Posted inଜାତୀୟ

ଲୋକଙ୍କ ଅର୍ଥରେ ଆତ୍ମପ୍ରଚାର ମନା

ନୂଆଦିଲ୍ଲୀ, ୨୦।୧: (ଆଇଏଏନ୍‌ଏସ୍‌): ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ ରାଜକୋଷରୁ ଅର୍ଥ ଉଠାଇ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଗଠିତ ଏକ କମିଟି ପକ୍ଷରୁ ରାଜ୍ୟଗୁଡ଼ିକୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକ ନିଜସ୍ବ କଣ୍ଟେଣ୍ଟ ରେଗୁଲେଟର୍ସ (ବିଷୟବସ୍ତୁ ନିୟନ୍ତ୍ରକ) ପ୍ରତିଷ୍ଠା କରିବେ।
ଲୋକଙ୍କ ଅର୍ଥରେ ବିଜ୍ଞାପନ ଜରିଆରେ ଆମତ୍ପ୍ରଚାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ କଣ୍ଟେଣ୍ଟ ରେଗୁଲେଶନ ପ୍ୟାନେଲ ଅସନ୍ତୋଷ ବ୍ୟକ୍ତ କରିଛି। ଉକ୍ତ କମିଟି କହିଛି ଯେ, ରାଜକୋଷରୁ ଟଙ୍କା ନେଇ କୌଣସି ରାଜ୍ୟ ନିଜ ପ୍ରଚାର କରିପାରିବେ ନାହିଁ। କେଉଁ ବିଜ୍ଞାପନଗୁଡ଼ିକ ଗଣମାଧ୍ୟମକୁ ଦିଆଯିବ ଓ କେଉଁଟା ଦିଆଯିବ ନାହିଁ, ତାହା ସ୍ଥିର କରିବା ଲାଗି ରାଜ୍ୟ ସରକାର ନିଜସ୍ବ ପ୍ୟାନେଲ ଗଠନ କରିବେ। ଯେଉଁ ରାଜ୍ୟଗୁଡ଼ିକ ଏପରି କମିଟି ଗଠନ କରିବାକୁ ଆଗ୍ରହୀ ନୁହନ୍ତି, ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲର ନିର୍ଦ୍ଦେଶ ମାନି ଚଳିବେ। ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାଜପା ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବାକୁ ଯାଉଥିବାବେଳେ ଏହି ନିର୍ଦ୍ଦେଶନାମାକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। କାରଣ ଅତୀତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଲୋକଙ୍କ ଅର୍ଥରେ ଆମତ୍ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା। ସେହିପରି ପୂର୍ବର ରାଜସ୍ଥାନ ସରକାର ମଧ୍ୟ ଏଭଳି କରିଥିବା ନେଇ ଆପତ୍ତି ଉଠିଥିଲା। ତେଣୁ ରାଜ୍ୟଗୁଡ଼ିକୁ ଯଥାସମ୍ଭବ କଣ୍ଟେଣ୍ଟ ରେଗୁଲେଟର୍ସ ଗଠନ ସକାଶେ ତାଗିଦ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ତିନିଜଣିଆ ପ୍ୟାନେଲ ସୁପାରିସ କରିଛି। ରାଜ୍ୟଗୁଡ଼ିକ ପ୍ୟାନେଲ ଗଠନ କରିବାରେ ବିଫଳ ହେଲେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯିବ। ଉକ୍ତ ରିପୋର୍ଟ ଆଧାରରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ।
ସରକାରୀ ବିଜ୍ଞାପନକୁ ନେଇ ବିଷୟବସ୍ତୁ ନିୟନ୍ତ୍ରଣ କମିଟି (ସିସିଆର୍‌ଜିଏ) ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ମାଗିଥିଲା। କାରଣ ରାଜ୍ୟର ତତ୍କାଳୀନ ଭାଜପା ସରକାର ବିଭିନ୍ନ ଖବରକାଗଜରେ ଏକ ଫୁଲ୍‌ ପେଜ୍‌ ବିଜ୍ଞାପନ ଦେଇଥିଲେ। ୧୫,୧୦୦ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ପ୍ରକାଶିତ ଉକ୍ତ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଫଟୋ ରହିଥିଲା। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ୨୦୧୯ ଜାନୁୟାରୀରେ ବର୍ତ୍ତମାନର କଂଗ୍ରେସ ନେତୃତ୍ୱାଧୀନ ରାଜସ୍ଥାନ ସରକାର କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନକୁ ଅଣଦେଖା କରି ବସୁନ୍ଧରା ରାଜେ ସରକାର ଉକ୍ତ ବିଜ୍ଞାପନ ପ୍ରକାଶ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ସରକାରୀ ବିଜ୍ଞାପନ ନିୟନ୍ତ୍ରଣ ସକାଶେ କମିଟି ଗଠନ କରିବା ସଂକ୍ରାନ୍ତରେ ସିସିଆର୍‌ଜିଏକୁ କିଛି ଉତ୍ତର ଦେଇ ନ ଥିଲେ।

ଗତ ଡିସେମ୍ବର ୧୪ରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ବତ୍‌ଙ୍କ ଅଧ୍ୟକ୍ଷତାରେ ସିସିଆର୍‌ଜିଏର ବୈଠକ ବସିଥିଲା। ରାଜ୍ୟଗୁଡ଼ିକୁ ଏହି ପ୍ରସଙ୍ଗରେ ତାଗିଦ କରାଯିବ ଏବଂ କୌଣସି ରାଜ୍ୟ ଏହାକୁ ଅମାନ୍ୟ କଲେ ଅବମାନନା କାର୍ଯ୍ୟାନୁଷ୍ଠାନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପରାମର୍ଶ ଦିଆଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କେବଳ ଛତିଶଗଡ଼ ଓ ନାଗାଲାଣ୍ଡ ରାଜ୍ୟ ସରକାର ସିସିଆର୍‌ଜିଏଙ୍କ ନିର୍ଦ୍ଦେଶ ମାନିଥିବା ଜଣାପଡ଼ିଛି। ଅନ୍ୟ ରାଜ୍ୟଗୁଡ଼ିକ ବିଜ୍ଞାପନ ପ୍ରକାଶ/ପ୍ରସାରଣ ନିୟନ୍ତ୍ରଣ ସକାଶେ କମିଟି ଗଠନରେ ବିଳମ୍ବ କରୁଥିବା ନେଇ ଚଳିତ ମାସରେ ଅନୁଷ୍ଠିତ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହା ଉପରେ ତୁରନ୍ତ ଜରୁରୀ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ପରାମର୍ଶ ଦିଆଯାଇଥିଲା। ପ୍ରକାଶ ଯେ ସମସ୍ତ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନର ବିଷୟବସ୍ତୁ ନିୟନ୍ତ୍ରଣ ଉପରେ ଏକ ନୂଆ ଆଇନ ପ୍ରଣୟନ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ଆଇନ ଆସିବାରେ ବିଳମ୍ବ ହୋଇପାରେ। ତେଣୁ ସରକାରୀ ଅର୍ଥରେ ପ୍ରକାଶ ପାଉଥିବା ବିଜ୍ଞାପନର ବିଷୟବସ୍ତୁ ଯାଞ୍ଚ କରିବା ପାଇଁ କେନ୍ଦ୍ରର ତିନିଜଣିଆ କମିଟିକୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀ,୧୮।୭: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶନିବାର ଘୋଷଣା କରାଯାଇଛି। ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମାମୁଟ୍ଟି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ

ବେଙ୍ଗାଲୁରୁ,୧୮।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଅପରାହ୍ନ ୪ଟାରେ ତାଙ୍କର ହୃଦଘାତରେ…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

Sonam Wangchuk: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ କିପରି ଟଙ୍କା ରୋଜଗାର କରନ୍ତି, ବର୍ତ୍ତମାନ ତାଙ୍କର ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ, ଇଞ୍ଜିନିୟର ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri