ରୋଜଗାର ପାଇଁ ଅଜଗରକୁ ନିର୍ଯାତନା

ବ୍ରହ୍ମପୁର ଅଫିସ୍‌,୫ା୬- ବନ୍ୟପ୍ରାଣୀ ଏବଂ ସଂରକ୍ଷିତ ପ୍ରାଣୀମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବହୁ ଆଇନ୍‌ ରହିଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନ ମଧ୍ୟ ଏଦିଗରେ କାର୍ଯ୍ୟ କରୁଛି । ହେଲେ ଏହି ଆଇନ୍‌କୁ ଭାଙ୍ଗୁଥିବା ବ୍ୟକ୍ତି ଏବଂ ସଂସ୍ଥାଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହଁ । ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏହାର ନମୁନା। ସହରର ଏକ ଇଭେଣ୍ଟ ମ୍ୟାନଜେମଣ୍ଟ କମ୍ପାନୀ ସହରବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅଜବ କାର୍ଯ୍ୟକ୍ରମ ଆୟୋଜନ କରୁଛି। କାର୍ଯ୍ୟକ୍ରମର ନାମ ରହିଛି ‘ଫଟୋ ଉଇଥ୍‌ ପାଇଥନ୍‌(ଅଜଗର)’ । ଦୀର୍ଘ ଅନେକ ଦିନ ହେଲା ଏଭଳି ବେଆଇନ୍‌ କାର୍ଯ୍ୟକ୍ରମ ସହରର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି । ହେଲେ ପ୍ରଶାସନ ତରଫରୁ ଏହାକୁ ରୋକିବା ଦିଗରେ ପଦକ୍ଷେପ କିମ୍ବା କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଏବେ ସମ୍ପୃକ୍ତ କମ୍ପାନୀ ତରଫରୁ ଖୁଲମ୍‌ଖୁଲା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯାଉଛି।
ବାହାଘର, ବ୍ରତଘର ହେଉ ଅବା ଜନ୍ମଦିନ। ଜୀବନର ଏହି ମହତ୍ୱପୂର୍ଣ୍ଣ ସମୟଗୁଡ଼ିକୁ ସର୍ବଦା ସ୍ମୃତିରେ ସାଇତି ରଖିବା ପାଇଁ ସମସ୍ତଙ୍କ ମଧ୍ୟରେ ଦେଖାଦେଇଥାଏ ଆଗ୍ରହ। ପୂର୍ବରୁ ଏସବୁ କାର୍ଯ୍ୟକ୍ରମଗୁଡ଼ିକ ଲୋକମାନେ ନିଜେ ଆୟୋଜନ କରୁଥିଲେ। ହେଲେ ସମୟର ପରିବର୍ତ୍ତନ ସହ ପ୍ରବେଶ କଲା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ। ବର୍ତ୍ତମାନ ଛୋଟ ଛୋଟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦ୍ୱାରା ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ଆୟୋଜନ ପ୍ରତିବଦଳରେ କମ୍ପାନୀଗୁଡ଼ିକ ମୋଟା ଅଙ୍କର ଫି’ ନିଅନ୍ତି। ବ୍ରହ୍ମପୁର ସହରରେ ଏଭଳି କମ୍ପାନୀ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ବ୍ୟବସାୟିକ ପ୍ରତିଯୋଗିତା ବଢ଼ୁଥିବା ଯୋଗୁ କମ୍ପାନୀଗୁଡିକ କିଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ସମସ୍ତଙ୍କୁ ଆକୃଷ୍ଟ କରିପାରିବେ, ତାହାକୁ ଗୁରୁତ୍ୱ ଦେଉଛନ୍ତି। ନୂଆ ନୂଆ ଉପାୟରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ରୋଚକ ଇଭେଣ୍ଟ ହେଉଛି। ସିନେ କଳାକାରଙ୍କୁ ଆଣି ନଚାଇବାଠାରୁ ବିଭିନ୍ନ ପ୍ରକାର ସୋ’ ମଧ୍ୟ ଆୟୋଜନ ହେଉଛି। ସହରର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏବେ ଆଉ ଦୁଇ ପାଦ ଆଗକୁ ଯାଇଛି । ସମ୍ପୃକ୍ତ କମ୍ପାନୀ ତରଫରୁ ଏକ ଇଭେଣ୍ଟ ଆୟୋଜନ ହେଉଛି, ଯାହାର ନାମ ଦିଆଯାଇଛି ‘ଫଟୋ ଉଇଥ୍‌ ପାଇଥନ୍‌(ଅଜଗର)’। ଏହି କମ୍ପାନୀ ଫେସ୍‌ବୁକ୍‌ ପେଜ୍‌ରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ଯେଉଁ ବ୍ୟକ୍ତିମାନେ ବାହଘର, ବ୍ରତଘର କିମ୍ବା ଜନ୍ମଦିନ ଭୋଜିରେ ଏହି ଇଭେଣ୍ଟ ପାଇଁ ଇଚ୍ଛୁକ ଅଛନ୍ତି, ସେମାନଙ୍କୁ ଅଧିକ ଟଙ୍କା ଦେବାକୁ କୁହାଯାଉଛି । ଆଶ୍ଚର୍ଯ୍ୟର ବିଷୟ ହେଲା, ଗତ କିଛି ଦିନ ଭିତରେ ଏହି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ତରଫରୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ‘ଫଟୋ ଉଇଥ୍‌ ପାଇଥନ୍‌’ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ହାତରେ ଅଜଗରକୁ ଧରି ଫଟୋ ଉଠାଉଛନ୍ତି। ଏହୁ ସବୁ କାର୍ଯ୍ୟକ୍ରମର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି, ହେଲେ କେହି ଏହାକୁ ବିରୋଧ କରିନାହାନ୍ତି ।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌-୧୯୭୨ରେ ଅଜଗରକୁ ସିଡୁଲ୍‌-୧ର ପାର୍ଟ-୨ରେ ରଖାଯାଇଛି। ତଦନୁଯାୟୀ, ଅଜଗରକୁ ଶିକାର କରିବା, ଆଘାତ ଦେବା ଏକ ଦଣ୍ଡନୀୟ ଅପରାଧ । ଏପରିକି ସର୍ବସାଧାରଣରେ ଅଜଗରକୁ ଖେଳାଇବା ମଧ୍ୟ ଅପରାଧ। ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମଧ୍ୟ ହୋଇପାରେ। ହେଲେ ବ୍ରହ୍ମପୁର ସହରରେ ଏହି ଅଜଗର ସାପ ଖେଳ ଖୋଲାଖୋଲି ଭାବେ ଚାଲିଛି। ସମ୍ପୃୃକ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରର ପ୍ରାଣୀ ବିଶେଷଜ୍ଞମାନେ ଦାବି କରିଛନ୍ତି । ଏନେଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା କହିଛନ୍ତି, ଘଟଣା ଆମର ଦୃଷ୍ଟିକୁ ଆସିଛି। ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଖୁବ୍‌ ଶୀଘ୍ର ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri