ଶାଶୁ, ଶ୍ୱଶୁର, ଦିଅରଙ୍କ ମାଡ଼ରେ ବୋହୂ ଗୁରୁତର

ଖଲ୍ଲିକୋଟ,୨୮ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ମହେଶ୍ୱରପୁର ଗ୍ରାମରେ ବୁଧବାର ଶାଶୁ, ଶ୍ୱଶୁର ଓ ଦିଅରଙ୍କ ମାଡ଼ରେ ବୋହୁ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନଂ. ୩୪୭/୧୯ରେ ମାମଲା ରୁଜୁ କରି ଖଲ୍ଲିକୋଟ ପୋଲିସ ତଦନ୍ତ ଚଳାଇଛି। ମାଣିକପୁରର ଭରତ ଦୁହୁଡ଼ିଙ୍କ ଝିଅ ରଞ୍ଜନା ୬ ବର୍ଷ ପୂର୍ବେ ମହେଶ୍ୱରପୁର ଗଁାରେ ବୈଦିକ ରୀତିନୀତି ପ୍ରକାରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଝିଅର ବାପା ଯୌତୁକ ପ୍ରଦାନ କରିଥିଲେ। କିନ୍ତୁ କିଛିଦିନ ପରେ ଅଧିକ ଯୌତୁୁକ ଦାବି କରି ଶାଶୁ ଘର ଲୋକେ ରଞ୍ଜନାଙ୍କୁ ନିର୍ଯାତନା ଦେଉଥିଲେ। ଏଥିପାଇଁ ଦୁଇଥର ଥାନାରେ ଆସି ଏହାର ସମାଧାନ ହୋଇଥିଲା। ରଞ୍ଜନାଙ୍କ ସ୍ବାମୀ ରାଜ୍ୟ ବାହାରକୁ କାମ କରୁଛନ୍ତି। ବୁଧବାର ରଞ୍ଜନା ଘରେ କାମ କରୁଥିବା ବେଳେ କୌଣସି କାରଣରୁ ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସହ ବଚସା ହୋଇଥିଲା। ଏଥିରେ ୩ଜଣ ରାଗିଯାଇ କାଠ ଫାଳିଆରେ ରଞ୍ଜନାଙ୍କୁ ମାଡ଼ ମାରି ବାମ ହାତ ଭାଙ୍ଗି ଘରୁ ବାହାର କରି ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନାଙ୍କୁ ଖଲ୍ଲିକୋଟ ଡାକ୍ତରଖାନା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏ ନେଇ ଭରତ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଶ୍ୱଶୁର ଘର ଲୋକେ ଏହାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri