ରୋଜଗାର ପାଇଁ ଅଜଗରକୁ ନିର୍ଯାତନା

ବ୍ରହ୍ମପୁର ଅଫିସ୍‌,୫ା୬- ବନ୍ୟପ୍ରାଣୀ ଏବଂ ସଂରକ୍ଷିତ ପ୍ରାଣୀମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବହୁ ଆଇନ୍‌ ରହିଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନ ମଧ୍ୟ ଏଦିଗରେ କାର୍ଯ୍ୟ କରୁଛି । ହେଲେ ଏହି ଆଇନ୍‌କୁ ଭାଙ୍ଗୁଥିବା ବ୍ୟକ୍ତି ଏବଂ ସଂସ୍ଥାଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହଁ । ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏହାର ନମୁନା। ସହରର ଏକ ଇଭେଣ୍ଟ ମ୍ୟାନଜେମଣ୍ଟ କମ୍ପାନୀ ସହରବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅଜବ କାର୍ଯ୍ୟକ୍ରମ ଆୟୋଜନ କରୁଛି। କାର୍ଯ୍ୟକ୍ରମର ନାମ ରହିଛି ‘ଫଟୋ ଉଇଥ୍‌ ପାଇଥନ୍‌(ଅଜଗର)’ । ଦୀର୍ଘ ଅନେକ ଦିନ ହେଲା ଏଭଳି ବେଆଇନ୍‌ କାର୍ଯ୍ୟକ୍ରମ ସହରର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି । ହେଲେ ପ୍ରଶାସନ ତରଫରୁ ଏହାକୁ ରୋକିବା ଦିଗରେ ପଦକ୍ଷେପ କିମ୍ବା କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଏବେ ସମ୍ପୃକ୍ତ କମ୍ପାନୀ ତରଫରୁ ଖୁଲମ୍‌ଖୁଲା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯାଉଛି।
ବାହାଘର, ବ୍ରତଘର ହେଉ ଅବା ଜନ୍ମଦିନ। ଜୀବନର ଏହି ମହତ୍ୱପୂର୍ଣ୍ଣ ସମୟଗୁଡ଼ିକୁ ସର୍ବଦା ସ୍ମୃତିରେ ସାଇତି ରଖିବା ପାଇଁ ସମସ୍ତଙ୍କ ମଧ୍ୟରେ ଦେଖାଦେଇଥାଏ ଆଗ୍ରହ। ପୂର୍ବରୁ ଏସବୁ କାର୍ଯ୍ୟକ୍ରମଗୁଡ଼ିକ ଲୋକମାନେ ନିଜେ ଆୟୋଜନ କରୁଥିଲେ। ହେଲେ ସମୟର ପରିବର୍ତ୍ତନ ସହ ପ୍ରବେଶ କଲା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ। ବର୍ତ୍ତମାନ ଛୋଟ ଛୋଟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦ୍ୱାରା ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ଆୟୋଜନ ପ୍ରତିବଦଳରେ କମ୍ପାନୀଗୁଡ଼ିକ ମୋଟା ଅଙ୍କର ଫି’ ନିଅନ୍ତି। ବ୍ରହ୍ମପୁର ସହରରେ ଏଭଳି କମ୍ପାନୀ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ବ୍ୟବସାୟିକ ପ୍ରତିଯୋଗିତା ବଢ଼ୁଥିବା ଯୋଗୁ କମ୍ପାନୀଗୁଡିକ କିଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ସମସ୍ତଙ୍କୁ ଆକୃଷ୍ଟ କରିପାରିବେ, ତାହାକୁ ଗୁରୁତ୍ୱ ଦେଉଛନ୍ତି। ନୂଆ ନୂଆ ଉପାୟରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ରୋଚକ ଇଭେଣ୍ଟ ହେଉଛି। ସିନେ କଳାକାରଙ୍କୁ ଆଣି ନଚାଇବାଠାରୁ ବିଭିନ୍ନ ପ୍ରକାର ସୋ’ ମଧ୍ୟ ଆୟୋଜନ ହେଉଛି। ସହରର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏବେ ଆଉ ଦୁଇ ପାଦ ଆଗକୁ ଯାଇଛି । ସମ୍ପୃକ୍ତ କମ୍ପାନୀ ତରଫରୁ ଏକ ଇଭେଣ୍ଟ ଆୟୋଜନ ହେଉଛି, ଯାହାର ନାମ ଦିଆଯାଇଛି ‘ଫଟୋ ଉଇଥ୍‌ ପାଇଥନ୍‌(ଅଜଗର)’। ଏହି କମ୍ପାନୀ ଫେସ୍‌ବୁକ୍‌ ପେଜ୍‌ରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ଯେଉଁ ବ୍ୟକ୍ତିମାନେ ବାହଘର, ବ୍ରତଘର କିମ୍ବା ଜନ୍ମଦିନ ଭୋଜିରେ ଏହି ଇଭେଣ୍ଟ ପାଇଁ ଇଚ୍ଛୁକ ଅଛନ୍ତି, ସେମାନଙ୍କୁ ଅଧିକ ଟଙ୍କା ଦେବାକୁ କୁହାଯାଉଛି । ଆଶ୍ଚର୍ଯ୍ୟର ବିଷୟ ହେଲା, ଗତ କିଛି ଦିନ ଭିତରେ ଏହି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ତରଫରୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ‘ଫଟୋ ଉଇଥ୍‌ ପାଇଥନ୍‌’ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ହାତରେ ଅଜଗରକୁ ଧରି ଫଟୋ ଉଠାଉଛନ୍ତି। ଏହୁ ସବୁ କାର୍ଯ୍ୟକ୍ରମର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି, ହେଲେ କେହି ଏହାକୁ ବିରୋଧ କରିନାହାନ୍ତି ।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌-୧୯୭୨ରେ ଅଜଗରକୁ ସିଡୁଲ୍‌-୧ର ପାର୍ଟ-୨ରେ ରଖାଯାଇଛି। ତଦନୁଯାୟୀ, ଅଜଗରକୁ ଶିକାର କରିବା, ଆଘାତ ଦେବା ଏକ ଦଣ୍ଡନୀୟ ଅପରାଧ । ଏପରିକି ସର୍ବସାଧାରଣରେ ଅଜଗରକୁ ଖେଳାଇବା ମଧ୍ୟ ଅପରାଧ। ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମଧ୍ୟ ହୋଇପାରେ। ହେଲେ ବ୍ରହ୍ମପୁର ସହରରେ ଏହି ଅଜଗର ସାପ ଖେଳ ଖୋଲାଖୋଲି ଭାବେ ଚାଲିଛି। ସମ୍ପୃୃକ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରର ପ୍ରାଣୀ ବିଶେଷଜ୍ଞମାନେ ଦାବି କରିଛନ୍ତି । ଏନେଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା କହିଛନ୍ତି, ଘଟଣା ଆମର ଦୃଷ୍ଟିକୁ ଆସିଛି। ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଖୁବ୍‌ ଶୀଘ୍ର ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri