, ପୂର୍ବ ଏସିଆର ଅନେକ ରାଷ୍ଟ୍ରରେ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିବାରୁ କେତୋଟି ଦଶନ୍ଧି ମଧ୍ୟରେ ଆଖିଦୃଶିଆ ଉନ୍ନତି ଘଟିପାରିଛି। ଆରମ୍ଭରୁ ଭାରତର ସରକାରୀ ବ୍ୟବସ୍ଥାରେ ବିଦ୍ୟାଳୟ ଏବଂ ଶିକ୍ଷା ଉଭୟକୁ ଅଣଦେଖା କରାଯାଇଛି। ସେଥିପାଇଁ କେବଳ ଭିତ୍ତିଭୂମି ସୃଷ୍ଟି କଲେ ହେବ ନାହିଁ, ଶିକ୍ଷକଙ୍କ ପ୍ରଶିକ୍ଷଣର ମଧ୍ୟ ମୌଳିକ ଆବଶ୍ୟକତା ରହିଛି। ଏହା ଭାରତର କୌଣସି ରାଜ୍ୟରେ ହେଉନାହିଁ। ଅର୍ଥାତ୍‌ ଯେତେବେଳେ ଶିକ୍ଷାର ନାମଗନ୍ଧ ନାହିଁ, ସେତେବେଳେ କେବଳ ବ୍ୟବସାୟ ପାଇଁ ଛାତ୍ରୀଛାତ୍ରଙ୍କ ଫି ବଢ଼ାଇବା ଏକ କୌତୂହଳ ଘଟଣା ବୋଲି ମନେହେଉଛି। ସମ୍ଭବତଃ ଏହି ବର୍ଦ୍ଧିତ ଫି’ ଆଦାୟ କରି ସିବିଏସ୍‌ଇ ନିଜର ଉନ୍ନତି ଘଟାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri