ଶ୍ରେଣୀକକ୍ଷରୁ ରାଜରାସ୍ତା

ଅକ୍ଷୟ କୁମାର ମିଶ୍ର

ମୋ ବୟସ ପଚାଶ ଟପିଲାଣି। ମୁଁ ଜଣେ ଶିକ୍ଷୟିତ୍ରୀ। ଶ୍ରେଣୀ କକ୍ଷରେ ମୁଁ ପଚିଶି ବର୍ଷରୁ ଊର୍ଦ୍ଧ୍ୱ କାଳ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଚାଲିଛି। ଏହାରି ଭିତରେ ମୋ ବିଦ୍ୟାଳୟରୁ ଏକ ହଜାରରୁ ଅଧିକ ଛାତ୍ରୀଛାତ୍ର ଉତ୍ତମ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେଣି। ଏମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ଶିକ୍ଷା ଲାଭ କରି ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଅଧ୍ୟାପକ ହୋଇ ନିଜ ନିଜ କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କଲେଣି। ହେଲେ ମୁଁ ବିଚାରି ଶିକ୍ଷୟିତ୍ରୀଟିଏ ଆଖିର ଲୁହକୁ ଆଖିରେ ମାରି ମରି ମରି ବଞ୍ଚୁଛି। ପଚିଶ ବର୍ଷରୁ ଅଧିକ କାଳ ବିନା ଦରମାରେ କାର୍ଯ୍ୟ କରୁଛି। ସ୍ବାମୀ ମଧ୍ୟ ଏହିପରି ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ପନ୍ଦର ବର୍ଷ ବିନା ଦରମାରେ ଖଟି ସାରିବା ପରେ ଇସ୍ତଫା ଦେଇଦେଲେ। କହିଲେ ଦୁଇଜଣ ଯାକ ବିନା ଦରମାରେ ଖଟିଲେ ସଂସାର ଚଳିବ କେମିତି ? ଋଣରେ ଅଟୋ ରିକ୍ସା କରିଛନ୍ତି। ଯାହା ରୋଜଗାର କରନ୍ତି ସେଇଥିରେ ଅତି କଷ୍ଟରେ ସଂସାର ଚାଲେ।
ପ୍ରଥମରୁ ଶିକ୍ଷୟିତ୍ରୀଟିଏ ହେବା ପାଇଁ ଭାରି ଇଚ୍ଛା ଥିଲା। ବି.ଏଡ୍‌. ପାସ୍‌ ଯେଉଁ ବର୍ଷ କଲି ସେହି ବର୍ଷ ଆମ ପଞ୍ଚାୟତର ଲୋକମାନେ ଏକାଠି ହୋଇ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କଲେ। ବାପାଙ୍କ ପରାମର୍ଶ କ୍ରମେ ସେହି ବିଦ୍ୟାଳୟରେ ନିଯୁକ୍ତି ନେଲି। ଦିନେ ସନ୍ଧ୍ୟା ସମୟରେ କିଛି ଲୋକ ଆସି ମୋତେ ବୁଝାଇଲେ ଓ ଚାରି ବର୍ଷ ପରେ ଦରମା ମିଳିଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଶୁଣାଇଲେ। ଭାବିଲି ଚାରିବର୍ଷ ପରେ ଯଦି ଦରମା ମିଳିଯିବ ତେବେ କ୍ଷତି କ’ଣ। ସରକାରଙ୍କଠୁ ଅନୁମତି ମିଳିଲା। ପରେ ପରେ ନବମ ଓ ଦଶମ ଶ୍ରେଣୀର ସ୍ବୀକୃତି ମିଳିଲା। ନିଜ ଅଧୀନରେ ପିଲାମାନେ ବୋର୍ଡ ପରୀକ୍ଷା ଦେଲେ। ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ। କିନ୍ତୁ ମୋ ଜୀବନ ଦୁଃଖ, ଦୁର୍ଦ୍ଦଶାର ଘନ କୁହୁଡ଼ିରେ ଅନ୍ଧକାରାଚ୍ଛନ୍ନ। ଚାରି ବର୍ଷ ପରେ ଦରମା ମିଳିଯିବାର ପ୍ରତିଶ୍ରୁତି ଯେଉଁମାନେ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମରିହଜି ଗଲେଣି। ଯେଉଁମାନେ ଜୀବିତ ଅଛନ୍ତି ସେମାନେ ନିଜକୁ ଦୋଷ ଦେଇ କୁହନ୍ତି ”ଝିଅରେ, ତୋ ଭବିଷ୍ୟତଟାକୁ ଆମେ ନଷ୍ଟ କରିଦେଲୁ। ତୁ ଆମକୁ କ୍ଷମା କରିଦେବୁ। ସତ କହିବାକୁ ଗଲେ ନଦୀର ବାଙ୍କ ଭଳି ସରକାରୀ ନିୟମରେ ଏତେ ଫାଙ୍କ ଅଛି ବୋଲି ଆମେ ଜାଣି ନ ଥିଲୁ । ପୁନର୍ବାର ମନକୁ ଆସେ ଏଇ ବର୍ଷ ସରକାର ଶୁଣିବେ, ଆମେ ଅନୁଦାନ ପାଇବୁ। ଏଇମିତି ବର୍ଷ ପରେ ବର୍ଷ ପଚିଶ ବର୍ଷ ବିତିଗଲା। ବିଧାନସଭା କିମ୍ବା ପଞ୍ଚାୟତ ନିର୍ବାଚନ ଆସିଲେ ମୋ ଭଳି ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରସ୍ପର ଭିତରେ କୁହାକୁହି ହୁଅନ୍ତି, ଏଥର ହୋଇଯିବ। ଆମେ ମେଳି ବାନ୍ଧୁ। ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରୁ।
ଗଣମାଧ୍ୟମ ସମ୍ମୁଖରେ ଅତ୍ୟନ୍ତ ଭାବବିହ୍ବଳ ହୋଇ କାନ୍ଦି କାନ୍ଦିି ନିଜର ଦୁଃଖକୁ ପ୍ରକାଶ କରୁଥିବା ଜଣେ ଶିକ୍ଷୟିତ୍ରୀର ଏ ହେଉଛି ହୃଦୟସ୍ପର୍ଶୀ କରୁଣ ଅଭିବ୍ୟକ୍ତି। ଅନେକେ ବିଶ୍ୱାସ କରୁ ନ ଥିବେ ଯେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସତରେ ଏମିତି ଦୀର୍ଘ ବର୍ଷ ଧରି ଦରମା ମିଳେନାହିଁ ବୋଲି। ଏହାର ସତ୍ୟାସତ୍ୟ ଜାଣିବାକୁ ହେଲେ ଆମ ରାଜ୍ୟର ବିଧାନସଭା ସମ୍ମୁଖରେ ଥିବା ଗାନ୍ଧୀ ମାର୍ଗକୁ ଯିବାକୁ ପଡ଼ିବ; ଯେଉଁଠି ବର୍ଷ ତମାମ ବିଭିନ୍ନ ସଂଗଠନ ତରଫରୁ ବିଭିନ୍ନ ତରିକାରେ ଆନ୍ଦୋଳନ ହୁଏ, ଲୋକେ ମଜାରେ ଏହି ମାର୍ଗକୁ ଆନ୍ଦୋଳନ ମାର୍ଗ ବୋଲି କହିବା ଆରମ୍ଭ କଲେଣି। ଏହା ମଧ୍ୟ ସତ୍ୟ ଯେ ଯେତେ ସଂଘ ସେଠାରେ ଆନ୍ଦୋଳନ କରନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶିକ୍ଷକ ସଂଗଠନ। ରାଜ୍ୟରେ କେତେ ଜାତିର ଶିକ୍ଷକ ଅଛନ୍ତି ଏଇ ଗାନ୍ଧୀ ମାର୍ଗକୁ ଗଲେ ଜାଣି ହେବ। କିଏ ବିନା ଦରମାରେ ଶିକ୍ଷାଦାନ କରୁଛି, ଏଣୁ ଅନୁଦାନ ପାଇଁ ରାଜରାସ୍ତାରେ। କାହାର ଚାକିରି ସର୍ତ୍ତାବଳୀ ନାହିଁ, ତେଣୁ ସେ ଧାରଣାରେ ବସିଛି। କାହାର ଅବସର ପରେ ପେନ୍‌ସନ ନାହିଁ, ସେ ବିକ୍ଷୋଭ ପ୍ରଦର୍ଶନ କରୁଛି। କାହାକୁ ବରିଷ୍ଠତା ପ୍ରଦାନ କରାଯାଉ ନାହିଁ, କାହାର ପଦୋନ୍ନତି ନାହିଁ କାହାର ବାର୍ଷିକ ଦରମା ବୃଦ୍ଧି ହେଉନାହିଁ, କେଉଁଠି କ୍ୟାଡର ରୁଲ୍‌ରେ, ଗ୍ରେଡପେ କ୍ଷେତ୍ରରେ ଅସଙ୍ଗତି ରହିଛି। ତେଣୁ ସେମାନେ ଆନ୍ଦୋଳନକୁ ଶେଷ ଅସ୍ତ୍ର ଭାବରେ ବାଛି ନେଇଛନ୍ତି। ସମାନ କାମ କିନ୍ତୁ ଦରମାରେ ତାରତମ୍ୟ, ଶିକ୍ଷାଗତ ଯୋଗ୍ୟତା ସମାନ କିନ୍ତୁ ପାତର ଅନ୍ତର। ଏହି ସମସ୍ତ ସମସ୍ୟାକୁ ନେଇ ଶିକ୍ଷକମାନେ ବର୍ଷରେ ଏକାଧିକବାର ଶ୍ରେଣୀ କକ୍ଷ ଛାଡ଼ି ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଥିବା ଦୃଷ୍ଟିଗୋଚର ହୁଏ।
ସମ୍ବେଦନଶୀଳ କଥା ହେଉଛି ଶିକ୍ଷକଙ୍କୁ ଶିକ୍ଷାଦାନରେ ନିୟୋଜିତ କରିବା ଅଥଚ ଦରମା ଦେବେ ନାହିଁ। ଖୁଲମଖୋଲା ମାନବାଧିକାରର ଉଲ୍ଲଂଘନ। ବିଦ୍ୟାଳୟ ଖୋଲିବାକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ତପତ୍ର ଅନୁମତି, ସମସ୍ତ ଗର୍ଭ ପୂରଣ କଲାପରେ ସ୍ବୀକୃତି ଦିଆଯାଉଛି କିନ୍ତୁ ଅବଦାନ ଦେବା କ୍ଷେତ୍ରରେ ଯେଉଁ ନିୟମ ଅଛି ତାକୁ ପାଳନ କରାଯାଉ ନାହିଁ। ଆମ ରାଜ୍ୟରେ ଯେତେ ଉଚ୍ଚ ପ୍ରାଥମିକ (ପୂର୍ବର ନାମ ମଧ୍ୟ ଇଂଲିଶ) ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅଛି ଏମାନଙ୍କ ମଧ୍ୟରୁ ନବେ ପ୍ରତିଶତ ଶିକ୍ଷାନୁଷ୍ଠାନ ଲୋକମାନଙ୍କ ଦ୍ୱାରା ପ୍ରତିଷ୍ଠିତ। ଏହା ପଛରେ ଖୋଦ୍‌ ସରକାରଙ୍କର ପ୍ରୋତ୍ସାହନ ଥିଲା। ସ୍ବାଧୀନତା ପରେ ଓଡ଼ିଶା ସରକାର ଅନୁଭବ କରିଥିଲେ ଯେ ରାଜ୍ୟରେ ଯେଉଁ ସୀମିତ ସଂଖ୍ୟକ ଶିକ୍ଷାନୁଷ୍ଠାନ ଅଛି ସେମାନଙ୍କ ଦ୍ୱାରା ରାଜ୍ୟରେ ଶିକ୍ଷାର ପ୍ରସାର ସମ୍ଭବ ନୁହେଁ ଏବଂ ରାଜ୍ୟର ଆର୍ଥିକ ସ୍ଥିତି ଯାହା ସେଥିରେ ସରକାର ନିଜେ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଖୋଲିବା ମଧ୍ୟ ଅବସ୍ଥାରେ ନାହିଁ। ଏଣୁ ସରକାର ଜନସାଧାରଣଙ୍କ ସାହାଯ୍ୟ ଲୋଡ଼ିଥିଲେ। ଅବଶ୍ୟ ପର୍ଯ୍ୟାୟକ୍ରମେ ସରକାର ଜନସାଧାରଣଙ୍କ ଦ୍ୱାରା ସ୍ଥାପିତ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀଙ୍କୁ ଅନୁଦାନ ଦେଇଛନ୍ତି ଏବଂ ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଗ୍ରହଣ କରି ସମସ୍ତ ସୁବିଧା ସୁଯୋଗ ଦେଇଛନ୍ତି। କିନ୍ତୁ ୧୯୯୫ଠାରୁ ଏଥିରେ ଅନିୟମିତତା ଦେଖିବାକୁ ମିଳୁଛି। କିଏ କେତେ ବର୍ଷ ପରେ ଅନୁଦାନ ପାଉଛି ତା’ର କିଛି ଠିକ୍‌ ଠିକଣା ନାହିଁ। ପନ୍ଦରରୁ କୋଡ଼ିଏ ବର୍ଷ ଆଦୌ ଦରମା ନ ପାଇ ଶିକ୍ଷାଦାନ କଲା ପରେ କାହାର ବା ମାନସିକ ସ୍ଥିତି ଭଲ ରହିବ? ସବୁ ହାରି ଗୁହାରି ବ୍ୟର୍ଥ ହେବା ପରେ ଆନ୍ଦୋଳନ ଛଡ଼ା ଶିକ୍ଷକମାନଙ୍କ ନିକଟରେ ଆଉ ବିକଳ୍ପ ବା କ’ଣ?
୨୦୧୫ ମସିହା ପରଠାରୁ ସରକାର ଅନୁଦାନ ଦେବା କ୍ଷେତ୍ରରେ ଗଣ୍ଠି ପକାଇ ରଖିଛନ୍ତି। ତେବେ ଯେଉଁ ବିଦ୍ୟାଳୟଗୁଡ଼ିକ ସରକାରୀ ନିୟମ ଆଧାରରେ ଯୋଗ୍ୟ ବିବେଚିତ ହେଲେ, ବିଭାଗ ସେମାନଙ୍କର କାଗଜ ପତ୍ରକୁ କାହିଁକି ବାରମ୍ବାର ଯାଞ୍ଚ କରୁଥିଲେ ଏବଂ ଅନୁଦାନ ଦେବାକୁ ଆଶ୍ୱାସନା ଦେଉଥିଲେ ? ମୂଳରୁ ବିଦ୍ୟାଳୟ ଅନୁମତି ଦେଇ ନ ଥିଲେ ସେମାନେ ଅନ୍ୟତ୍ର ନିଜର ଜୀବିକା ଖୋଜିଥାନ୍ତେ। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଆଜି ସମସ୍ତଙ୍କ ବୟସ ପ୍ରାୟ ପଚାଶ ଟପିଲାଣି। ଏବେ ସେମାନେ କରିବେ କ’ଣ? ଯଦି ସରକାର ଏହାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚାହୁଁଛନ୍ତି ତେବେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଅନ୍ତୁ ନାହିଁ। ଯେଉଁଠି ଆବଶ୍ୟକ ସେଠାରେ ସରକାର ନିଜେ ବିଦ୍ୟାଳୟ ଖୋଲନ୍ତୁ।
ଶିକ୍ଷକମାନେ ନିଜର ଅଧିକାର ପାଇବା ପାଇଁ ଶ୍ରେଣୀ କକ୍ଷ ଛାଡ଼ି ବାରମ୍ବାର ଆନ୍ଦୋଳନ କରିବା ଆଦୌ ଶୁଭଙ୍କର ନୁହେଁ। ଅନ୍ୟପକ୍ଷରେ ମାନସିକ ଅସନ୍ତୁଳନ ଭିତରେ ଶିକ୍ଷକମାନଙ୍କୁ ରଖିଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରାଯାଇ ପାରିବ ନାହିଁ। ସେଇଥିପାଇଁ ସମସ୍ତ ବିକାଶଶୀଳ ରାଷ୍ଟ୍ରରେ ଶିକ୍ଷକଙ୍କୁ ସର୍ବାଧିକ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଫଳରେ ସେହି ଦେଶମାନଙ୍କରେ ସବୁଠାରୁ ମେଧାବୀ ଛାତ୍ରୀଛାତ୍ରମାନଙ୍କର ପ୍ରଥମ ପସନ୍ଦ ହେଉଛି ଶିକ୍ଷକ ହେବା। ଅଥଚ ଆମ ଦେଶରେ ଓଲଟା। କାରଣ ସଭିଏଁ ଧରିନେଇଛନ୍ତି ଶିକ୍ଷକର ଦୁଇଟି ଠିକଣା, ଶ୍ରେଣୀ କକ୍ଷ ନ ହେଲେ ରାଜରାସ୍ତା।
ସଭାପତି, ଓଷ୍ଟା
ମୋ:୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?