Posted inଫୁରସତ

ଶୀଘ୍ର ତରଳୁଛି ପାଣି ତଳେ ଥିବା ଗ୍ଲାସିୟର

ଗ୍ରୀନ୍‌ଲାଣ୍ଡ,ଆଲାସ୍କା ଓ ଆଣ୍ଟାର୍କଟିକାରେ ଭାସମାନ ବିରାଟକାୟ ଗ୍ଲାସିୟର ଏବେ ଦ୍ରୁ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଫଳରେ ସମୁଦ୍ର ପତ୍ତନ ବି ବୃଦ୍ଧି ପାଇବ ବୋଲି ର୍ୟୁଟଗର୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏସମ୍ପର୍କିତ ତଥ୍ୟ ସାଇନ୍ସ ଜର୍ନାଲରେ ପ୍ରକାଶ ପାଇଛି। ଗବେଷକମାନେ ପାଣି ଭିତରେ ରହିଥିବା ଗ୍ଲାସିୟରର ଅଂଶକୁ ସୋନାର ଟେକ୍‌ନିକ ମାଧ୍ୟମରେ ସ୍କାନ୍‌ କରିଥିଲେ । ପାଣି ଉପରେ ରାଡାର ଦ୍ୱାରା ଗ୍ଲାସିୟରର ବେଗକୁ ମଧ୍ୟ ମାପ କରିଥିଲେ । ଏହାବାଦ ଟାଇମ୍‌ଲାପ୍ସ ଫଟୋଗ୍ରାଫି ମାଧ୍ୟମରେ ପାଣି ତଳେ ଗ୍ଲାସିୟରରୁ ଖଣ୍ଡ ବିଖଣ୍ଡିତ ହେଉଥିବା ବରଫ ଖଣ୍ଡକୁ ଠାବ କରାଯାଇଥିଲା। ଓ୍ବେଦର ଷ୍ଟେଶନର ତଥ୍ୟକୁ ବି ବିଶ୍ଳେଷଣ କରାଯାଇ ଏହାର ପୃଷ୍ଠଭାଗରେ ଥିବା ବରଫ କେତେ ତରଳୁଛି ତାହାକୁ ୨୦୧୬-୨୦୧୮ ମଧ୍ୟରେ ଅନୁଧ୍ୟାନ କରାଯାଇଥିଲା । ଏହାପରେ ଦେଖାଯାଇଥିଲା ଯେ ପାଣି ତଳେ ଥିବା ବରଫ ପୂର୍ବାପେକ୍ଷା ଶୀଘ୍ର ତରଳୁଛି ଓ କେତେକ କ୍ଷେତ୍ରରେ ଏହା ୧୦୦ ଗୁଣ ଅଧିକ ବେଗରେ ତରଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri