ସମନ୍ବୟ ଅଭାବ:ମଣ୍ଡିରେ ପଡ଼ିଛି ଧାନ, ଆସୁନାହାନ୍ତି ମିଲର

ବାଲିକୁଦା,୨୨ା୧(ସ୍ବ.ପ୍ର.):ଇ-ଟୋକୋନ ମାଧ୍ୟମରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ବାଲିକୁଦାର ସମସ୍ତ ସମବାୟ ସମିତିରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ମାତ୍ର ଧାନ ସଂଗ୍ରହରେ ୩ଟି ସଂସ୍ଥାର ଦାୟିତ୍ୱ ଥିବାବେଳେ ମୁଖ୍ୟତ ଯୋଗାଣ ବିଭାଗ ଓ ମିଲରଙ୍କ ଗୁରୁଦାୟିତ୍ୱ ରହିଛି। କାରଣ ମଣ୍ଡିରୁ ମିଲରମାନେ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି। ଯୋଗାଣ ବିଭାଗ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଯାଉଛି। କିନ୍ତୁ ଚଳିତ ବର୍ଷ ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଦେଖିବାକୁ ମିଳିଛି। ଯାହାର ଉଦାହରଣ ହେଉଛି, ବାଲିକୁଦା ସମୁଦ୍ର ଉପକୂଳ ଅନନ୍ତପୁର ସେବା ସମବାୟ ସମିତି ମଣ୍ଡିରେ। ଏହି ମଣ୍ଡିରୁ ସମ୍ବଲପୁର ହନୁମାନଜୀଉ ରାଇସ ମିଲ ଧାନସଂଗ୍ରହ ପାଇଁ ଯୋଗାଣ ବିଭାଗର ଅନୁମତି ପାଇଛି। ଗତ ୧୭ ତାରିଖରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଇଟୋକନ ମାଧ୍ୟମରେ ଅନୁମତି ଦିଆଯାଇଛି। ମାତ୍ର ଏନେଇ ମିଲରଙ୍କ ସାଙ୍ଗରେ ଯୋଗାଣ ବିଭାଗ କୌଣସି ଆଲୋଚନା କରି ନ ଥିବା ଜଣାପଡିଛି। କାରଣ ଏହି ସମିତିର ଯେଉଁ ଚାଷୀ ଟୋକନ ପାଇଥିଲେ ସେମାନେ ୨୦ତାରିଖରୁ ମଣ୍ଡିରେ ଧାନ ଆଣି ରଖିଛନ୍ତି। ମାତ୍ର ଦୁଇ ଦିନ ହେବ ମିଲରଙ୍କ ଦେଖାନାହିଁ। ୧୭ ତାରିଖରେ ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଟୋକନ କରାଯାଇଥିଲା ସେହି ଚାଷୀଙ୍କ ଧାନ ଏବେ ମଣ୍ଡିରେ ପଡି ରହିଛି। ଶୀତ କାକରରେ ଚାଷୀ ଏବେ ମଣ୍ଡି ଆଗରେ ବସି ରହିଛନ୍ତି। ଏପଟେ ଯୋଗାଣ ବିଭାଗ ପୁଣି ୨୨ ତାରିଖରେ ଧାନ ଦେବାକୁ ଆଉ ୨୫ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରିଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ମଣ୍ଡିରୁ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଇବାକୁ ଚାଷୀ ଦାବି କରିଛନ୍ତି। ନଚେତ ଚାଷୀ ଅନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ସମ୍ପୃକ୍ତ ମିଲରଙ୍କ ସହିତ ଯୋଗଯୋଗ କରିବାରୁ ଆମକୁ ୭ରୁ୮ଟି ମଣ୍ଡିରୁ ଧାନ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଛି। ତେଣୁ ଧାନ ଉଠାଇବା ପାଇଁ ଗାଡିର ଅଭାବ ରହୁଛି। ସେଥିପାଇଁ ଆମେ ଧାନ ଉଠାଇ ପାରିନାହୁଁ। ତଥାପି ବୁଧବାର ୨ଟି ଗାଡିରେ କିଛି ଧାନ ନେବା ପାଇଁ ଚେଷ୍ଟା କରୁଛୁ ବୋଲି କହିଥିଲେ। ଏସମ୍ପର୍କରେ ବାଲିକୁଦା ଯୋଗାଣ ବିଭାଗ ଅଧିକାରୀ ବିଜୟ ସିଂ ପଚାରିବାରୁ ମିଲର ଯଦି ବୁଧବାର ଧାନ ନ ଉଠାନ୍ତି ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri