ଲକ୍‌ଡାଉନ ଉଲ୍ଲଂଘନ କରି ୪୯ ଜଣ ଗିରଫ

ବାରିପଦା ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଗୁରୁବାର ଲକଡାଉନର ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଜିଲାର ବିଭିନ୍ନ ଥାନାରେ କଟକଣା ଉଂଲ୍ଲଘନକାରୀଙ୍କ ନାମରେ ୨୪ଟି ମାମଲା ରୁଜୁ କରାଯାଇଥିଲା ବେଳେ ୪୯ ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ୩୨ଟି ଗାଡ଼ିକୁ ଜବତ କରାଯିବା ସହିତ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ବୁଧବାର ଲକଡାଉନର ପ୍ରଥମ ଦିନରେ ୩୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୪୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେହିଭଳି ୩୫ଟି ବାଇକ୍‌କୁ ଜବତ କରିଥିଲା। ୬ଟି ପାଟ୍ରୋଲିଂ ଗାଡ଼ି ବାରିପଦା ସହରର ବିଭିନ୍ନ ଗଳିକନ୍ଦିରେ ବୁଲି ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଉଛନ୍ତି। ସେହଭିଳି ସହରର ୮ଟି ଛକରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri