Posted inଖେଳ

ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଓସିଏ

କଟକ ଅଫିସ,୧୩ା୮-
ଦ୍ୱନ୍ଦ୍ୱ ଭିତରେ ରହିଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ । ଓସିଏ ପକ୍ଷରୁ ଘୋଷଣା ହେଉଛି ଯେ, ନିର୍ବାଚନ ଅଧିକାରୀ ନିଯୁକ୍ତ କରି ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇବା ପାଇଁ ସଂଘ ପ୍ରସ୍ତୁତ । ହେଲେ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାରେ ରାଜ୍ୟ ପକ୍ଷରୁ କୌଣସି ସହାୟତା ମିଳିଲା ନାହିଁ । ଯାହା ଫଳରେ ଏବେ ଅନ୍ୟ ରାଜ୍ୟ ଉପରେ ଭରସା କରାଯାଇଛି। ମିଳିଥିବା ଖବର ମୁତାବକ ବିହାର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହ ଓସିଏ ପକ୍ଷରୁ ଯୋଗାଯୋଗ କରାଯାଇ ନିର୍ବାଚନ ଅଧିକାରୀ ପାଇଁ ନିବେଦନ କରାଯାଇଥିଲା। ବିହାରର ପୂର୍ବତନ ନିର୍ବାଚନ କମିଶନର ନିର୍ବାଚନ ଅଧିକାରୀ ଭାବେ ଓସିଏରେ ନିଯୁକ୍ତ ହେବେ ବୋଲି ମଧ୍ୟ ଆଶା ଦୃଢ଼ୀଭୂତ ହୋଇଥିଲା । ହେଲେ ଏବେ ଏହି ଆଶା ମଉଳି ଗଲାଣି । ବିହାରର ଏହି ନିର୍ବାଚନ ଅଧିକାରୀ ବ୍ୟକ୍ତିଗତ କାରଣ ଦର୍ଶାଇ ଓଡ଼ିଶା ଆସିବେ ନାହିଁ ବୋଲି ଜଣାଇଛନ୍ତି । ଏହି ରାଜ୍ୟର ଅନ୍ୟଜଣେ ନିର୍ବାଚନ ଅଧିକାରୀ ଏଯାଏ ଉତ୍ତର ରଖିନାହାନ୍ତି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପକ୍ଷରୁ ମଧ୍ୟ ସ୍ପଷ୍ଟ ଉତ୍ତର ମିଳିନାହିଁ। କମିଟି ଅଫ ଆଡମିନିଷ୍ଟ୍ରେଟର(ସିଓଏ) ପକ୍ଷରୁ ହୋଇଥିବା ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୧୪ରୁ ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ ଲାଗୁ ହେବ । ଏହି ତାରିଖକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଓସିଏ ଏପରି ଦ୍ୱନ୍ଦ୍ୱ ଭିତରେ ଝୁଲି ରହିବା ଆଗାମୀ ନିର୍ବାଚନକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଦେଶର ବିଭିନ୍ନ କ୍ରିକେଟ ସଂଘର ନିର୍ବାଚନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦିନକୁ ଦିନ ତତ୍ପରତା ପ୍ରକାଶ କରୁଛି । ୩୭ଟି ସଂଘ ଭିତରୁ ଏବେ ସୁଦ୍ଧା ୨୬ଟି କ୍ରିକେଟ ସଂଘ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ସହିତ ନିର୍ବାଚନ ଅଧିକାରୀ ନିଯୁକ୍ତ କରି ସାରିଲେଣି । ଏହି ସଂଖ୍ୟା ୩୦ରେ ପହଞ୍ଚିଲେ ନିର୍ବାଚନ ହେବ ବୋଲି ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଘୋଷଣା କରିଛନ୍ତି । ପ୍ରଥମେ ଯେଉଁ ସଂଘଗୁଡ଼ିକୁୁ ନେଇ ନିର୍ବାଚନ ହେବ ସେହି ସଂଘର ପ୍ରତିନିଧି ବୋର୍ଡ ନିର୍ବାଚନରେ ଭାଗ ନେଇ ପାରିବ। ଏହାଛଡ଼ା ବିଭିନ୍ନ ଗ୍ରାଣ୍ଟ ମଧ୍ୟ ପାଇବାକୁ ପ୍ରଥମ ହକଦାର ହେବ । ହେଲେ ଓସିଏ ନିର୍ବାଚନକୁ ଓହ୍ଲାଇବାକୁ ବହୁ ଦୂରରେ ଥିବା ଭଳି ଦୃଶ୍ୟମାନ ହେଉଛି । ଏଯାଏ ନିର୍ବାଚନ ଅଧିକାରୀ ମିଳି ନ ଥିବା ବେଳେ କେବେ ଏହି ପ୍ରକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟ ଛୁଇଁବ ତାହାର ହିସାବ ମଧ୍ୟ ଓସିଏର କୌଣସି ଅଧିକାରୀମାନଙ୍କ ପାଖରେ ନାହିଁ । ଗତ ଜୁଲାଇ ୧ ତାରିଖ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାର ଅନ୍ତିମ ତାରିଖ ଧାର୍ଯ୍ୟ ହୋଇଥିଲା । ରାଜ୍ୟର ଯୁଗ୍ମ କିମ୍ବା ସହକାରୀ ନିର୍ବାଚନ ଅଧିକାରୀ କ୍ରିକେଟ ସଂଘ ଗୁଡ଼ିକର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇ ପାରିବେ ନାହିଁ । ଭାରତର ପୂର୍ବତନ ନିର୍ବାଚନ କମିଶନର କିମ୍ବା ରାଜ୍ୟର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏହି ଦାୟିତ୍ୱ ଗ୍ରହଣ କରିବାକୁ ଯୋଗ୍ୟ ବୋଲି ସିଓଏ ଘୋଷଣା କରିଥିଲା । ଏହି ତାରିଖକୁ ପ୍ରାୟ ଦେଢ଼ ମାସ ଅତିକ୍ରମ କରି ସାରିଲାଣି । ଇତି ମଧ୍ୟରେ ରାଜ୍ୟ ସଂଘ ଗୁଡ଼ିକର ଅସହାୟତା ନଜରରେ ରଖି ନିର୍ବାଚନ ଅଧିକାରୀ ନିଯୁକ୍ତ ନେଇ ନିର୍ଦ୍ଧାରିତ ତାରିଖକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସିଓଏ ଘୁଞ୍ଚାଇ ଦେଇଥିଲା । ହେଲେ ଅନ୍ୟ ରାଜ୍ୟ ଗୁଡ଼ିକ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାରେ ସଫଳ ହେଉଥିବା ବେଳେ ଓଡ଼ିଶା ଏଥିରେ କାହିଁକି ପଛୁଆ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଓସିଏ ନିର୍ବାଚନ ଅଧିକାରୀ ଖୋଜୁଛି ବୋଲି ଘୋଷଣା କରିଥିଲା । ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ଆସୋସିଏଶନ ଗୁଡ଼ିକର ନିର୍ବାଚନ ହେବ ବୋଲି ସିଓଏ ସ୍ଥିର କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ କରିବାରେ ଓସିଏ ଫେଲ ମାରିଲେ ଏବେ ଲାଗି ରହିଥିବା ବିଭିନ୍ନ ସଙ୍କଟ ବଡ଼ରୂପରେ ଛିଡ଼ା ହେବ ବୋଲି ରାଜ୍ୟର ଜଣେ ପୂର୍ବତନ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି ।
”ସମସ୍ତ ଚେଷ୍ଟା କରାଯାଉଛି । ରାଜ୍ୟ କ୍ରିକେଟର ବିକାଶ ପାଇଁ ଆମେ ମଧ୍ୟ ଚିନ୍ତିତ । ସଂଘ କିପରି ସୁଧୁରିବ, ଭଲ ଅବସ୍ଥାକୁ ଫେରିବ ସେ ନେଇ ସବୁବେଳେ ପ୍ରଚେଷ୍ଟା ଚାଲିଛି। ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ନେଇ ଓଡ଼ିଶାରୁ ନିରାଶ ହେବା ପରେ ଅନ୍ୟ ରାଜ୍ୟ ସହ ଆଲୋଚନା କଲୁ । ଏବେ ସେମାନଙ୍କ ହାତରେ ସବୁ କିଛି । ନିର୍ବାଚନ କରିବା ନେଇ ଆମେ କି କି ପଦକ୍ଷେପ ନେଉଛୁ ସେ ସବୁର ଟିକନିକ ହିସାବ ସିଓଏକୁ ମେଲ ଯୋଗେ ପଠାଯାଉଛି। ଖୁବଶୀଘ୍ର ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ ବୋଲି ଆମର ଆଶା“ ।
– ଧୀରେନ ପଲାଇ, ଅଧ୍ୟକ୍ଷ, ଓସିଏ କାର୍ଯ୍ୟକାରୀ କମିଟି


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri