ରେଲଓ୍ବେ ପକ୍ଷରୁ ନିମ୍ନମାନର ରାସ୍ତା ନିର୍ମାଣ: ସ୍ଥାୟୀତ୍ୱ ନେଇ ଅଭିଯୋଗ କଲେ ଗ୍ରାମବାସୀ

ବାଲିଆ,୭।୬: ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ କଟକ-ପାରାଦୀପ ରେଳପଥର ଗୋଠପଦାଠାରେ ୧୪ନଂ. ଫାଟକ ଠାରୁ ୧୫ନଂ. ଫାଟକ ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ରେଲଓ୍ବେ ପକ୍ଷରୁ ନୂତନ ରାସ୍ତା ନିର୍ମାଣ କରାଯାଉଛି। ତେବେ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଗୋଠପଦା ଗ୍ରାମର କୈଳାସ ଚନ୍ଦ୍ର ଭୂୟଁ।, ଯୁଧିଷ୍ଠିର ଖଣ୍ଡୁଆଳ, ଦୀନବନ୍ଧୁ ମିଶ୍ର, ଅରକ୍ଷିତ ବେହେରା, ଜୟନ୍ତ ଭୁୟାଁ, ରାମଚନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ଶିବ କୁମାର ଖଣ୍ଡୁଆଳ, ସୁରେନ୍ଦ୍ରନାଥ ଖଣ୍ଡୁଆଳ, ବିକ୍ରମ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ରେଲଓ୍ବେ ଡିଭିଜନାଲ ମ୍ୟାନେଜରଙ୍କୁ ପତ୍ର ଯୋଗେ ଜଣାଇଛନ୍ତି। ଏହି ରାସ୍ତାରେ ମାଟି କାମ କରିବା ବେଳେ ଶୁଖିଲା ମାଟି ନ ପକାଇ ଓଦା ମାଯି ପକାଯାଇଛି। ଫଳରେ ତାହା ଧିରେ ଧିରେ ଦବିବାରେ ଲାଗିଛି। ଠିକାଦାର ରାସ୍ତାଟିକୁ ଅଣଓସାରିଆ କରିଦେଇଛନ୍ତି। ତେଣୁ ସେହି ରାସ୍ତାରେ ଆଖୁ ଗାଡ଼ି, ବିଲକୁ ଟ୍ରାକ୍ଟର କିମ୍ବା ଅନ୍ୟ କୌଣସି ଭାରିଯାନ ଚଳାଚଳ କରିବାରେ ଅସୁବିଧା ହେବ। ସେହିପରି ରାସ୍ତାରେ ଉପଯୁକ୍ତ ପରିମାଣର ଡଷ୍ଟ ପକାଯାଉନାହିଁ। ତେଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ରାସ୍ତାର ଏକ ସ୍ଥାନରେ ଜଳ ନିଷ୍କାସନ ପାଇଁ ବସାଯାଇଥିବା ହୋମ୍‌ପାଇପ୍‌ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଉକ୍ତ କଲଭର୍ଟ ମଧ୍ୟ ଅଣଓସାରିଆ ହୋଇଛି। ଆବଶ୍ୟକ ଅନୁଯାୟୀ ସିମେଣ୍ଟ ଓ ରଡ୍‌ ଦିଆଯାଇ ନ ଥିବାରୁ ଉକ୍ତ କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ସୂଚନାଯୋଗ୍ୟ, କଟକ ପାରାଦୀପ ରେଳପଥର ୧୪ ନଂ ଗେଟ ଗୋଠପଦା ଗ୍ରାମ ନିକଟରେ ଲୋକେ ଦୀର୍ଘବର୍ଷ ଧରି ଲେବୁଲ କ୍ରସିଂ ଦେଇ ଯାତାୟାତ କରୁଥିଲେ। ଏହାର ଅପରପାର୍ଶ୍ୱରେ ଥିବା ଚାଷ ଜମିକୁ ସ୍ଥାନୀୟ ଚାଷୀମାନେ ଯାଇଥାନ୍ତି। ୨ ବର୍ଷ ତଳେ ରେଲଓ୍ବେ ପକ୍ଷରୁ ସେହି ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ବାଧ୍ୟହୋଇ ରେଲଓ୍ବେ ପକ୍ଷରୁ ରେଳପଥର ଦକ୍ଷିଣ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri