ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ବଡପଡା ପଞ୍ଚାୟତରେ ରହିଛି ସିଲିମେଟା ଗ୍ରାମ। ଏବେ ମଧ୍ୟ ଏହି ଗ୍ରାମରେ ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ବିକାଶ ଯେପରି ଏଠି ଲୋକଙ୍କ ପାଇଁ ପାଲଟିଛି ସାତସପନ। ଜାନବାଇଠାରୁ ପାହାଡ ଉପର ଦେଇ ଖଜୁରିଗୁଡା ଗ୍ରାମ ଦେଇ ୭ କିମି ଗଲେ ପଡେ ସିଲିମେଟା ଗ୍ରାମ। ବାରମ୍ବାର ବନ୍ୟଜନ୍ତୁ ଆକ୍ରମଣର ଭୟ ରହିଛି ଗ୍ରାମବାସୀଙ୍କ ପାଇଁ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ। ପାନୀୟ ଜଳ କି ବିଦ୍ୟୁତ୍ କିଛି ନାହିଁ। ଗ୍ରାମବାସୀ ପଥୁରିଆ ପାହାଡ ଘେରା ଅନ୍ଧାରରେ ଦିନ କାଟୁଛନ୍ତି। ଜଳକଷ୍ଟରୁ ମଧ୍ୟ ବାଦ୍ ପଡିନାହାନ୍ତି ଗ୍ରାମବାସୀ। ଗ୍ରାମ ଶେଷ ମୁଣ୍ଡରେ ଥିବା ପାହାଡ଼ ତଳେ ଏକ ଚୁଆଖୋଳି ପଥର କୁଣ୍ଡ କରି ସେଥିରୁ ପାନୀୟ ଜଳ ସଂଗ୍ରହ କରି ଚଳୁଛନ୍ତି। ପାନୀୟ ଜଳ ଆଣିବାକୁ ଯାଇ ଅନେକ ଥର ମହିଳାମାନେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମରେ କୂଅ, ନଳକୂପ କିଛି ନାହିଁ। ସବୁ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଥିବା ଏହି ୨୦ଟି ପରିବାର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନାରୁ କୌଣସି ସୁଫଳ ପାଆନ୍ତି ନାହିଁ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଙ୍ଗନଓ୍ବାଡି ପ୍ରାକ୍ ଶିକ୍ଷା ସେମାନଙ୍କ ପାଇଁ ଅପହଞ୍ଚ। ଗ୍ରାମର ପିଲାମାନେ ପାହାଡ଼ ଡେଇଁ ଅନ୍ୟ ବିଦ୍ୟାଳୟକୁ ଆସି ପାଠ ପଢ଼ନ୍ତି। ଗ୍ରାମକୁ ଯିବା ପାଇଁ ରାସ୍ତା ନ ଥିବା ବେଳେ ଏବେ ରାସ୍ତାଟିଏ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମ ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି କହନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ବିଡିଓ ଲରିମନ ଖରସେଲଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ଗ୍ରାମ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ଥିଲା, ଏବେ ଏହା ନିର୍ମାଣ ଚାଲିଛି। ଗ୍ରାମକୁ ଯାଇ ଅନ୍ୟ ଯାହା ସମସ୍ୟା ରହିଛି ଅନୁଧ୍ୟାନ କରି ଏହାର ସମାଧାନ କରାଯିବ।
Posted inମାଲକାନଗିରି View All
ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…
ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…
Archives

