Posted inଜାତୀୟ

ଲୋକଙ୍କ ଅର୍ଥରେ ଆତ୍ମପ୍ରଚାର ମନା

ନୂଆଦିଲ୍ଲୀ, ୨୦।୧: (ଆଇଏଏନ୍‌ଏସ୍‌): ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ ରାଜକୋଷରୁ ଅର୍ଥ ଉଠାଇ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଗଠିତ ଏକ କମିଟି ପକ୍ଷରୁ ରାଜ୍ୟଗୁଡ଼ିକୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକ ନିଜସ୍ବ କଣ୍ଟେଣ୍ଟ ରେଗୁଲେଟର୍ସ (ବିଷୟବସ୍ତୁ ନିୟନ୍ତ୍ରକ) ପ୍ରତିଷ୍ଠା କରିବେ।
ଲୋକଙ୍କ ଅର୍ଥରେ ବିଜ୍ଞାପନ ଜରିଆରେ ଆମତ୍ପ୍ରଚାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ କଣ୍ଟେଣ୍ଟ ରେଗୁଲେଶନ ପ୍ୟାନେଲ ଅସନ୍ତୋଷ ବ୍ୟକ୍ତ କରିଛି। ଉକ୍ତ କମିଟି କହିଛି ଯେ, ରାଜକୋଷରୁ ଟଙ୍କା ନେଇ କୌଣସି ରାଜ୍ୟ ନିଜ ପ୍ରଚାର କରିପାରିବେ ନାହିଁ। କେଉଁ ବିଜ୍ଞାପନଗୁଡ଼ିକ ଗଣମାଧ୍ୟମକୁ ଦିଆଯିବ ଓ କେଉଁଟା ଦିଆଯିବ ନାହିଁ, ତାହା ସ୍ଥିର କରିବା ଲାଗି ରାଜ୍ୟ ସରକାର ନିଜସ୍ବ ପ୍ୟାନେଲ ଗଠନ କରିବେ। ଯେଉଁ ରାଜ୍ୟଗୁଡ଼ିକ ଏପରି କମିଟି ଗଠନ କରିବାକୁ ଆଗ୍ରହୀ ନୁହନ୍ତି, ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲର ନିର୍ଦ୍ଦେଶ ମାନି ଚଳିବେ। ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାଜପା ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବାକୁ ଯାଉଥିବାବେଳେ ଏହି ନିର୍ଦ୍ଦେଶନାମାକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। କାରଣ ଅତୀତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଲୋକଙ୍କ ଅର୍ଥରେ ଆମତ୍ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା। ସେହିପରି ପୂର୍ବର ରାଜସ୍ଥାନ ସରକାର ମଧ୍ୟ ଏଭଳି କରିଥିବା ନେଇ ଆପତ୍ତି ଉଠିଥିଲା। ତେଣୁ ରାଜ୍ୟଗୁଡ଼ିକୁ ଯଥାସମ୍ଭବ କଣ୍ଟେଣ୍ଟ ରେଗୁଲେଟର୍ସ ଗଠନ ସକାଶେ ତାଗିଦ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ତିନିଜଣିଆ ପ୍ୟାନେଲ ସୁପାରିସ କରିଛି। ରାଜ୍ୟଗୁଡ଼ିକ ପ୍ୟାନେଲ ଗଠନ କରିବାରେ ବିଫଳ ହେଲେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯିବ। ଉକ୍ତ ରିପୋର୍ଟ ଆଧାରରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ।
ସରକାରୀ ବିଜ୍ଞାପନକୁ ନେଇ ବିଷୟବସ୍ତୁ ନିୟନ୍ତ୍ରଣ କମିଟି (ସିସିଆର୍‌ଜିଏ) ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ମାଗିଥିଲା। କାରଣ ରାଜ୍ୟର ତତ୍କାଳୀନ ଭାଜପା ସରକାର ବିଭିନ୍ନ ଖବରକାଗଜରେ ଏକ ଫୁଲ୍‌ ପେଜ୍‌ ବିଜ୍ଞାପନ ଦେଇଥିଲେ। ୧୫,୧୦୦ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ପ୍ରକାଶିତ ଉକ୍ତ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଫଟୋ ରହିଥିଲା। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ୨୦୧୯ ଜାନୁୟାରୀରେ ବର୍ତ୍ତମାନର କଂଗ୍ରେସ ନେତୃତ୍ୱାଧୀନ ରାଜସ୍ଥାନ ସରକାର କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନକୁ ଅଣଦେଖା କରି ବସୁନ୍ଧରା ରାଜେ ସରକାର ଉକ୍ତ ବିଜ୍ଞାପନ ପ୍ରକାଶ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ସରକାରୀ ବିଜ୍ଞାପନ ନିୟନ୍ତ୍ରଣ ସକାଶେ କମିଟି ଗଠନ କରିବା ସଂକ୍ରାନ୍ତରେ ସିସିଆର୍‌ଜିଏକୁ କିଛି ଉତ୍ତର ଦେଇ ନ ଥିଲେ।

ଗତ ଡିସେମ୍ବର ୧୪ରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ବତ୍‌ଙ୍କ ଅଧ୍ୟକ୍ଷତାରେ ସିସିଆର୍‌ଜିଏର ବୈଠକ ବସିଥିଲା। ରାଜ୍ୟଗୁଡ଼ିକୁ ଏହି ପ୍ରସଙ୍ଗରେ ତାଗିଦ କରାଯିବ ଏବଂ କୌଣସି ରାଜ୍ୟ ଏହାକୁ ଅମାନ୍ୟ କଲେ ଅବମାନନା କାର୍ଯ୍ୟାନୁଷ୍ଠାନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପରାମର୍ଶ ଦିଆଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କେବଳ ଛତିଶଗଡ଼ ଓ ନାଗାଲାଣ୍ଡ ରାଜ୍ୟ ସରକାର ସିସିଆର୍‌ଜିଏଙ୍କ ନିର୍ଦ୍ଦେଶ ମାନିଥିବା ଜଣାପଡ଼ିଛି। ଅନ୍ୟ ରାଜ୍ୟଗୁଡ଼ିକ ବିଜ୍ଞାପନ ପ୍ରକାଶ/ପ୍ରସାରଣ ନିୟନ୍ତ୍ରଣ ସକାଶେ କମିଟି ଗଠନରେ ବିଳମ୍ବ କରୁଥିବା ନେଇ ଚଳିତ ମାସରେ ଅନୁଷ୍ଠିତ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହା ଉପରେ ତୁରନ୍ତ ଜରୁରୀ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ପରାମର୍ଶ ଦିଆଯାଇଥିଲା। ପ୍ରକାଶ ଯେ ସମସ୍ତ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନର ବିଷୟବସ୍ତୁ ନିୟନ୍ତ୍ରଣ ଉପରେ ଏକ ନୂଆ ଆଇନ ପ୍ରଣୟନ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ଆଇନ ଆସିବାରେ ବିଳମ୍ବ ହୋଇପାରେ। ତେଣୁ ସରକାରୀ ଅର୍ଥରେ ପ୍ରକାଶ ପାଉଥିବା ବିଜ୍ଞାପନର ବିଷୟବସ୍ତୁ ଯାଞ୍ଚ କରିବା ପାଇଁ କେନ୍ଦ୍ରର ତିନିଜଣିଆ କମିଟିକୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?