ସମ୍ପାଦକୀୟ/ କିଏ ବଞ୍ଚାଇବ

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି ଜିଲା ଭବାନୀପାଟଣାର ଏକ ଆଶ୍ରୟ ଗୃହ ମୁଖ୍ୟ ଏଚ୍‌ଆଇଭି ସଂକ୍ରମିତ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା, ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ, ଗତ ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲାରେ ୩ଟି ବଳାତ୍କାର ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କଲାଣି। ସେହିପରି ପୁରୀ ଜିଲା ସାକ୍ଷୀଗୋପାଳ ନିକଟ ପଟ୍ଟନାୟିକିଆଠାରେ ସ୍ପଷ୍ଟ ଦିବାଲୋକରେ ୩ ଭାଇଙ୍କୁ ହତ୍ୟା କରାଯିବା ଘଟଣା ଆଇନ ଶୃଙ୍ଖଳାରେ ଦ୍ରୁତ ଅବନତି ଘଟୁଥିବା ବିଷୟକୁ ଇଙ୍ଗିତ କରୁଛି। ସବୁଠାରୁ ସମ୍ବେଦନଶୀଳ ବିଷୟ ହେଉଛି, ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୦୨ ଝିଅ ନିଖୋଜ ହୋଇଯାଇଥିବା ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ମାତ୍ର ୭୯ ଜଣଙ୍କୁ ଠାବ କରାଯାଇଥିବା କୁହାଯାଉଛି। ନିଖୋଜ ସଂଖ୍ୟାକୁ ଦେଖିଲେ ପୋଲିସ ସେମାନଙ୍କୁ ଖୋଜିବାରେ କେତେ ତତ୍ପର ବୁଝାପଡ଼ିଯାଉଛି। ଏଭଳି ପରିପ୍ରେକ୍ଷୀରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ନିର୍ଭୟା ପାଣ୍ଠିରୁ ପାଇଥିବା ଅର୍ଥ ମଧ୍ୟରୁ ୧୦ ପ୍ରତିଶତରୁ କମ୍‌ ଖର୍ଚ୍ଚ କରିପାରିଛି। ଉଲ୍ଲେଖଯୋଗ୍ୟ, ଏ ସଂକ୍ରାନ୍ତ ୫ଟି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୩୪.୬୧ କୋଟି ଟଙ୍କା ଦେଇଥିବା ବେଳେ ମାତ୍ର ୨.୮୬ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରୁ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମଧ୍ୟ ବାରି ହୋଇପଡ଼ୁଛି।
ଓଡ଼ିଶାରେ ନାବାଳିକାଙ୍କୁ ବଳାତ୍କାର ଓ ନିଖୋଜ ଝିଅମାନଙ୍କ ସଂଖ୍ୟା ଦେଖିଲେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଘୋର ଅବନତି ଦେଖାଦେଇଥିବାରୁ ବିଧାନସଭାରେ ଗତ ଦୁଇ ଦିନ ଧରିି ବିରୋଧୀ ସଦସ୍ୟମାନେ ଶାସକ ଦଳକୁ ସମାଲୋଚନା କରିଛନ୍ତି। ସରକାର ନିର୍ବାଚନରେ ଜିତିବା ଜାଣନ୍ତି, କିନ୍ତୁ କିଭଳି ରାଜ୍ୟକୁ ଶାସନ କରିବାକୁ ହୋଇଥାଏ ତାହା ଜାଣିନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ପରିସ୍ଥିତିରେ ଯଦି ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ଦେଖାଯାଏ, ତେବେ ଅଧିକ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ। ଫାଣ୍ଡିଠାରୁ ମାତ୍ର ୪୦୦ ମିଟର ଦୂରରେ ଏଭଳି ଜଘନ୍ୟ କାଣ୍ଡ ଘଟିଯାଇଛି। ଅର୍ଥାତ୍‌ ପୋଲିସ ନିଜ ଆଖପାଖକୁ ଜଗିବାରେ ବିଫଳ ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି।
ନାରୀ ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବିଷୟ ସର୍ବଦା କହି ଚାଲିଛନ୍ତି। କିନ୍ତୁ ନାବାଳିକା, ଯୁବତୀ ଏବଂ ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାର ପୋଲିସ ପ୍ରଶାସନର ବିଫଳତାକୁ ସୂଚାଉଛି। ଅନୁଶାସନ ଆଣିବା ପାଇଁ ପୋଲିସ ଉପରେ ଦାୟିତ୍ୱ ଦିଆଯାଇଛି। ତଳ ସ୍ତରରେ ରହୁଥିବା ଏଏସ୍‌ଆଇ ଓ ଏସ୍‌ଆଇମାନେ ନିଜ ଥାନା ଅଞ୍ଚଳରେ ଘଟୁଥିବା ଅପରାଧ ପାଇଁ ଦାୟୀ ରହି ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନେଇପାରିଲେ ଅସାମାଜିକ ବ୍ୟକ୍ତିମାନେ ଡରନ୍ତେ। କିନ୍ତୁ ଦୁଃଖର ବିଷୟ, ଝିଅ ହରଣଚାଲଠାରୁ ଆରମ୍ଭ କରି ସବୁ ପ୍ରକାରର ଅପରାଧ ସହିତ ପୋଲିସର ସିଧାସଳଖ ସମ୍ପର୍କ ରହୁଛି। ଏହା ସମସ୍ତେ ସ୍ବୀକାର କରିବେ ଯେ, ପୋଲିସ ଅଜାଣତରେ ବା ଅନିଚ୍ଛାରେ ଅପରାଧ ଘଟାଇବା ଅସମ୍ଭବ ହୋଇଥାଏ। ଏଣେ ଉପର ସ୍ତରର ଅଧିକାରୀମାନେ ସେଟିଂରେ ଅଧିକ ବ୍ୟସ୍ତ ରହି ଦାୟିତ୍ୱରେ ଅବହେଳା କରୁଛନ୍ତି। ଏହି ମନୋଭାବର ଦୁର୍ଗନ୍ଧ ଅପରାଧୀମାନଙ୍କୁ ଉତ୍ସାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri