ଲାଟେରାଲ ଏଣ୍ଟ୍ରିରେ ତତ୍ପରତା

Dillip Cherian

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ରେ ଧୁମ୍‌ଧାମ୍‌ରେ ଲାଟେରାଲ ଏଣ୍ଟ୍ରି (ବିଭିନ୍ନ ଘରୋଇ ବିଭାଗର ବିଶେଷଜ୍ଞମାନଙ୍କୁ ସରକାରୀ ବିଭାଗରେ ଅପସ୍ଥାପିତ କରିବା ପ୍ରକ୍ରିୟା) ଆରମ୍ଭ କରିଥିଲେ। ପ୍ରଥମରୁ ଏହା ଉପରେ ଭଲ ପ୍ରତିକ୍ରିୟା ଆସିଥିଲା ଏବଂ ତାହା କିଛିଦିନ ପରେ ଥମିଗଲା। କିନ୍ତୁ ବର୍ତ୍ତମାନ ମୋଦିଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳ ଶେଷ ହୋଇ ଆସୁଥିବାବେଳେ ଲାଟେରାଲ ଏଣ୍ଟ୍ରି ପ୍ରତ୍ୟାବର୍ତ୍ତନ କରିଛି। ସମ୍ପ୍ରତି ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୩ଜଣ ଯୁଗ୍ମ ସଚିବ ଏବଂ ୨୨ ଜଣ ନିର୍ଦ୍ଦେଶକ / ଉପ ସଚିବଙ୍କ ନିଯୁକ୍ତିକୁ ସବୁଜ ସଙ୍କେତ ଦେଇଛି। ପାରମ୍ପରିକ ଭାବେ ଏହି ପଦବୀଗୁଡ଼ିକରେ ଆଇଏଏସ୍‌ , ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ଗ୍ରୁପ୍‌-ଏ ସେବା ଅଧିକାରୀମାନେ ନିଯୁକ୍ତ ହୋଇଥାନ୍ତି । କିନ୍ତୁ ଲାଟେରାଲ ଏଣ୍ଟ୍ରି ଯୋଗୁ ସେହି ପରମ୍ପରା ଆଉ ନାହିଁ। ଏହି ଯୋଜନା ଆରମ୍ଭ ହେଲାବେଳେ କାର୍ମିକ ମନ୍ତ୍ରଣାଳୟ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ତତ୍ତ୍ୱାବଧାନରେ ୧୦ ଅଧିକାରୀଙ୍କୁ ଆଣି ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେଇଥିଲା । ପରେ ୨୦୨୧ରେ ୟୁପିଏସ୍‌ସି ବିଭିନ୍ନ ବିଭାଗରେ ଯୁଗ୍ମସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ନିଯୁକ୍ତି ପାଇଁ ୩୧ ପ୍ରାର୍ଥୀଙ୍କୁ ସୁପାରିସ କରିଥିଲା। ଆଜି ପର୍ଯ୍ୟନ୍ତ ୮ ଯୁଗ୍ମ ସଚିବ, ୧୬ ନିର୍ଦ୍ଦେଶକ ଏବଂ ୯ ଉପ ସଚିବଙ୍କ ସମେତ ୩୩ ଜଣ ବେସରକାରୀ କ୍ଷେତ୍ରର ବିଶେଷଜ୍ଞ ସରକାରରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦୁଇ ଯୁଗ୍ମ ସଚିବ ସେମାନଙ୍କର ୩ ବର୍ଷର କାର୍ଯ୍ୟ ସମାପ୍ତ କରିଛନ୍ତି। ଭାରତରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ନୂତନ ପର୍ଯ୍ୟାୟ ଲାଟେରାଲ ନିଯୁକ୍ତିକୁ ନୂଆ ସରକାର ଶପଥ ଗ୍ରହଣ କରିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ମୋଦି ତାଙ୍କ ତୃତୀୟ ପାଳି ପାଇଁ ନିଶ୍ଚିତ ଥିବାରୁ ତାଙ୍କ କ୍ୟାବିନେଟ ସହକର୍ମୀ ଏବଂ ବରିଷ୍ଠ ବାବୁଙ୍କୁ ନେଇ ନିର୍ବାଚନ ପର ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଚାହଁୁଛନ୍ତି।
ନିଯୁକ୍ତି ଅଟକିଛି
ଇନ୍‌କମ୍‌ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ରେ ୧୮ ଜଣ ନ୍ୟାୟିକ ସଦସ୍ୟ ଏବଂ ୨୨ ଜଣ ଆକାଉଣ୍ଟାଣ୍ଟଙ୍କ ନିଯୁକ୍ତି ଉପରେ କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ମୋହର ମାରିବା ସତ୍ତ୍ୱେ ଏମାନେ ଆଇନ ମନ୍ତ୍ରଣାଳୟର ଔପଚାରିକ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଔପଚାରିକ ନିର୍ଦ୍ଦେଶ ପ୍ରଦାନରେ ଅହେତୁକ ବିଳମ୍ବକୁ ଏନ୍‌ସିଏଲ୍‌ଟି, ସିଇଏସ୍‌ଏଟି ଏବଂ ସିଏଟି ଭଳି ଟ୍ରିବ୍ୟୁନାଲରେ ଦ୍ରୁତ ନିଯୁକ୍ତି ପଦକ୍ଷେପ ସହିତ ତୁଳନା କଲେ ଦେଖାଯାଏ ଯେ, ସେଗୁଡ଼ିକରେ ସଦସ୍ୟମାନେ ଗତ ବର୍ଷ ନଭେମ୍ବରରେ ଏସିସି ବିଜ୍ଞପ୍ତିର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ନିର୍ଦ୍ଦେଶ ଗ୍ରହଣ କରିଥିଲେ। କିନ୍ତୁ ଆଇଟିଏଟି ସଦସ୍ୟଙ୍କ ପାଇଁ ସ୍ଥିତି ଭିନ୍ନ ମନେହୁଏ. ଯେଉଁଥିରେ ସେମାନେ ଅନିଶ୍ଚିତତା ଅବସ୍ଥାରେ ରହନ୍ତି। କେତେକ ଅନୁମାନ କରନ୍ତିି ଯେ, ୪୦ ଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ନିଯୁକ୍ତି ପତ୍ର ଚୂଡ଼ାନ୍ତ ହେବାକୁ ଥିବାରୁ ଏଭଳି ବିଳମ୍ବ ଘଟୁଛି। ଏମାନଙ୍କୁ କେତେଦିନ ଅପେକ୍ଷା କରିବାକୁ ହେବ ତାହା କହିହେବନି ବୋଲି ଆଉ କେତେକେ କୁହନ୍ତି। ନିଯୁକ୍ତି ପାଇବାକୁ ଥିବା ୪୦ ଜଣଙ୍କର ୪ ବର୍ଷର କାର୍ଯ୍ୟକାଳ ରହିବ କିମ୍ବା ସେମାନେ ୬୭ ବର୍ଷ ବୟସ ହେବା ପର୍ଯ୍ୟନ୍ତ ପଦବୀରେ ରହିବେ। ଏହି ବିଳମ୍ବ କେବଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁନାହିଁ, ବରଂ ଏକ ଯାଞ୍ଚ ଆବଶ୍ୟକ କରୁଛି। ଏହା ମଧ୍ୟ ଆଇନ ମନ୍ତ୍ରଣାଳୟର ବାବୁଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି। ସମ୍ଭବତଃ, ସେମାନେ ଆଇଟିଏଟି ପରି ଏକ ଅନୁଷ୍ଠାନର କାର୍ଯ୍ୟକୁ ସୁନିଶ୍ଚିତ କରିବା ବଦଳରେ ଅଧିକ ଜରୁରୀ ବିଷୟଗୁଡ଼ିକ ଉପରେ ଗଭୀର ବିଚାର କରୁଛନ୍ତି।
ଡିସି ପରିବର୍ତ୍ତନ
ନିକଟରେ ରାଜସ୍ଥାନରେ ଡିଭିଜନାଲ କମିଶନର(ଡିସି) ଏବଂ ଜିଲାପାଳଙ୍କ ବଦଳି ଘଟଣାର ଅନେକ ଉଲ୍ଲେଖନୀୟ ବିଷୟକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି। ରାଜସ୍ଥାନରେ ସରକାର ପରିବର୍ତ୍ତନ ହୋଇଥିବା ସତ୍ତ୍ୱେ ବିଭିନ୍ନ ଡିଭିଜନରେ ପୂର୍ବର ଅଶୋକ ଗେହଲଟଙ୍କ ସରକାର ସମୟରେ ନିଯୁକ୍ତ ହୋଇଥିବା ଅଧିକାଂଶ ଡିଭିଜନାଲ କମିଶନର ସେମାନଙ୍କ ପଦବୀରେ ଏବେ ବି ରହିଛନ୍ତି। କେବଳ ଜଣେ ଅର୍ଥାତ୍‌ ମହେଶ ଚାନ୍ଦ ଶର୍ମାଙ୍କୁ ଆଜମେରର ଡିଭିଜନାଲ କମିଶନର ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖନୀୟ ଯେ କୋଟା, ପାଲି ଓ ବିକାନେର ଡିଭିଜନରେ କମିଶନରଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କମିଶନର ପ୍ରତିଭା ସିଂ, ବନ୍ଦନା ସିଂ ଏବଂ ଊର୍ମିଳା ରାଜୋରିଆଙ୍କୁ ବଦଳି କରାଯିବାର କାରଣ ଅସ୍ପଷ୍ଟ ରହିଛି। ଜୟପୁରରୁ ଆରୁଷୀ ମୈକ ଏବଂ ଭନ୍‌ସ୍ବରାରୁ ନୀରଜ କେ.ପୱନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ବିଷୟରେ ଆଲୋଚନା ହୋଇଥିବାବେଳେ କେବଳ ଏହି ୩ ଜଣ ଡିସିଙ୍କୁ କାହିଁକି ଚୟନ କରାଯାଇ ବଦଳି କରାଯାଇଥିଲା। କେବଳ ଏହି ଦୁଇ ଡିସି ମୈକ ଓ ପଓ୍ବନ ସିଧାସଳଖ ଆଇଏଏସ୍‌ ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି । ଅବଶିଷ୍ଟ ୭ ଡିସି ପ୍ରମୋଟି ଆଇଏଏସ୍‌ । ସେହିଭଳି ଭଜନଲାଲ ଶର୍ମା ସରକାର ଜୟପୁର, ଉଦୟପୁର ଏବଂ ଆଜମେର ବ୍ୟତୀତ ପ୍ରାୟ ଅନ୍ୟ ସବୁ ଜିଲାରେ ଜିଲାପାଳଙ୍କୁ ଅଦଳବଦଳ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଜିଲାଗୁଡ଼ିକ ମଧ୍ୟ ଡିଭିଜନାଲ ହେଡ୍‌କ୍ୱାର୍ଟର ଭାବେ କାର୍ଯ୍ୟ କରନ୍ତି ।
ଅନ୍ୟ ଜିଲାରେ ପରିବର୍ତ୍ତନ କରାଯାଇଥିବା ସତ୍ତ୍ୱେ ପ୍ରକାଶ ରାଜପୁରୋହିତ, ଅରବିନ୍ଦ ପୋସ୍‌ୱାଲ ଏବଂ ଭାରତୀ ଦୀକ୍ଷିତଙ୍କ ପରି ଜିଳାପାଳଙ୍କୁ ରଖିବା ନିଷ୍ପତ୍ତି ସେମାନଙ୍କ ଅଭିଜ୍ଞତା ଏବଂ କାର୍ଯ୍ୟଦକ୍ଷତା ଉପରେ ଆଧାରିତ ବୋଲି ମନେହୁଏ। ସାମଗ୍ରିକ ଭାବରେ ଏହି ବଦଳିଗୁଡ଼ିକ ଉଭୟ ନିରନ୍ତରତା ଏବଂ ପରିବର୍ତ୍ତନକୁ ସୂଚିତ କରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?