ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନରେ ବାରମ୍ବାର ପକେଟମାର୍ ସହ ଚୋରି ଓ ଲୁଟ୍ ହେଉଛି। ସୋମବାର ରାତିରେ ଜିଆର୍ପି ହାତରେ ଏକ ପକେଟମାର ଗ୍ୟାଙ୍ଗ୍ର ୩ଜଣ ସଦସ୍ୟ ଧରାପଡିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନାଞ୍ଚଳର ଚିରଞ୍ଜିବ ସାହୁ (୧୯), ପୁରୀ କୁମ୍ଭାରପନା ଥାନାଞ୍ଚଳର ରଞ୍ଜିତ ଦାସ (୨୭) ଓ ଖଣ୍ଡିଗିରି ଥାନା ପାତ୍ରପଡ଼ାର ମାଧବ ମଲ୍ଲିକ (୧୯)। ସେମାନଙ୍କଠାରୁ ପୋଲିସ ଦୁଇଟି ଲଗେଜ ବ୍ୟାଗ୍, ଦୁଇଟି ମୋବାଲ୍ ଫୋନ୍ ଓ ୧୭ହଜାର ୫ଶହ ଟଙ୍କା ଜବତ କରିଛି। ଏନେଇ ପୋଲିସ ୮୦/୧୯ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୋଲିସର ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଆର୍ପିଏଫ, ଜିଆର୍ପି ଓ ଏସ୍ଟିଏଫ୍ ମିଳିତ ଭାବେ ଷ୍ଟେଶନ ପରିସରରେ ଚଢାଉ କରି ତଲାସି ଚଳାଇଥିଲା। ପୁରୁଣା ଟିକେଟ କାଉଣ୍ଟ ନିକଟରେ ଉପରୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଅଟକାଇ ପଚରାଉଚରା କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରେ ଥିବା ଦୁଇଟି ଲଗେଜ ବ୍ୟାଗ ଓ ମୋବାଇଲ ଫୋନ ଚୋରା ବୋଲି ଜଣାପଡିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇ ଯାଞ୍ଚ କରିବାରୁ ୧୭ ହଜାର ୫୦୦ଟଙ୍କା ମିଳିଥିଲା। ପଚରାଉଚରା ପରେ ସେମାନେ ପକେଟମାର ଗ୍ୟାଙ୍ଗ୍ର ସଦସ୍ୟ ବୋଲି କହିଥିଲେ। ଷ୍ଟେଶନ ଅଞ୍ଚଳରେ ଚୋରି ଓ ପକେଟମାର କରନ୍ତି। ବିଶେଷକରି ଭିଡ଼ ସ୍ଥାନ ଓ ଶୋଇଥିବା ଲୋକଙ୍କୁ ଟାର୍ଗେଟ କରନ୍ତି ବୋଲି ପୋଲିସ କହିଛି।
ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ
ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…
ଅନ୍ୟ ନିର୍ବାଚନମଣ୍ଡଳୀ ବୁଲିବେ ବିଧାୟକ, କଡ଼ା ନିର୍ଦ୍ଦେଶ ଦେଇ କହିଲେ…
ଭୁବନେଶ୍ୱର,୨୮ା୧୧: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ…
୧୦ ଡିଗ୍ରୀ ତଳେ ପାରଦ, ବଢ଼ିବ ଶୀତ
ଭୁବନେଶ୍ୱର, ୨୮ା୧୧ (ବନ୍ଦନା ସେଠୀ): ରାଜ୍ୟରେ ହଠାତ୍ ତାପମାତ୍ରା କମିବା ସହ ଶୀତ ଅନୁଭୂତ ହୋଇଛି। ଏକାଧିକ ସ୍ଥାନରେ ଦିନକ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି।…
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ: ‘କମଳା ରାଇଜିଂ ଷ୍ଟାର୍ସ ଆୱାର୍ଡ-୨୦୨୬’ ପାଇବେ ଆଡଭୋକେଟ ଅଙ୍କିତା ଗଙ୍ଗା ଦେବ
ଭୁବନେଶ୍ୱର,୨୭।୧୧: ପରିବେଶ ସୁରକ୍ଷା, ସାମୁଦ୍ରିକ ସଂରକ୍ଷଣ, ପଶୁ କଲ୍ୟାଣ ଏବଂ ଯୁବ ନେତୃତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବିଶିଷ୍ଟ ଆଇନଜୀବୀ ତଥା ସାମାଜିକ କର୍ମୀ…
ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…
ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ…
ଖସିବ ପାରଦ, ବଢ଼ିବ ଶୀତ: ଉତ୍ତର-ପଶ୍ଚିମରୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ
ଭୁବନେଶ୍ୱର,୨୭।୧୧: ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ଶୀତ। ଖସିବ ପାରଦ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ। ଏହା ସହ ଗୁରୁଚାପ…
ଆସିଲା ନୂଆ ଗାଇଡ୍ଲାଇନ୍: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି
ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ…
ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ…

