ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌ ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଏକୁଟିଆ ରହୁଥିବା ପରିବାର ସଦସ୍ୟ ଅଧିକ ବିସାଦ ଗ୍ରସ୍ତ ହୋଇପଡ଼ିଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଇଆଇଏମ୍‌ ଇନ୍ଦୋରରେ ହୋଇଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, କରୋନା ସଙ୍କଟ ସମୟରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା ସୃଷ୍ଟି ହୋଇଛି। ଯୌଥ ପରିବାରରେ ସଦସ୍ୟମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ଯୋଗୁ ସେମାନେ ଅବସାଦ ମୁକ୍ତ ରହିଛନ୍ତି। ଲକ୍‌ଡାଉନ୍‌ ସମୟରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ହୋଇଛି। ଫଳରେ ଦେଶରେ ପ୍ରତିଦିନ ୧୫ରୁ ୧୮ ହଜାର ଟିବି ଡାଟା ବ୍ୟବହୃତ ହୋଇଥିବା ରିପୋର୍ଟରେ କୁହାଯାଇଛି। ସର୍ବାଧିକ ଲୋକ ୟୁଟ୍ୟୁବ୍‌ ଏବଂ ଓ୍ବେବ୍‌ ସିରିଜ୍‌ ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରିଛନ୍ତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାର ଲକ୍‌ଡାଉନ୍‌ରେ ଦୁଇଗୁଣା ବଢ଼ିଛି। ରାଜସ୍ଥାନରେ ସବସ୍କ୍ରାଇବରଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ପାଇଛି। ଲୋକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଏବଂ ଭର୍ଚୁଆଲ୍‌ ମିଟିଂରେ ଇଣ୍ଟରନେଟ୍‌ ବ୍ୟବହାର କରିଛନ୍ତି। ଏଥିପାଇଁ ୫୦-୬୦ ପ୍ରତିଶତ ବ୍ରୋଡବ୍ୟାଣ୍ଡ ବ୍ୟବହାର କରିଥିବାବେଳେ ୪୦ ପ୍ରତିଶତ ମୋବାଇଲ୍‌ ଇଣ୍ଟରନେଟ୍‌କୁ ପ୍ରାଥମିକତା ଦେଇଛନ୍ତି। ଲକ୍‌ଡାଉନ୍‌ରେ ଦେଶରେ ଅନ୍‌ଲାଇନ୍‌ ଶିକ୍ଷା ବଜାର ୧୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହି କ୍ଷେତ୍ରରେ ୯୫ ଲକ୍ଷ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ାରେ ଯୋଗ ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଇନ୍ଦୋର ଆଇଆଇଏମ୍‌ର ପ୍ରଫେସର ଯତିନ୍‌ ପାଣ୍ଡେ ଏବଂ କଲୋନେଲ୍‌ ଗୁରୁରାଜ ଗୋପିନାଥ ପାମିଡ଼ିଙ୍କ ଦ୍ୱାରା ଏହି ସର୍ଭେ ସମ୍ପନ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?