Odisha Elections 2024

ସବୁଥିରେ ଅବହେଳିତ ଗାଁର ନାଁ ସିଲିମେଟା

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ବଡପଡା ପଞ୍ଚାୟତରେ ରହିଛି ସିଲିମେଟା ଗ୍ରାମ। ଏବେ ମଧ୍ୟ ଏହି ଗ୍ରାମରେ ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ବିକାଶ ଯେପରି ଏଠି ଲୋକଙ୍କ ପାଇଁ ପାଲଟିଛି ସାତସପନ। ଜାନବାଇଠାରୁ ପାହାଡ ଉପର ଦେଇ ଖଜୁରିଗୁଡା ଗ୍ରାମ ଦେଇ ୭ କିମି ଗଲେ ପଡେ ସିଲିମେଟା ଗ୍ରାମ। ବାରମ୍ବାର ବନ୍ୟଜନ୍ତୁ ଆକ୍ରମଣର ଭୟ ରହିଛି ଗ୍ରାମବାସୀଙ୍କ ପାଇଁ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ। ପାନୀୟ ଜଳ କି ବିଦ୍ୟୁତ୍‌ କିଛି ନାହିଁ। ଗ୍ରାମବାସୀ ପଥୁରିଆ ପାହାଡ ଘେରା ଅନ୍ଧାରରେ ଦିନ କାଟୁଛନ୍ତି। ଜଳକଷ୍ଟରୁ ମଧ୍ୟ ବାଦ୍‌ ପଡିନାହାନ୍ତି ଗ୍ରାମବାସୀ। ଗ୍ରାମ ଶେଷ ମୁଣ୍ଡରେ ଥିବା ପାହାଡ଼ ତଳେ ଏକ ଚୁଆଖୋଳି ପଥର କୁଣ୍ଡ କରି ସେଥିରୁ ପାନୀୟ ଜଳ ସଂଗ୍ରହ କରି ଚଳୁଛନ୍ତି। ପାନୀୟ ଜଳ ଆଣିବାକୁ ଯାଇ ଅନେକ ଥର ମହିଳାମାନେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମରେ କୂଅ, ନଳକୂପ କିଛି ନାହିଁ। ସବୁ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଥିବା ଏହି ୨୦ଟି ପରିବାର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନାରୁ କୌଣସି ସୁଫଳ ପାଆନ୍ତି ନାହିଁ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଙ୍ଗନଓ୍ବାଡି ପ୍ରାକ୍‌ ଶିକ୍ଷା ସେମାନଙ୍କ ପାଇଁ ଅପହଞ୍ଚ। ଗ୍ରାମର ପିଲାମାନେ ପାହାଡ଼ ଡେଇଁ ଅନ୍ୟ ବିଦ୍ୟାଳୟକୁ ଆସି ପାଠ ପଢ଼ନ୍ତି। ଗ୍ରାମକୁ ଯିବା ପାଇଁ ରାସ୍ତା ନ ଥିବା ବେଳେ ଏବେ ରାସ୍ତାଟିଏ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମ ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି କହନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ବିଡିଓ ଲରିମନ ଖରସେଲଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ଗ୍ରାମ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ଥିଲା, ଏବେ ଏହା ନିର୍ମାଣ ଚାଲିଛି। ଗ୍ରାମକୁ ଯାଇ ଅନ୍ୟ ଯାହା ସମସ୍ୟା ରହିଛି ଅନୁଧ୍ୟାନ କରି ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଦୁର୍ଘଟଣାରେ ଚାଲିଗଲା ଦୁଇ ପ୍ରିଜାଇଡିଂ ଅଫିସରଙ୍କ ଜୀବନ

ନୂଆପଡ଼ା/କୋରୁକୋଣ୍ଡା(ମକାରୁ ବେମାଲ/ଅଭିନାଶ ବେହେରା):୧୪।୫: ନିର୍ବାଚନ କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ, ଜୋଡ଼ାମ୍ବ ପଞ୍ଚାୟତ ଅଞ୍ଚଳରେ ଭୋଟରମାନେ ପୂର୍ବରୁ ମାଓବାଦୀଙ୍କ ଭୟରେ ଭୋଟ୍‌ ଦାନ...

ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri