Posted inଖେଳ

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨ ବଲରୁ ୭ ଚୌକା ଓ ୫ ଛକା ସହାୟତାରେ ୧୦୪ ରନର ଶତକୀୟ ଇନିଂସ ଖେଳିଥିଲେ ରୋହିତ। ଚଳିତ ବିଶ୍ୱକପ୍‌ରେ ଏହାଥିଲା ତାଙ୍କର ଚତୁର୍ଥ ଶତକ। ଏଥିସହିତ ସେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗକାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ୪ଟି ଶତକ ଅର୍ଜନ କରିଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍‌ରେ ୩ଟି ଶତକ ହାସଲ କରିଥିଲେ। ସେ କ୍ୟାରିୟରରେ ୨୬ତମ ଦିନିକିଆ ଶତକ ଅର୍ଜନ କରିବା ସହିତ ମୋଟ ଉପରେ ୫୪୪ ରନ ସଂଗହ କରି ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ସେ ଏହି କ୍ରମରେ ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କୁ (୫୧୬)ଙ୍କୁ ପଛରେ ପକାଇଛନ୍ତି। ସୌଭାଗ୍ୟବଶତଃ ୯ ରନ କରିଥିବାବେଳେ ଜୀବନଦାନ ପାଇଥିବା ରୋହିତ ଏହାର ପୂରାପୁରି ଫାଇଦା ଉଠାଇଥିଲେ। ଶତକ ହାସଲ କରିବାପରେ ସେ ସୌମ୍ୟ ସରକାରଙ୍କ ବଲ୍‌କୁ ଏକ୍ସଟ୍ରା କଭର ଉପରେ ମାରବାକୁ ଯାଇ ଲିଟନ ଦାସଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ। ବିଶ୍ୱକପ୍‌ ଇତିହାସରେ ରୋହିତ ଓ ଲୋକେଶ ରାହୁଲ ଓପନିଂ ଯୋଡିରେ ୧୮୦ ରନ କରି ଭାରତୀୟ ଦୃଷ୍ଟିକୋଣରୁ ସର୍ବାଧିକ ପାର୍ଟନଶିପ୍‌ କରି ରେକର୍ଡ କରିଛନ୍ତି।
କ୍ରମାଗତ ଶତକ ହାସଲ କରି ୩୨ ବର୍ଷୀୟ ରୋହିତ ଶର୍ମା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ପୂର୍ବରୁ ସଚିନ ୧୯୯୬ ଓ ୨୦୦୩ ବଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ମୋଟ ଉପରେ ରୋହିତ ପଞ୍ଚମ ବିଶ୍ୱକପ୍‌ ଶତକ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୧୫ରେ ସେ ଗୋଟିଏ ଶତକ ହାସଲ କରିଥିଲେ। ଗତ ୭ଟି ମ୍ୟାଚ୍‌ରେ ୪ଟି ଶତକ ହାସଲ କରି ରୋହିତ ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନର ଶତକୀୟ ଇନିଂସ ଖେଳିଥିଲେ। ଏହାପରେ ପାକିସ୍ତାନ ବିପକ୍ଷରେ ୧୪୦, ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୦୨ ରନ କରିଥିଲେ। ରୋହିତ ଓ ସାଙ୍ଗକାରା ଗୋଟିଏ ବିଶ୍ୱକପ୍‌ରେ ୪ଟି ଲେଖାଏ ଶତକ ହାସଲକରି ଥିବାବେଳେ ଅଷ୍ଟ୍ରେଲିଆର ମାର୍କ ଓ୍ବ (୧୯୯୬), ଭାରତ ସୌରଭ ଗାଙ୍ଗୁଲି (୨୦୦୩) ଓ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ (୨୦୦୭) ଗୋଟିଏ ବିଶ୍ୱକପ୍‌ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପ୍‌ରେ ରୋହିତ ଓ ଓ୍ବାର୍ନରଙ୍କୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ୫୦୪ ରନ କରି ସର୍ବାଧିକ ରନ ସ୍କୋରର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତଙ୍କୁ ବାଦ୍‌ ଦେଲେ ସଚିନ ୩ଥର ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ସଚିନ ପୂର୍ବରୁ ୨୦୦୩ ବିଶ୍ୱକପ୍‌ରେ ୬୭୩, ୧୯୯୬ ବିଶ୍ୱକପ୍‌ରେ ୫୨୩ ଓ ୨୦୧୧ ବିଶ୍ୱକପ୍‌ରେ ସର୍ବାଧିକ ୪୮୨ ରନ ସଂଗ୍ରହ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ରୋହିତ ୭ ଇନିଂସରୁ ୯୦.୬୭ ହାରରେ, ୯୬.୯୭ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri