ରେଲଓ୍ବେ ପକ୍ଷରୁ ନିମ୍ନମାନର ରାସ୍ତା ନିର୍ମାଣ: ସ୍ଥାୟୀତ୍ୱ ନେଇ ଅଭିଯୋଗ କଲେ ଗ୍ରାମବାସୀ

ବାଲିଆ,୭।୬: ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ କଟକ-ପାରାଦୀପ ରେଳପଥର ଗୋଠପଦାଠାରେ ୧୪ନଂ. ଫାଟକ ଠାରୁ ୧୫ନଂ. ଫାଟକ ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ରେଲଓ୍ବେ ପକ୍ଷରୁ ନୂତନ ରାସ୍ତା ନିର୍ମାଣ କରାଯାଉଛି। ତେବେ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଗୋଠପଦା ଗ୍ରାମର କୈଳାସ ଚନ୍ଦ୍ର ଭୂୟଁ।, ଯୁଧିଷ୍ଠିର ଖଣ୍ଡୁଆଳ, ଦୀନବନ୍ଧୁ ମିଶ୍ର, ଅରକ୍ଷିତ ବେହେରା, ଜୟନ୍ତ ଭୁୟାଁ, ରାମଚନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ଶିବ କୁମାର ଖଣ୍ଡୁଆଳ, ସୁରେନ୍ଦ୍ରନାଥ ଖଣ୍ଡୁଆଳ, ବିକ୍ରମ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ରେଲଓ୍ବେ ଡିଭିଜନାଲ ମ୍ୟାନେଜରଙ୍କୁ ପତ୍ର ଯୋଗେ ଜଣାଇଛନ୍ତି। ଏହି ରାସ୍ତାରେ ମାଟି କାମ କରିବା ବେଳେ ଶୁଖିଲା ମାଟି ନ ପକାଇ ଓଦା ମାଯି ପକାଯାଇଛି। ଫଳରେ ତାହା ଧିରେ ଧିରେ ଦବିବାରେ ଲାଗିଛି। ଠିକାଦାର ରାସ୍ତାଟିକୁ ଅଣଓସାରିଆ କରିଦେଇଛନ୍ତି। ତେଣୁ ସେହି ରାସ୍ତାରେ ଆଖୁ ଗାଡ଼ି, ବିଲକୁ ଟ୍ରାକ୍ଟର କିମ୍ବା ଅନ୍ୟ କୌଣସି ଭାରିଯାନ ଚଳାଚଳ କରିବାରେ ଅସୁବିଧା ହେବ। ସେହିପରି ରାସ୍ତାରେ ଉପଯୁକ୍ତ ପରିମାଣର ଡଷ୍ଟ ପକାଯାଉନାହିଁ। ତେଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ରାସ୍ତାର ଏକ ସ୍ଥାନରେ ଜଳ ନିଷ୍କାସନ ପାଇଁ ବସାଯାଇଥିବା ହୋମ୍‌ପାଇପ୍‌ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଉକ୍ତ କଲଭର୍ଟ ମଧ୍ୟ ଅଣଓସାରିଆ ହୋଇଛି। ଆବଶ୍ୟକ ଅନୁଯାୟୀ ସିମେଣ୍ଟ ଓ ରଡ୍‌ ଦିଆଯାଇ ନ ଥିବାରୁ ଉକ୍ତ କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ସୂଚନାଯୋଗ୍ୟ, କଟକ ପାରାଦୀପ ରେଳପଥର ୧୪ ନଂ ଗେଟ ଗୋଠପଦା ଗ୍ରାମ ନିକଟରେ ଲୋକେ ଦୀର୍ଘବର୍ଷ ଧରି ଲେବୁଲ କ୍ରସିଂ ଦେଇ ଯାତାୟାତ କରୁଥିଲେ। ଏହାର ଅପରପାର୍ଶ୍ୱରେ ଥିବା ଚାଷ ଜମିକୁ ସ୍ଥାନୀୟ ଚାଷୀମାନେ ଯାଇଥାନ୍ତି। ୨ ବର୍ଷ ତଳେ ରେଲଓ୍ବେ ପକ୍ଷରୁ ସେହି ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ବାଧ୍ୟହୋଇ ରେଲଓ୍ବେ ପକ୍ଷରୁ ରେଳପଥର ଦକ୍ଷିଣ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଜଟଣୀ ଦେଖିବ ପୁଣି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଜଟଣୀ,୨୧ା୪(ରବୀନ୍ଦ୍ରନାଥ ମହାକୁଡ଼)ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ବିଧାନସଭା କ୍ଷେତ୍ର ଅନ୍ୟତମ। ନିକଟରେ କଂଗ୍ରେସ ସନ୍ତୋଷ ଜେନାଙ୍କୁ ଏଠାରୁ ଟିକେଟ ଦେବା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri