ଶ୍ରୀଜୀଉଙ୍କ ଦର୍ଶନ ପୂର୍ବରୁ ଫର୍ମ ପୂରଣ କରିବେ ଶ୍ରଦ୍ଧାଳୁ: ଥଣ୍ଡାଜ୍ୱର ଥିଲେ ନ ଆସିବାକୁ ପରାମର୍ଶ, ସ୍ପର୍ଶ ବାରଣ

ପୁରୀ ଅଫିସ,୧୫।୩: କରୋନା ସତର୍କତାକୁ ନେଇ ରବିବାର ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ବୈଠକ ବସିଛି। ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିବାକୁ ପଡିବା ନେଇ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ, ନିର୍ଦ୍ଧାରିତ ଫର୍ମରେ ନିଜ ବିଷୟରେ ସମସ୍ତ ତଥ୍ୟ ଦେବାକୁ ଶ୍ରଦ୍ଧାଳୁଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ନିଜେ କିମ୍ବା ପରିବାରର କେହି ବିଦେଶରୁ ଫେରିଥିଲେ ଉକ୍ତ ଫର୍ମରେ ସ୍ପଷ୍ଟ କରିବାକୁ କୁହାଯାଇଛି। ତେବେ ଶ୍ରୀମନ୍ଦିର ବାହାରେ ଦୁଇଦିନ ମଧ୍ୟରେ ୨ଟି ହେଲ୍ପ ଡେସ୍କ କାର୍ଯ୍ୟକରିବ। ଯେଉଁଠାରେ ଏହି ଫର୍ମ ଯୋଗାଇ ଦିଆଯିବ। ଏହା ସହ କରୋନା ସଂକ୍ରମଣ ଲାଗି ଶ୍ରୀମନ୍ଦିରରେ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା ଲାଗୁ ହୋଇଛି। ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଦୁଇ ଭକ୍ତଙ୍କ ମଧ୍ୟରେ ୨ ମିଟରର ବ୍ୟବଧାନ ରହିବ। ଶ୍ରଦ୍ଧାଳୁ ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ। ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ଏବଂ କୌଣସି ଦେବଦେବୀ କିମ୍ବା କୌଣସି ପଦାର୍ଥ ଓ ବସ୍ତୁକୁ ଛୁଇଁବାକୁ ବାରଣ କରାଯାଇଛି। ଏହା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମନ୍ଦିର କର୍ମଚାରୀ, ପୋଲିସ, ଜେପିଜି, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ଅଧିକାରୀ ଯେଉଁମାନେ ମନ୍ଦିର କାର୍ଯ୍ୟରେ ସମ୍ପୃକ୍ତ ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଥିବା ବେଳେ ସେବାୟତଙ୍କ ଲାଗି ଏହା ଇଚ୍ଛାଧୀନ କରାଯାଇଛି। ଆନନ୍ଦବଜାରରେ ଖାଇବା ଲାଗି ବସିବା ସମୟରେ ବ୍ୟବଧାନ ରଖିବାକୁ କୁହାଯାଇଛି। ଏହା ସହ ଅବଢ଼ା ଘରକୁ ନେଇ ଖାଇବାକୁ ପରାମର୍ଶ ଦିଆଯାଇଛି। ୪ ଦ୍ୱାରରେ ହାତ ଧୋଇବା ଲାଗି ବ୍ୟବସ୍ଥା କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri