Posted inବରଗଡ଼

ରାସ୍‌ତାରେ ପଲ୍‌ହା ରୁଇଲେ ଗଁ। ବାସୀ

 

ଜାମଟିକ୍ରା, ୩।୮ (ଡି.ଏନ୍‌.ଏ):
ଗଁା ଗଁାରେ ହେବା ବିକାଶ। ହଁସ୍‌ବେ ଜନତା ଆର ବିକାଶ ହେବା ଗଁାର। ଏନ୍‌ତା ସବୁ ନାରା ଦେଇ ସରକାର ପରଚାର ପରସାର କରୁଛନ୍‌। ସେନ୍‌ତା ରାଏଜ୍‌ ସରକାର ଆମ ଗଁା ଆମ ବିକାଶ ଯୋଜନାରେ କୋଟି କୋଟି ଟଁକା ଖରଚ୍‌ କରୁଥିଲାବେଲେ ଅନେକ ଜାଗାରେ ବିକାଶର ଉଲଟିଆ ଚିତ୍‌ର ଦେଖ୍‌ବାକେ ମିଲୁଛେ। ପଶ୍ଚିମ ଓଡ଼ିଶାରେ ଆଏଜ୍‌ ବି ଏନ୍‌ତା ଅନେକ ଗଁା ଅଛେ, ଯେନ୍‌ଠାନେ ଲୋକ୍‌ ସାଧାରନ୍‌ ମଉଲିକ ସୁବିଧାର ଲାଗି ଯୁଝୁଛନ୍‌। ଏନ୍‌ତା ଗୁଟେ ଦୁରୁଶ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକ ଜହ୍ନାପଡ଼ା ପଁଚେତ୍‌ ସଦର ଗଁାରେ।
ସୂଚନା ଅନ୍‌ସାରେ ଗଲା ଗୁରୁବାର ଅତାବିରା ବ୍ଲକ ଜହ୍ନାପଡ଼ା ଗଁାବାସୀ କାଦୋ ପଚ୍‌ ପଚ୍‌ ଗଁା ମୁଖିଆ ରାସ୍‌ତାରେ ଧାନ୍‌ ପଲ୍‌ହା ରୁଇ ପରତିବାଦ ଜନେଇଛନ୍‌। ଅତାବିରା ଶାଖା କେନାଲ ବ୍ରିଜରୁ ଗଁାକେ ଯାଇଥିବାର ୩ କି.ମି. ମୁଖିଆ ରାସ୍‌ତା ଏହେଦେ ବରଷା ପାଏନ୍‌ରେ କାଦୋ ସରସର ହେଇଯାଇଛେ। ରାସ୍‌ତାରେ ଗାଡ଼ିମଟର, ଲୁହାଚକ ଲଗା ଟ୍ରାକ୍ଟର ଯାଇଆସି ବଡ଼ବଡ଼ ଖାଲ ହେବାର ସଂଗେ ରାସ୍‌ତାର ଅବସ୍‌ତା ବହୁତ୍‌ ଖରାପ ହେଇଯାଇଛେ। ରାସ୍‌ତାରେ ଅଁାଠେ କାଦୋ ଭିତରେ ଗଁାବାସୀ ଫିଦିନ୍‌ କାମ୍‌ଧଁଦାରେ ରେଙ୍ଗାଲିକ୍ୟାମ୍ପ, ଅତାବିରା ବ୍ଲକକେ ଯିବାର ଆଏବାର କରୁଛନ୍‌। ସେନ୍‌ତା ଇ ରାସ୍‌ତାରେ ଗଁାର ଛାତ୍ରୀଛାତ୍ରମାନେ ସ୍କୁଲ, କଲେଜକେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ଇ ଗଁାରେ ପଁଚେତ୍‌ ଅଫିସ, ଡାକ୍‌ତରଖାନା, ପୋଷ୍ଟ ଅଫିସ, ଆରଆଇ ଅଫିସ, ଉଚ୍ଚ ବିଦ୍ୟାଲୟ ଆଦି ରହିଛେ। ଯେନ୍‌ଥିରଲାଗି ଆସର ପାସର ଗଁାର ହଜାର ହଜାର ଲୋକ୍‌ ଇ ରାସ୍‌ତା ଉପରେ ନିରଭର କରୁଛନ୍‌। ଏହେଦେ ରାସ୍‌ତାର ଅବସ୍‌ତା ଏନ୍‌ତା ହେଇଛେ ଯେ, ଗଁାକେ ଆମ୍ବୁଲାନ୍ସ ବି ଯାଇ ନାଇଁପାରବାର। ନିହାତି ଦରକାର ବେଲେ ଲୋକ୍‌ ରୁଗୀକେ ଦୁଲା ଫଁାଦି ନେବାର ଆନବାର କରୁଛନ୍‌। ରାସ୍‌ତା ମରାମତି ଲାଗି ଗଁାବାସୀ ଥାନୀୟ ସରପଁଚ୍‌, ବିଡିଓକୁଁ କହି କହି ଥକି ଯାଇଛନ୍‌। ଯେନ୍‌ଥିରଲାଗି ଶେଷେ ଗଁାବାସୀ ଉପେ ଶୂଇନ୍‌ ହେଇ ରାସ୍‌ତାରେ ଧାନ୍‌ ପଲ୍‌ହା ରୁଇ ପରଶାସନକେ ନିଜର ପରତିବାଦ ଜନେଇଛନ୍‌। ଜିଲାପାଲ ଇ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri