ରେଳଷ୍ଟେଶନରୁ ଧରାପଡ଼ିଲା ପକେଟମାର୍‌ ଗ୍ୟାଙ୍ଗ୍‌

ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନରେ ବାରମ୍ବାର ପକେଟମାର୍‌ ସହ ଚୋରି ଓ ଲୁଟ୍‌ ହେଉଛି। ସୋମବାର ରାତିରେ ଜିଆର୍‌ପି ହାତରେ ଏକ ପକେଟମାର ଗ୍ୟାଙ୍ଗ୍‌ର ୩ଜଣ ସଦସ୍ୟ ଧରାପଡିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନାଞ୍ଚଳର ଚିରଞ୍ଜିବ ସାହୁ (୧୯), ପୁରୀ କୁମ୍ଭାରପନା ଥାନାଞ୍ଚଳର ରଞ୍ଜିତ ଦାସ (୨୭) ଓ ଖଣ୍ଡିଗିରି ଥାନା ପାତ୍ରପଡ଼ାର ମାଧବ ମଲ୍ଲିକ (୧୯)। ସେମାନଙ୍କଠାରୁ ପୋଲିସ ଦୁଇଟି ଲଗେଜ ବ୍ୟାଗ୍‌, ଦୁଇଟି ମୋବାଲ୍‌ ଫୋନ୍‌ ଓ ୧୭ହଜାର ୫ଶହ ଟଙ୍କା ଜବତ କରିଛି। ଏନେଇ ପୋଲିସ ୮୦/୧୯ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ପୋଲିସର ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଆର୍‌ପିଏଫ, ଜିଆର୍‌ପି ଓ ଏସ୍‌ଟିଏଫ୍‌ ମିଳିତ ଭାବେ ଷ୍ଟେଶନ ପରିସରରେ ଚଢାଉ କରି ତଲାସି ଚଳାଇଥିଲା। ପୁରୁଣା ଟିକେଟ କାଉଣ୍ଟ ନିକଟରେ ଉପରୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଅଟକାଇ ପଚରାଉଚରା କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରେ ଥିବା ଦୁଇଟି ଲଗେଜ ବ୍ୟାଗ ଓ ମୋବାଇଲ ଫୋନ ଚୋରା ବୋଲି ଜଣାପଡିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇ ଯାଞ୍ଚ କରିବାରୁ ୧୭ ହଜାର ୫୦୦ଟଙ୍କା ମିଳିଥିଲା। ପଚରାଉଚରା ପରେ ସେମାନେ ପକେଟମାର ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି କହିଥିଲେ। ଷ୍ଟେଶନ ଅଞ୍ଚଳରେ ଚୋରି ଓ ପକେଟମାର କରନ୍ତି। ବିଶେଷକରି ଭିଡ଼ ସ୍ଥାନ ଓ ଶୋଇଥିବା ଲୋକଙ୍କୁ ଟାର୍ଗେଟ କରନ୍ତି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?