Posted inଖେଳ

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାଦ୍‌ ଦିଆଯିବାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଭାରତର ପୂର୍ବତନ ଓପନର୍‌ କୃଷ୍ଣମାଚାରୀ ଶ୍ରୀକାନ୍ତ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶ୍ରୀକାନ୍ତଙ୍କ ମତରେ, ପୂର୍ବ ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିବା ବୈଭବଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ଡ୍ରପ କରାଯିବା ଠିକ ନୁହେଁ। ଏହାକୁ ସେ ବୈଭବଙ୍କ ସହ ହୋଇଥିବା ଅନ୍ୟାୟ ବୋଲି କହିଛନ୍ତି।

ଶ୍ରୀକାନ୍ତ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ପ୍ରଥମ T20ରେ ବୈଭବ ଖେଳୁନଥିବା ଦେଖି ସେ ମ୍ୟାଚ ବଦଳରେ ମୁଭି ଦେଖିବାକୁ ଚାଲିଯାଇଥିଲେ। ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ନଦେଖି ତାଙ୍କ ପତ୍ନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

ଶ୍ରୀକାନ୍ତ କହିଛନ୍ତି, ତାଙ୍କ ପତ୍ନୀ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଗତ ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିବା ଖେଳାଳିଙ୍କୁ କାହିଁକି ବାଦ ଦିଆଗଲା? ତାଙ୍କ ମତରେ ବୈଭବଙ୍କ ସହ ଏଭଳି ବ୍ୟବହାର ଠିକ ନୁହେଁ। ଶ୍ରୀକାନ୍ତ ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ବୈଭବଙ୍କ ଉପରେ ଭରସା ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହ ତାଙ୍କ ଉପରେ ଭରସା ରଖିବା ମଧ୍ୟ ଜରୁରୀ।

ସେ ଆହୁରି କହିଛନ୍ତି ଯେ, ଓପନିଂ ଯୋଡ଼ିକୁ ବାରମ୍ବାର ବଦଳାଇବା ଟିମ ପାଇଁ ଭଲ ନୁହେଁ। ଯଦି କୌଣସି ଖେଳାଳିଙ୍କୁ ଦଳରେ ରଖାଯାଉଛି, ତେବେ ତାଙ୍କୁ ନିଜକୁ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଉଚିତ।
ଆଫଗାନିସ୍ତାନ ବିପକ୍ଷ ପ୍ରଥମ T20ରେ ବୈଭବଙ୍କୁ ବେଞ୍ଚରେ ବସାଇ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ଓପନିଂ ପାଇଁ ପଠାଯାଇଥିଲା।

ଏହାକୁ ନେଇ ଶ୍ରୀକାନ୍ତ କହିଛନ୍ତି ଯେ, ଟିମ ଇଣ୍ଡିଆକୁ ଗୋଟିଏ ନିଷ୍ପତ୍ତିରେ ସ୍ଥିର ରହିବା ଦରକାର। ଯଦି ସଞ୍ଜୁ ସାମସନଙ୍‌ଙ୍କୁ ଖେଳାଯାଉଛି, ତେବେ ତାଙ୍କୁ ପର୍ଯ୍ୟାପ୍ତ ମ୍ୟାଚ ଦେବା ଦରକାର। ସେହିପରି ବୈଭବଙ୍କୁ ଖେଳାଇଲେ ମଧ୍ୟ ତାଙ୍କୁ ଲଗାତାର ସୁଯୋଗ ମିଳିବା ଆବଶ୍ୟକ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?