Posted inଖେଳ

ରୋମାଞ୍ଚକ ଆଶେସ୍‌

ଦୀର୍ଘ ୪୭ ବର୍ଷ ପରେ ହାଇପ୍ରୋଫାଇଲ ଆଶେସ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥର ଆଶେସ ଅସାଧାରଣ ପ୍ରଦର୍ଶନ ପାଇଁ ନୁହଁ ବରଂ ରୋମାଞ୍ଚ ପାଇଁ ପ୍ରଶଂସକଙ୍କ ମନରେ ରହିବ। ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଐତିହାସିକ ଥିଲା। ଟେଷ୍ଟ ପଦାର୍ପଣ କରିଥିବା ଦିନିକିଆ ବିଶ୍ୱକପ୍‌ ହିରୋ ତଥା ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ସିରିଜ ୨-୨ରେ ଅମୀମାଂସିତ ରହିଥିଲା…

ବିଶ୍ୱର ସବୁଠାରୁ ହାଇପ୍ରୋଫାଇଲ ଟେଷ୍ଟ ସିରିଜର ମାନ୍ୟତା ପାଇଥିବା ଆଶେସ ଏଥର ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ବିଶ୍ୱ କ୍ରିକେଟର ଦୁଇ ସର୍ବ ପୁରାତନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆଶେସ୍‌ରେ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ୫ଟି ଟେଷ୍ଟ, ୧୬୪୮ ଓଭର ଓ ୨୨ ଦିନ କ୍ରିକେଟ ଖେଳାଯିବା ପରେ ମଧ୍ୟ କୌଣସି ଦଳ ବିଜେତା ହୋଇ ପାରି ନ ଥିଲେ। ୨୦୦୧ ପରେ ଇଂଲଣ୍ଡ ମାଟିରେ ଅଷ୍ଟ୍ରେଲିଆ ଆଶେସ ଜିତିବାର ସୁଯୋଗ ହାସଲ କରିଥିଲା। ତେବେ ଅନ୍ତିମ ଟେଷ୍ଟରେ ବିଜୟୀ ହୋଇ ଇଂଲଣ୍ଡ ଅଷ୍ଟ୍ରେଲିଆ ଆଶାକୁ ଧୂଳିସାତ୍‌ କରିଥିଲା। ଦୀର୍ଘ ୪୭ ବର୍ଷ ପରେ ଆଶେସ ଇତିହାସରେ ଆଉ ଏକ ସିରିଜ ଡ୍ର ହୋଇଛି।
ଆଶେସ ଇତିହାସରେ ଏପର୍ଯ୍ୟନ୍ତ ୬ଟି ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏହି ସିରିଜ ୧୯୩୮ରେ ଇଂଲଣ୍ଡରେ ୧-୧ରେ ଅମୀମାଂସିତ ରହିଥିଲା। ଏହାପରେ ୧୯୬୨/୬୩ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ସିରିଜ ୧-୧ରେ ଡ୍ର ରହିଥିଲା। ପୁଣି ୧୯୬୫/୬୬ରେ ଏହି ସିରିଜ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ଓ ଏହା ୧- ୧ରେ ଡ୍ର ରହିଥିଲା। ଏହାପରେ ୧୯୬୮ରେ ଇଂଲଣ୍ଡରେ ଖେଳାଯାଇଥିବା ଆଶେସ ୧-୧ରେ ଅମୀମାଂସିତ ରହିଥିଲା। ସେହିପରି ୧୯୭୨ରେ ଅନୁଷ୍ଠିତ ଆଶେସ ୨-୨ରେ ଡ୍ର ରହିଥିଲା। ଏଥର ୨୦୧୯ ଆଶେସ ମଧ୍ୟ ୨-୨ରେ ଅମୀମାଂସିତ ରହିଛି। ମୋଟ ଉପରେ ୬ଟି ଆଶେସ ଡ୍ର ରହିଛି।
ଏଥର ଆଶେସ୍‌ରେ ଅଭିଜ୍ଞ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ପ୍ରଭୁତ୍ୱ ଦେଖିବାକୁ ମିଳିଥିଲା। ସାରା ସିରିଜରେ ସେ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିଲେ। ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷ ବାସନ୍ଦ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏଥର ସେ ୪ଟି ମ୍ୟାଚ୍‌ ଖେଳି ୭ଟି ଇନିଂସରେ ୧୧୦. ୫୭ ରନ ହାରରେ ୭୭୪ ରନ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୩ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ଥିଲା। ୨୧୧ ତାଙ୍କର ଉଚ୍ଚତମ ସ୍କୋର ଥିଲା। ରନ ସଂଗ୍ରହ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସ୍ମିଥ୍‌ ପଞ୍ଚମ ସ୍ଥାନରେ ରହିବେ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନ ୫ଟି ମ୍ୟାଚ୍‌ ଖେଳି ୭ଟି ଇନିଂସରୁ ୧୩୯. ୧୪ ରନ ହାରରେ ସର୍ବାଧିକ ୯୭୪ ରନ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି। ସେହିପରି ଆଲିଷ୍ଟର କୁକ୍‌ ଏହାପୂର୍ବରୁ ୫ଟି ମ୍ୟାଚ୍‌ରୁ ୭ଟି ଇନିଂସ ଖେଳି ୭୬୬ ରନ ସଂଗ୍ରହ କରି ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ଇଂଲଣ୍ଡର ଓ୍ବାଲି ହାମଣ୍ଡ ୫ଟି ମ୍ୟାଚ୍‌ ଖେଳି ୯ଟି ଇନିଂସରୁ ୧୧୩.୧୨ ରନ ହାରରେ ୯୦୫ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ମାର୍କ ଟେଲର ୬ଟି ମ୍ୟାଚ୍‌ ଖେଳି ୧୧ଟି ଇନିଂସରୁ ୮୩.୯୦ ରନ ହାରରେ ୮୩୯ ରନ କରି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଡନ୍‌ ବ୍ରାଡମ୍ୟାନ ଅନ୍ୟଏକ ଆଶେସ୍‌ରେ ୫ଟି ମ୍ୟାଚ୍‌ ଖେଳି ୯ଟି ଇନିଂସରୁ ୯୦ ୮୧୦ ରନ କରି ଚତୁର୍ଥ ସ୍ଥାନରେ ରହିଛନ୍ତି।
ସଦ୍ୟ ସମାପ୍ତ ଆଶେସରେ ଅଷ୍ଟ୍ରେଲୀୟ ବୋଲରଙ୍କ ପ୍ରଦର୍ଶନ ଇଂଲଣ୍ଡ ବୋଲରଙ୍କଠାରୁ ଅପେକ୍ଷାକୃତ ଭଲ ହୋଇଥିଲା। ଦୁଇ ଦ୍ରୁତ ବୋଲର ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡ ୯୪ଟି ଉଇକେଟରୁ ୪୯ଟି ଅକ୍ତିଆର କରିଥିଲେ। ୨୦.୫୩ ରନ ହାରରେ ପ୍ରତ୍ୟେକ ୪୫.୬ଟି ବଲ୍‌ରେ ଏହି ଦୁଇ ବୋଲର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ତେବେ ଇଂଲଣ୍ଡ ପେସ୍‌ ଯୋଡି ଷ୍ଟୁଆର୍ଟ ବ୍ରଡ ଓ ଜୋଫ୍ରା ଆର୍ଚର ମଧ୍ୟ ବେଶି ପଛରେ ପଡି ନ ଥିଲେ। ଏହି ଯୋଡି ୨୩.୫୩ ରନ ହାରରେ ୪୪.୨ ଷ୍ଟ୍ରାଇକ ରେଟ୍‌ରେ ୪୫ଟି ଉଇକେଟ ଅକ୍ତିଆର କରିଥିଲେ। ତେବେ ସିରିଜର ଓପନରମାନଙ୍କୁ ବେଶ୍‌ ସଂଘର୍ଷ କରିଥିବାର ଦେଖାଯାଇଥିଲା। ରୋରି ବନର୍‌ସ ୫ଟି ମ୍ୟାଚ୍‌ ଖେଳି ୧୦ଟି ଇନିଂସରୁ ୩୯.୦୦ ରନ ହାରରେ ୩୯୦ ରନ କରି ସଫଳତମ ଓପନର ସାବ୍ୟସ୍ତ ହୋଇଛନ୍ତି। ସେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ ଓ ତାଙ୍କର ସର୍ବାଧିକ ସ୍କୋର ୧୩୩ ଥିଲା। ସେହିପରି ଜୋ ଡେନ୍‌ଲି ୨ଟି ମ୍ୟାଚ୍‌ ଖେଳି ୪ଟି ଇନିଂସରୁ ୪୧.୨୫ ରନ ହାରରେ ୧୬୫ ରନ କରିଥିଲେ। ବିସ୍ଫୋରକ ଓପନର ଡେଭିଡ ଓ୍ବାର୍ନର ସାଂଘାତିକ ଭାବେ ବିଫଳ ହୋଇଛନ୍ତି। ୫ଟି ମ୍ୟାଚ୍‌ ଖେଳି ୧୦ଟି ଇନିଂସରୁ ୯.୫୦ ରନର ହାରରେ ୯୫ ରନ ସଂଗ୍ରହ କରିଥିଲେ। ସେହିପରି ମାର୍କସ ହାରିସ, ଜାସନ ରଏ ଓ କାମେରନ ବ୍ୟାଙ୍କ୍ରଫ୍ଟ ମଧ୍ୟ ବିଫଳ ହୋଇଥିଲେ।
ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଏଥର ଆଶେସ ପ୍ରଥମ ଟେଷ୍ଟରେ ୨୫୧ ରନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ସ୍ମିଥ୍‌ ପ୍ରଥମ ଇନିଂସରେ ୧୪୪ ଓ ଦ୍ୱିତୀୟ ଇନିଂସରେ ୧୪୨ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ କିନ୍ତୁ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏଥିରେ ଡେବ୍ୟୁ କରିଥିଲେ। ୧୧୫ ରନର ଉପଯୋଗୀ ଶତକୀୟ ଇନିଂସ ଖେଳି ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦଳକୁ ପରାଜୟରୁ ରକ୍ଷା କରିବା ସହ ମ୍ୟାଚ୍‌ ଡ୍ର’ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହାପରେ ସଂଘର୍ଷପୂର୍ଣ୍ଣ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକ୍ସଙ୍କ ୧୩୫ ରନର ଐତିହାସିକ ଅପରାଜିତ ଶତକ ବଳରେ ୧ ଉଇକେଟରେ ବିଜୟୀ ହୋଇଥିଲା। ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ତେବେ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୫ ରନରେ ବିଜୟୀ ହୋଇ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଇନିଂସରେ ୨୧୧ରନର ଦ୍ୱିଶତକ ଓ ଦ୍ୱିତୀୟ ଇନିଂସରେ ୮୨ ରନ କରି ସ୍ମିଥ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲା। ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ବିଜୟୀ ହୋଇ ସିରିଜ୍‌ ଡ୍ର ରଖିଥିଲା। ପ୍ରଥମ ଇନିଂସରେ ୬ ଉଇକେଟ ନେଇଥିବା ଆର୍ଚର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଷ୍ଟୋକ୍ସ ଓ ସ୍ମିଥ୍‌ ମିଳିତ ଭାବେ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?