ସଚେତନତାରେ ସୀମିତ ‘ରାବଣଛାୟା’

ପାଲଲହଡା,୧୮।୧ – କଳାର ରାଜ୍ୟ ଓଡ଼ିଶାରେ ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ଲୋକକଳା ରାବଣଛାୟା। ଅନୁଗୋଳ ଜିଲା ପାଲଲହଡ଼ା ଗଡ଼ଜାତରୁ ଦିନେ ଏହା ଦେଶବିଦେଶରେ ପହଞ୍ଚି ପାରିଥିଲା। ପୋଥି, ପୁରାଣମନସ୍କ ସେତେବେଳର ମଣିଷଙ୍କୁ ଆହୁରି ସଂସ୍କୃତିସମ୍ପନ୍ନ କରିବାରେ ଏହା ବେଶ୍‌ ସହାୟକ ହୋଇପାରିଥିଲା। କେବଳ ରାଜାରାଜୁଡ଼ା ଅମଳ ନୁହେଁ, ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷରେ ମଧ୍ୟ ରାବଣଛାୟାର ଆଦର ସର୍ବତ୍ର ଥିଲା। ଖାସ୍‌ ଏହି କାରଣରୁ ନବେ ଦଶକରେ ଏହା ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ଉକ୍ତ ଲୋକକଳାକୁ ଆହୁରି ଆଗକୁ ନେବାକୁ ପ୍ରୟାସ ଆରମ୍ଭ ହୋଇଥିଲା। ଗୁରୁମାନଙ୍କୁ ତାଲିମ ସହ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଇଥିଲା। କିନ୍ତୁ ଧୀରେ ଧୀରେ ଅନୁପ୍ରବେଶ କରୁଥିବା ଆଧୁନିକ ତଥା ପାଶ୍ଚାତ୍ୟ ସଂସ୍କୃତି ସହ ସମକକ୍ଷ ଅଭାବରୁ ଏହି ପୁରାତନ ଲୋକକଳା ଏବେ ନିଜ ଜନ୍ମମାଟିରେ ମଧ୍ୟ ଚମକହୀନ ହୋଇପଡ଼ିଛି। ସରକାରୀ ପ୍ରୋତ୍ସାହନ ଆଦୌ ନ ଥିବାରୁ ଏହାକୁ ନିଶା ବା ପେସା କରିବାକୁ ଆଉ କୌଣସି କଳାକାର ଆଗ୍ରହ ପ୍ରକାଶ କରୁନାହାନ୍ତି। କେବଳ କେତୋଟି ସରକାରୀ ସତେଚତନା କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ବାକି କେଉଁଠାରେ ବି ଲୋକକଳା ରାବଣଛାୟାକୁ ଖୋଜାପଡ଼ୁନି କି ଲୋଡ଼ାପଡ଼ୁନି।


ପାଲଲହଡ଼ାର ଗୁରୁ ଖଗେଶ୍ୱର ପ୍ରଧାନଙ୍କ କହିବା ଅନୁଯାୟୀ, ଗଡ଼ଜାତ ବେଳେ ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣଛାୟା ଭାବେ ପରିଚିତ ଥିଲା। ରାମାୟଣର କଥାବସ୍ତୁକୁ ନେଇ ଏହା ପ୍ରସ୍ତୁତ ହେଉଥିବାରୁ ଏବଂ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଏହାର ନାମକରଣ ଏପରି ହୋଇଥିଲା। କେତେଜଣ ଲୋକକଳା ଗବେଷକଙ୍କ ମତରେ ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ ବେଳେ ସମୁଦ୍ରଜଳରେ ରାବଣର ଛାୟା ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ ‘ରାବଣଛାୟା’ ନାମରେ ନାମିତ କରାଯାଇଥିଲା। ପାଲଲହଡା ଉପଖଣ୍ଡ ଖମାର ଥାନା ଓଡ଼ଶ ଗଁ।ରେ ଆଠମଲ୍ଲିକରୁ ଆସିଥିବା ଭଟ୍ଟ ସମ୍ପ୍ରଦାୟର କଳାକାର ବାସୁଦେବ ଦାସ ଏବଂ ତାଙ୍କ ପୁଅ କାଠିନନ୍ଦ ଦାସ ପ୍ରଥମେ ଏହି ଲୋକକଳା ଆରମ୍ଭ କରିଥିଲେ। ଏକ ଧଳା ରଙ୍ଗର ଧୋତି ଏବଂ ଚମଡା ତିଆରି ମୂର୍ତ୍ତି ସାହାଯ୍ୟରେ ଡିବିରି ଆଲୁଅରେ ଏହା ପରିବେଷଣ କରାଯାଉଥିଲା। ବାସୁଦେବଙ୍କ ମୃତ୍ୟୁ ପରେ ରାବଣଛାୟାର ଦାୟିତ୍ୱ ନେଇଥିଲେ ଅଣଭଟ୍ଟ ସମ୍ପ୍ରଦାୟର ଶିଷ୍ୟ କୋହ୍ଲ ଚରଣ ସାହୁ। ସେ ରାବଣ ଛାୟାକୁ ଆଧୁନିକ ରୂପ ଦେବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଏହା ଅଧିକ ଆଦରଣୀୟ ହୋଇପାରିଥିଲା। ୧୯୮୮ରେ ପାଲଲହଡା ବିଧାୟକ ଥିବା ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କ ସହଯୋଗରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାବଣଛାୟାର ଉନ୍ନତି ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ମାଧ୍ୟମରେ ୧.୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏଥିସହ ପୁରାତନ ଲୋକକଳାକୁ ଯୁଗୋପଯୋଗୀ କରିବା ପାଇଁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ କଳାକାରଙ୍କ ତାଲିମ ବ୍ୟବସ୍ଥା କରାଇଥିଲେ। ସେଠାରେ ନାଟ୍ୟଗୁରୁ କୋହ୍ଲ ଚରଣ ସାହୁ, ଖଗେଶ୍ୱର ପ୍ରଧାନ, ମହେଶ୍ୱର ସାହୁ, କରୁଣାକର ପ୍ରଧାନ, ପର୍ଶୁରାମ ପ୍ରଧାନ, ସୌଦାଗର ଦାସ, ଭୀମସେନ ସାହୁ, ପ୍ରଫୁଲ୍ଲ ପ୍ରଧାନ, ପଞ୍ଚୁ ସାହୁ ପ୍ରମୁଖ ୧୦ ଜଣ କଳାକାର ତାଲିମ ନେଇଥିଲେ। ଏହାପରେ ସେମାନେ ଦିଲ୍ଲୀରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଜାତୀୟ ପୁତ୍ତଳିକା ଉତ୍ସବରେ ଭାଗ ନେବା ସହ ଦେଶ ବାହାରେ ଲୋକକଳା ପ୍ରଦର୍ଶନ କରି ବହୁ ପ୍ରଶଂସା ସାଉଣ୍ଟିଥିଲେ। ୨୦୦୬ ଜାନୁୟାରୀ ୬ରେ ନାଟ୍ୟଗୁରୁ କୋହ୍ଲ ଚରଣଙ୍କ ମୃତ୍ୟୁ ପରେ ତାଙ୍କ ପଟ୍ଟଶିଷ୍ୟ ଭାବେ ସେ ଦାୟିତ୍ୱ ନେଇଥିଲେ ବୋଲି ଖଗେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି। କାଳକ୍ରମେ ଏହି ଲୋକକଳାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସକାଶେ ‘ଗାନ୍ଧୀଙ୍କ ସତ୍ୟାଗ୍ରହ’, ‘ଚିଲିକା’, ‘କାଞ୍ଚି ଅଭିଯାନ’ ଆଦି ପରିବେଷଣ ହେଉଥିଲା। ବର୍ତ୍ତମାନ ଏହି ଲୋକକଳା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଆଉ ନୂତନ କଳାକାର ମିଳୁନାହାନ୍ତି। ନୂତନ ପିଢ଼ି ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି। ମାତ୍ର ୮ ଜଣ କଳାକାରଙ୍କୁ ନେଇ ଏହି ବିଲୁପ୍ତପ୍ରାୟ ଲୋକକଳା ଏବେ କେବଳ ସରକାରୀ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଶିକ୍ଷା ଅଧିକାର, ସୂଚନା ଅଧିକାର ଆଇନ, କନ୍ୟା ଭ୍ରୂଣହତ୍ୟା, ନିଶାସେବନର କୁପରିଣତି ଆଦି ବିଷୟରେ ଲୋକଙ୍କୁ ସଚେତନତାରେ ଅଟକି ଯାଇଛି। ତାଙ୍କ ବୟସ ୮୦ ଟପିଯାଇଥିବାରୁ ଆଗାମୀ ଦିନରେ ରାବଣଛାୟାର ଭବିଷ୍ୟତ ନେଇ ସେ ସନ୍ଦିହାନ ହୋଇପଡ଼ିଥିବା ଗୁରୁ ଖଗେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?