ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୩ା୬:  ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାପ୍ରଭୁ ତାଙ୍କୁ ହରଣ କରି ନେଉଥିଲେ। ଏହି ସମୟରେ ବାଟ ଓଗାଳିଥିଲେ ଶିଶୁପାଳ। ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା। ଶେଷରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ। ମଙ୍ଗଳବାର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ଏହି ଦିବସକୁ ରୁକ୍ମିଣୀ ହରଣ ଏକାଦଶୀ ମଧ୍ୟ କୁହାଯାଏ।
ସକାଳ ଧୂପ ପୂଜା ବେଳେ ଦକ୍ଷିଣୀ ଘରେ ମଦନମୋହନ (ଶ୍ରୀକୃଷ୍ଣ)ଙ୍କ ବେଶ ହୋଇଥିଲା। ପରେ ମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥିଲେ। ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କଠାରୁ ମଦନମୋହନ ଆଜ୍ଞାମାଳ ପାଇ ଜୟ ବିଜୟ ଦ୍ୱାରକୁ ବିଜେ କରିଥିଲେ। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ଦେଇଥିଲେ। ମହାଜନ ସେବକ ରୁକ୍ମିଣୀଙ୍କୁ ସାତପାହାଚସ୍ଥିତ ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ନେଇଥିଲେ। ସେଠାକାର ଜଗମୋହନରେ ଥିବା ଖଟରେ ରୁକ୍ମିଣୀ ବିଜେ ହୋଇଥିଲେ। ରୁକ୍ମିଣୀଙ୍କ ପଞ୍ଚାମୃତ ମହାସ୍ନାନ, ମାଜଣା, ବନକ ଲାଗି ଏବଂ ଅଳଙ୍କାର ଲାଗିହୋଇ ବେଶ ହୋଇଥିଲା। ଏହି ସମୟରେ ତଢାଉକରଣ ରୁକ୍ମିଣୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ଥିଲେ। ଭିତରଚ୍ଛ ମହାପାତ୍ର ଉକ୍ତ ତାଳପତ୍ର ଓ ଲେଖନୀ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ଛୁଅଁା କରି ତଢାଉକରଣଙ୍କୁ ଦେଇଥିଲେ। ତଢାଉକରଣ ରୁକ୍ମିଣୀଙ୍କ ମନୋଭାବ ସମ୍ପର୍କରେ ମହାପ୍ରଭୁଙ୍କୁ ଚିଟାଉ ଲେଖିଥିଲେ। ଭିତରଚ୍ଛ ମହାପାତ୍ର ଚିଟାଉ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ମୁଦ କରାଇଥିଲେ। ଏହାପରେ ବିପ୍ର ବ୍ରାହ୍ମଣ ରୂପରେ ଜଣେ ସେବକ ଚିଟାଉ ନେଇ ଜୟ ବିଜୟ ଦ୍ୱାରଠାରେ ଥିବା ମହାପ୍ରଭୁଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥିଲା। ମଦନମୋହନ ରଥରେ ବିଜେ ହୋଇ ବିମଳା ମନ୍ଦିର ନିକଟକୁ ଯାଇ ରୁକ୍ମିଣୀକୁ ଅପେକ୍ଷା କରିଥିଲେ। ମହାଲକ୍ଷ୍ମୀ ମନ୍ଦିରରୁ ରୁକ୍ମିଣୀ ପାଲିଙ୍କିରେ ବିଜେ ହୋଇ ବିମଳାଙ୍କ ମନ୍ଦିରକୁ ଆସିଥିଲେ। ଦର୍ଶନ ସାରି ବାହାରିବା ବେଳେ ରୁକ୍ମିଣୀଙ୍କୁ ମହାପ୍ରଭୁ ବିମଳା ମନ୍ଦିର ଦ୍ୱାର ନିକଟରୁ ହରଣ କରି ରଥରେ ବସାଇ ନେଇଥିଲେ। ସରସ୍ବତୀ ଦେଉଳ ସମ୍ମୁଖରେ ଶିଶୁପାଳ ପ୍ରତିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ମହାପ୍ରଭୁ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥିଲେ। ଦକ୍ଷିଣୀ ଘରୁ ବଳଦେବ ବିମାନରେ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରିଥିଲେ। ପରେ ବଳଦେବ ଦକ୍ଷିଣୀ ଘରକୁ ଏବଂ ମଦନମୋହନ ଓ ରୁକ୍ମିଣୀ ବିବାହ ମଣ୍ଡପକୁ ବିଜେ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିବା ସମୟରେ ବିବାହ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚନ୍ଦନ ଲାଗି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri