ସମୁଦ୍ରକୁ ମାଛ ଧରିବାକୁ ଯାଇ ଧୀବର ମୃତ

ପଦ୍ମପୁର, ୧୭ା୧୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅଢୁଆଁ ଗ୍ରାମର ଜଣେ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ଅସୁସ୍ଥ ହୋଇ ପରେ ମୃତ୍ୟୁମୁଖରେ ପଡିଛନ୍ତି। ମୃତକ ହେଲେ ଅଢୁଆଁ ଗ୍ରାମର ସୋମବାରୀ ମଳିକ। ଗତ ୧୪ ତାରିଖରେ ସୋମବାରୀଙ୍କ ସମେତ ୮ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବା ପାଇଁ ଚୁଡାମଣି ଘାଟରୁ ଏକ ବୋଟ୍‌ ଯୋଗେ ଯାଇଥିଲେ। ସମୁଦ୍ର ଭିତରେ ବୋଟ୍‌ରେ ସୋମବାରୀଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସହକର୍ମୀମାନେ ତାଙ୍କୁ ପ୍ରାଥମିକ ଚିକିସତ୍ା ପ୍ରଦାନ କରିଥିଲେ। ଏହାସେତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ସେମାନେ ମାଛ ଧରା ବାତିଲ କରି ବୋଟ୍‌କୁ ଚୁଡାମଣି ଜେଟିକୁ ସୋମବାର ଫେରାଇ ଆଣିିଥିଲେ ମଧ୍ୟ ସୋମବାରୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚୁଡାମଣି ସାମୁଦ୍ରିକ ଥାନାଧିକାରୀ ମହମ୍ମଦ ହାଫିଜ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିସତ୍ାଳୟକୁ ପଠାଇଛନ୍ତି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୬/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି…

ରୁଆ-ବିହୁଡ଼ା ପୂର୍ବରୁ ମାଟି ମା’ଙ୍କ ଅନୁମତି ନେବାର ନିଆରା ପରମ୍ପରା: ଗାଁ ଗାଁରେ ଉତ୍ସାହ

ବୀରମହାରାଜପୁର, ୧୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଚାଷୀଙ୍କ ଜୀବନ ଓ ଲୋକସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ…

ନକଲି ଜାତି ଓ ଜମିପଟ୍ଟା ପ୍ରମାଣପତ୍ର ମାମଲା: ତଦନ୍ତ ଆରମ୍ଭ କଲା ଯୁଗ୍ମ କମିଟି

ମହାକାଳପଡ଼ା,୧୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବୃଦ୍ଧି ପାଉଛି ନକଲି ଜାତି ଓ ଜମି ପଟ୍ଟା ପ୍ରମାଣପତ୍ର। କେତେଜଣ ମଧ୍ୟସ୍ଥ ସରକାରୀ…

ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ…

ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ: ସମଗ୍ର ଜିଲାରେ ଶୋକର ଛାୟା

ଭବାନୀପାଟଣା, ୧୯।୮ (ଉତ୍ତମ କୁମାର ଦାଶ/ ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ…

ହୋଟେଲ ଉଦଘାଟନର କିଛି ସମୟ ପୂର୍ବରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍‌ ପାତ୍ର (୨୫) ବୁଧବାର ସକାଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri