ଶଟଡାଉନରେ ଭୋକିଲା ଷଣ୍ଢ ଓ କୁକୁରଙ୍କ ବିକଳ ଦୃଶ୍ୟ: ଖାଇବାକୁ ଦେଇ ହୃଦୟ ଜିଣିଲେ ପୋଲିସ ଆଉ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ରାଜଧାନୀରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟଡାଉନରେ ପ୍ରଭାବିତ ସାଧାରଣ ମଣିଷଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀକୂଳ। ରାସ୍ତା ଘାଟରେ ପୋଲିସର କଡା ତାଗିଦି ଯୋଗୁ ସବୁଠାରେ ଅଭୂତ ନିରାବତା । ପୋଲିସର ମାଡ ଭୟରେ ଅମାନିଆ ମଣିଷ ଚୁପ ଚାପ। ଏତିକିବେଳେ ବୁଲା ଷଣ୍ଢ ଓ କୁକୁରଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଦୟନୀୟ। ଶଟଡାଉନରେ ରାସ୍ତାକୁ ଆସୁଥିବା ମଣିଷକୁ ପୋଲିସ ପିଟୁଥିବା ବେଳେ ଷଣ୍ଢ ଓ କୁକୁରଙ୍କୁ ଲଗାମ ଦେଇ ପାରିନାହିଁ। ରବିବାର ଦିନ ଧୁ ଧୁ ଖରାବେଳେ ଲିଙ୍ଗରାଜ ମନ୍ଦିର ସମୁଖ ଦୃଶ୍ୟ ସବୁଠାରୁ ହୃଦୟ ବିଦାରକ ଥିଲା । ଖାଇବାକୁ ପାଉନଥିବା ଏକାଧିକ ଷଣ୍ଢ ଓ କୁକୁର ମନ୍ଦିର ସୁରକ୍ଷାରେ ରହିଥିବା ଜଣେ ପୋଲିସଙ୍କୁ  ଘେରିଯାଇ ରଡିବୋବାଳି ଛାଡିଥିଲେ। ଜୀବମାନଙ୍କୁ ପୋଲିସ  ଜଣଙ୍କ ବିଚଳିତ ହୋଇପଡିଥିଲେ। ଲିଙ୍ଗରାଜ ମନ୍ଦିରର ନିତିକ୍ରାନ୍ତି ବନ୍ଦ ଥିବାରୁ ପ୍ରସାଦ ରନ୍ଧନ ହେଉନାହିଁ। ଭୋକିଲା ଜୀବମାନଙ୍କୁ ଖାଇବାକୁ ଦେବାଲାଗି ପାଖଆଖରେ ଖାଦ୍ୟ ମହଜୁଦ ନାହିଁ। ମନ୍ଦିର ନିକଟରେ ରହୁଥିବା ଗୁଜୁରାଟ ସମ୍ପ୍ରଦାୟର ଦୀପକ ମାଧୁଆନିଙ୍କ ଘରକୁ ଯାଇ ଏହି ଭୋକିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ କହିଲେ ପୋଲିସ । ତାଙ୍କ କଥାଶୁଣି ଏହି ଭଦ୍ର ବ୍ୟକ୍ତି ଜଣଙ୍କ ସଟ ଡାଉନକୁ ଖାତିରି ନ କରି ଭୋକିଲା ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଷଣ୍ଢ ଓ କୁକୁରଙ୍କୁ ଖାଇବାକୁ ଦେଇଥିଲେ। ଖାଦ୍ୟ ଖାଇବା ପରେ ଖୁସିରେ ବିନ୍ଦୁସାଗର କୂଳ ଆଡକୁ ଷଣ୍ଢ ଓ କୁକୁର ଚାଲିଯାଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଶଟ ଡାଉନ ଭଳି ସ୍ଥିତି ଜାରି ହେଲା ପରେ ପାଟି ଫିଟୁ ନଥିବା ଭୋକିଲା ବୁଲା ଜୀବମାନଙ୍କୁ ପାଇଁ ଦାନା ଯୋଗାଇବା ପ୍ରାଥମିକତା ଦେବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଭଳି ଉଦ୍ୟମକୁ ରାଜଧାନୀର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଭୁୟସୀ  ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri