ଶିକ୍ଷକ ଅଭାବ, ଶିକ୍ଷାଦାନରେ ଅବ୍ୟବସ୍ଥା; ଗୋଟିଏ ଶ୍ରେଣୀଗୃହରେ ୩ ଗୁଣା ପିଲା

ଅନୁଗୋଳ ଅଫିସ, ୨୯।୭: ଅନୁଗୋଳ ଜିଲାରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଏହି ସମସ୍ୟା ଏବେ ପୂରା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବାକୁ ବସିଛି। ଏପରି କି ଅନେକ ସ୍କୁଲର ଗୋଟିଏ ଲେଖାଏ ଶ୍ରେଣୀ କକ୍ଷରେ ଧାର୍ଯ୍ୟଠାରୁ ୩ରୁ ୪ ଗୁଣା ଛାତ୍ରୀଛାତ୍ର ବସି ପଢ଼ିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଏତେ ସଂଖ୍ୟାରେ ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସୁଥିବାରୁ ସେମାନେ କିପରି ଶିକ୍ଷାଲାଭ କରୁଥିବେ ତାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ ଶିକ୍ଷାରେ ଏପରି ଅବ୍ୟବସ୍ଥା ନେଇ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି ସହ ସେକସନ୍‌ କରିବା ପାଇଁ ଦାବି କରିଛନ୍ତି।
ଅନୁଗୋଳ ସହର ଓ ଉପକଣ୍ଠରେ ଥିବା ଅନେକ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ନଜରକୁ ଆସିଛି। ସହର ଛାତି ଉପରେ ଥିବା ପିଟିସି ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଆବଶ୍ୟକ ଶିକ୍ଷକ ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏଠାରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୨୬ ଛାତ୍ରୀଛାତ୍ରୀ ଗୋଟିଏ କୋଠରିରେ ବସିଛନ୍ତି। ଫଳରେ ଶୈକ୍ଷିକ ବାତାବରଣ ଖରାପ ହେଉଥିବା ଅଭିଯୋଗ ହେଉଛି। କେବଳ ଏହି ଗୋଟିଏ ସ୍କୁଲ ନୁହେଁ, ସହର ଉପକଣ୍ଠ ବଡ଼କେରା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଗୋଟିଏ କ୍ଲାସରୁମ୍‌ରେ ୧୬୧, ପୁରୁଣାଗଡ଼ ଉଚ୍ଚ ବିଦ୍ୟାଳୟରେ ୧୩୫, କୁମୁରିସିଂହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୧୪୫ ଛାତ୍ରୀଛାତ୍ର ଗୋଟିଏ ଲେଖାଏ ଶ୍ରେଣୀଗୃହରେ ବସି ପାଠପଢ଼ୁଛନ୍ତି। ଜିଲା ଶିକ୍ଷା ପ୍ରଶାସନ ନିକଟରେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ। ଗୋଟିଏ ଶ୍ରେଣୀ ଗୃହରେ ୪୦ ଛାତ୍ରୀଛାତ୍ର ଅଧ୍ୟୟନ କରିପାରିବେ ବୋଲି ନିୟମ କରିଥିଲେ ମଧ୍ୟ ଏସବୁ ସ୍କୁଲଗୁଡ଼ିକରେ ଏହାର ୩ରୁ ୪ ଗୁଣା ପିଲା ବସିବା ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏପରି କ୍ଷେତ୍ରରେ ଅଧିକ ସେକସନ୍‌ କରାଯିବା ପାଇଁ ନିୟମ ରହିଛି। କିନ୍ତୁ ପରସ୍ଥିତିରେ ପଡ଼ି ଏତେ ସଂଖ୍ୟାରେ ଛାତ୍ରୀଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ଶିକ୍ଷକମାନେ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଶିକ୍ଷକ ଅଭାବ କାରଣରୁ ଏପରି ପରସ୍ଥିତି ଉପୁଜୁଛି। ତେବେ ସ୍ଥିତି ସୁଧାରିବାକୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?